ପାରୋ ବିମାନ ବନ୍ଦର

ଉଇକିପିଡ଼ିଆ ରୁ
Jump to navigation Jump to search
ପାରୋ ବିମାନ ବନ୍ଦର
Paro day 1-58 (8202279871).jpg
IATA: noneICAO: none
ସାରକଥା
ବିମାନ ବନ୍ଦର ପ୍ରକାର ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ
ସେବା ଥିମ୍ପୁ ଓ ପାରୋ ଜିଲ୍ଲା
ଅବସ୍ଥାନ ପାରୋ ଜିଲ୍ଲା
Hub for ଭୁଟାନ ଏୟାର୍‍ଲାଇନ୍ସ, ଡ୍ରୁକ୍ ଏୟାର୍
ଉଚ୍ଚତା (ସମୁଦ୍ର ଠାରୁ) ୭୩୩୨ ft / ୨୨୩୫ m
ଦିଗବାରେଣି 27°24′32″N 089°25′14″E / 27.40889°N 89.42056°E / 27.40889; 89.42056Coordinates: 27°24′32″N 089°25′14″E / 27.40889°N 89.42056°E / 27.40889; 89.42056
Map
ପାରୋ ବିମାନ ବନ୍ଦର is located in Bhutan
ପାରୋ ବିମାନ ବନ୍ଦର
ପାରୋ ବିମାନ ବନ୍ଦର
ଭୁଟାନରେ ପାରୋ ବିମାନ ବନ୍ଦରର ଅବସ୍ଥିତି
ରନବେ
ଦିଗ ଲମ୍ବ ଭୂମି
m ft
୧୫/୩୩ ୧୯୬୪ ୬୪୪୫ ଆସ୍‍ଫାଲ୍‍ଟ୍ (ପିଚୁ ପକ୍କା ସଡ଼କ)
[୧]

ପାରୋ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର (ଇଂରାଜୀ ଭାଷାରେ Paro International Airport, ଯୋଂଗ୍‍ଖା ଭାଷାରେ སྤ་རོ་གནམ་ཐང༌, ଉଚ୍ଚାରଣ - ପାରୋ ଗ୍ନାମ୍ ଥାଂଗ୍) ଭୁଟାନର ଚାରୋଟି ବିମାନ ବନ୍ଦର ମଧ୍ୟରୁ ଏକ ଏବଂ ଦେଶର ଏକମାତ୍ର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର । ଏହାର IATA ବିମାନ ବନ୍ଦର କୋଡ଼୍ ହେଉଛି PBH ଓ ଏହାର ICAO ବିମାନ ବନ୍ଦର କୋଡ଼୍ ହେଉଛି VQPR । ପାରୋ ସହରରୁ ଏହା ୬ କିଲୋମିଟର ଦୂରରେ ପାରୋ ଛୁ ନଦୀର ଏକ ଗଭୀର ଉପତ୍ୟକାରେ ଅବସ୍ଥିତ । ବିମାନ ବନ୍ଦରକୁ ଘେରି ରହିଥିବା ପର୍ବତ ଶିଖରଗୁଡ଼ିକ ପ୍ରାୟ ୧୮୦୦୦ ଫୁଟ୍ ଉଚ୍ଚ । ତେଣୁ ପାରୋରେ ବିମାନ ଅବତରଣ ଓ ଆରୋହଣ କଷ୍ଟକର । ବିଶ୍ୱରେ ଏହାକୁ ବିମାନ ଚଳାଚଳ ଦୃଷ୍ଟିରୁ ଏକ କଷ୍ଟକର ବିମାନ ବନ୍ଦର ବୋଲି ଗଣନା କରାଯାଇଥାଏ ।[୨] ୨୦୧୧ ମସିହା ସୁଦ୍ଧା ପାରୋରେ ବିମାନ ଚଳାଚଳ କରିବା ପାଇଁ ୧୨ରୁ କମ୍ ସଂଖ୍ୟକ ଅତି କୁଶଳୀ ବିମାନ ଚାଳକଙ୍କ ପାଖରେ ଅନୁମତି ପତ୍ର ରହିଥିଲା ।[୩][୪]

ବିମାନ ଚଳାଚଳ ଦୃଷ୍ଟିରୁ ଭଲ ପାଣିପାଗ ଓ ମାନକ ଦୂରତା ପର୍ଯ୍ୟନ୍ତ ଦୃଶ୍ୟତା ଥିଲେ ହିଁ ପାରୋରେ ବିମାନ ଚଳାଚଳ ହୋଇଥାଏ । ଏହି କାରଣରୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ଭଲ ସୂର୍ଯ୍ୟାଲୋକ ସମୟରେ ହିଁ ପାରୋ ବିମାନ ବନ୍ଦରରେ ବିମାନ ଅବତରଣ ବା ଆରୋହଣ କରାଯାଇଥାଏ ।[୫] ୨୦୧୧ ମସିହା ପର୍ଯ୍ୟନ୍ତ ପାରୋ ଭୁଟାନର ଏକ ମାତ୍ର ବିମାନ ବନ୍ଦର ଥିଲା ।[୬] ସଡ଼କ ପଥରେ ପାରୋ ବିମାନ ବନ୍ଦରକୁ ପହଞ୍ଚି ହେବ । ପାରୋ ସହରରୁ ବିମାନ ବନ୍ଦରର ଦୂରତା ୬ କିଲୋମିଟର । ଭୁଟାନର ରାଜଧାନୀ ଥିମ୍ପୁରୁ ପାରୋ-ଥିମ୍ପୁ ସଡ଼କରେ ୫୪ କିଲୋମିଟର ଯାତ୍ରା କଲେ ପାରୋ ବିମାନ ବନ୍ଦରରେ ପହଞ୍ଚିହେବ ।

ଇତିହାସ[ସମ୍ପାଦନା]

ବିମାନ ବନ୍ଦରର ଅଭ୍ୟନ୍ତର (୨୦୧୧ର ଫଟୋ ଚିତ୍ର)
ଡ୍ରୁକ୍ ଏୟାର୍‍ର ଏୟାର୍ ବସ୍ ଏ୩୧୯-୧୧୫ ବିମାନଟିଏ ପାରୋ ବିମାନ ବନ୍ଦରରେ ଅବତରଣ କରିଥିବା ସମୟର ଚିତ୍ର (୨୦୦୬ ମସିହାର ଫଟୋ)

୧୯୬୮ ମସିହାରେ ଭାରତୀୟ ସୀମା ସଡ଼କ ସଂସ୍ଥା (Indian Border Roads Organisation) ପାରୋ ଉପତ୍ୟକାରେ ଏକ ଏୟାର୍ ଷ୍ଟ୍ରିପ୍ (କେବଳ ବିମାନ ଚଳାଚଳ ସଡ଼କ) ନିର୍ମାଣ କରିଥିଲା । ଭୁଟାନର ରାଜ ସରକାର ଭାରତୀୟ ସେନାଠାରୁ କୌଣସି ସହାୟତା ଚାହିଁଲେ ହେଲିକପ୍ଟର ଯୋଗେ ଏଠାରେ କାର୍ଯ୍ୟ ନିର୍ବାହ ହେଉଥିଲା । ୧୯୮୧ ମସିହା ଅପ୍ରେଲ୍ ୫ ତାରିଖରେ ଭୁଟାନର ଶାସକମାନେ ସେମାନଙ୍କ ପ୍ରଥମ ବିମାନ ସେବା କମ୍ପାନୀ ଡ୍ରୁକ୍ ଏୟାର୍‍ର ସ୍ଥାପନା କଲେ ।

ପାରୋ ବିମାନ ବନ୍ଦର ଏକ ଗଭୀର ଉପତ୍ୟକାରେ ଓ ସମୁଦ୍ର ପତନରୁ ପ୍ରାୟ ୭୩୩୨ ଫୁଟ୍ ଉଚ୍ଚତାରେ ଅବସ୍ଥିତ । ବିମାନ ବନ୍ଦରକୁ ଘେରି ରହିଥିବା ପର୍ବତଗୁଡ଼ିକ ପ୍ରାୟ ୧୮୦୦୦ ଫୁଟ୍ ଉଚ୍ଚ ।[୭] ପରେ ୩୯୦୦ ଫୁଟ୍ ଲମ୍ବା ଏକ ବିମାନ ସଡ଼କ (ରନ୍ ୱେ) ନିର୍ମାଣ କରି ଏକ ବିମାନ ବନ୍ଦର ଆରମ୍ଭ କରାଗଲା ।[୮] କେଉଁ ପ୍ରକାରର ବିମାନ ଚଳାଚଳ ପାଇଁ ପାରୋ ବିମାନ ବନ୍ଦର ଯୋଗ୍ୟ ତାହା ଭୁଟାନ ସରକାରଙ୍କୁ ଜଣାଇ ଦିଆଗଲା । ୧୮-୨୦ଟି ଯାତ୍ରୀ ବସି ପାରିବା ଭଳି STOL କ୍ଷମତା, ଉଚ୍ଚା ସର୍ଭିସ୍ ଛାତ, ଅଧିକ ହାରରେ ଆରୋହଣ କ୍ଷମତା ଓ ଅଧିକ ଦିଗ ପରିବର୍ତ୍ତନ କ୍ଷମତାସମ୍ପନ୍ନ ବିମାନ ହିଁ ପାରୋ ବିମାନ ବନ୍ଦର ପାଇଁ ପ୍ରଯୁଜ୍ୟ ବୋଲି ନିଷ୍ପତ୍ତି ନିଆଗଲା । ବିନା ଇନ୍ଧନ ଭରି ଓ ଅତି କମ୍ ରକ୍ଷଣାବେକ୍ଷଣରେ ବିମାନଟି ୧୨୦୦ କିଲୋମିଟରର କଲିକତା-ପାରୋ-କଲିକତା ଯାତ୍ରା କରିବାକୁ ସକ୍ଷମ ହେବା ଏକ ମୁଖ୍ୟ ଆବଶ୍ୟକତା ବୋଲି ଧାର୍ଯ୍ୟ କରାଗଲା । ଭିତ୍ତିଭୂମି ଅଭାବରୁ ପାରୋରେ ବିମାନର ତ୍ରୁଟି ମରାମତି କରିବା କଷ୍ଟକର ବୋଲି ଏପରି ଆବଶ୍ୟକତା ଧାର୍ଯ୍ୟ କରାଯାଇଥିଲା । ପରୀକ୍ଷାମୂଳକ ଭାବେ ୧୯୭୮ରୁ ୧୯୮୦ ମଧ୍ୟରେ ଭାରତ ଓ ଭୁଟାନଦ୍ୱାରା ଯାତ୍ରା ପାଇଁ ତିନି ପ୍ରକାରର ବିମାନ ଉଡ଼ାଇବାକୁ ଚେଷ୍ଟା କରାଗଲା କିନ୍ତୁ ସମସ୍ତ ବିମାନ ମୌଳିକ ଆବଶ୍ୟକତାଗୁଡ଼ିକୁ ପୂର୍ଣ୍ଣ କରିବାରେ ବିଫଳ ହୋଇଥିଲେ ।[୮]

୧୯୮୧ ମଧ୍ୟ ଭାଗରେ ଭାରତ ସରକାର ନିଜ ଦେଶରେ ହାଲୁକା ବିମାନ ଚଳାଚଳ ଓ ପରିବହନ ପାଇଁ ଏକ ସମିତି ଗଠନ କରିଥିଲେ । ଭାରତ ସରକାରଙ୍କ ସମିତିର ତଥ୍ୟ ଓ ବିଶ୍ଳେଷଣ ଭିତ୍ତିରେ ଭୁଟାନ ସରକାର ପାରୋ ପାଇଁ ଡୋର୍ଣ୍ଣିଅର୍ ୨୨୮-୨୦୦ ବିମାନର ଚୟନ କରିଥିଲେ । ପ୍ରଥମ ବିମାନଟି ୧୯୮୩ ଜାନୁଆରୀ ମାସରେ ଓ ଦ୍ୱିତୀୟଟି ୧୯୮୩ ବର୍ଷର ଶେଷ ଆଡ଼କୁ ମଗାଇବାର ଯୋଜନା କରାଯାଇଥିଲା । ୧୯୮୩ ମସିହା ଜାନୁଆରୀ ୧୪ ତାରିଖ ଦିନ ପ୍ରଥମ ୧୮-ସିଟର୍ ଡୋର୍ଣ୍ଣିଅର୍ ୨୨୮-୨୦୦ ବିମାନ ପାରୋ ବିମାନ ବନ୍ଦରରେ ଅବତୀର୍ଣ୍ଣ ହୋଇଥିଲା । ପାରୋ ଜୋଂଗ୍‍ର ସର୍ବୋଚ୍ଚ ଲାମା ଅବତରଣ ସମୟ, ଯାତ୍ରୀ ସଂଖ୍ୟା, ବିମାନ ଠିଆ ହେବାର ଦିଗ ପ୍ରଭୃତି ଆଗରୁ ନିର୍ଣ୍ଣୟ କରି ରଖିଥିଲେ ।[୮]

୧୯୮୩ ମସିହା ଫେବୃଆରୀ ୧୧ ତାରିଖରୁ ଡ୍ରୁକ୍ ଏୟାର୍ ପାରୋରୁ କଲିକତା (ଫ୍ଲାଇଟ୍-୧୦୧) ଓ ତା’ ପର ଦିନ କଲିକତାରୁ ପାରୋ (ଫ୍ଲାଇଟ୍-୧୦୨) ବିମାନ ସେବାର ଶୁଭାରମ୍ଭ କରିଥିଲା । ଗୋଟିଏ ବିମାନ ପଥ, ଦୁଇ ପ୍ରକୋଷ୍ଠ ବିଶିଷ୍ଟ ନିୟନ୍ତ୍ରଣ କକ୍ଷ ଓ ଯାତ୍ରୀଙ୍କ ଚେକ୍ ଇନ୍-ଚେକ୍ ଆଉଟ୍ କାଉଣ୍ଟର୍ ବ୍ୟବସ୍ଥା ସହିତ ପାରୋ ବିମାନ ବନ୍ଦରରେ ସେବା ଆରମ୍ଭ କରାଯାଇଥିଲା ।[୯] ୧୯୮୬ ମସିହା ଜାନୁଆରୀ ମାସରେ ଭୁଟାନର ସରକାରଙ୍କ ବିମାନ ସେବା ମନ୍ତ୍ରଣାଳୟର ପ୍ରତିଷ୍ଠା ପୂର୍ବରୁ ଡ୍ରୁକ୍ ଏୟାର୍ ପାରୋ ବିମାନ ବନ୍ଦରର ରକ୍ଷଣାବେକ୍ଷଣ ଓ ସେବା ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ତ୍ୱ ବହନ କରୁଥିଲା ।[୧୦]

୧୯୯୦ ମସିହାରେ ପାରୋର ବିମାନ ପଥର ଦୈର୍ଘ୍ୟ ୪୬୦୦ ଫୁଟ୍‍ରୁ ୬୪୪୫ ଫୁଟ୍ ସଂପ୍ରସାରିତ କରାଗଲା ଓ ଓଜନିଆ ବିମାନମାନଙ୍କ ପାଇଁ ବିମାନ ପଥକୁ ବଳିଷ୍ଠ ଓ ଉଚ୍ଚ କ୍ଷମତାସମ୍ପନ୍ନ କରାଗଲା ।[୧୧][୧୨] ଭାରତ ସରକାରଙ୍କ ପାରୋ ବିମାନବନ୍ଦର ବିକାଶ ପ୍ରକଳ୍ପ ମାଧ୍ୟମରେ ଏଠାରେ ଏକ ହ୍ୟାଙ୍ଗର ନିର୍ମାଣ କରାଗଲା ।[୧୩]

୧୯୮୮ ମସିହା ନଭେମ୍ବର ୨୧ ତାରିଖରେ ଡ୍ରୁକ୍ ଏୟାର୍‍ର ପ୍ରଥମ ବିଏଇ ୧୪୬-୧୦୦ ଜେଟ୍ ବିମାନ ପାରୋକୁ ଅଣାଯାଇଥିଲା । ୨୦୦୩ ମସିହାରେ ଡ୍ରୁକ୍ ଏୟାର୍ ବିଏଇ ୧୪୬ ଇଞ୍ଜିନ୍‍ ବଦଳରେ ନୂଆ ବିମାନ ଆଣିବାକୁ ନିଷ୍ପତ୍ତି ନେଇଥିଲା । ୨୦୦୪ ମସିହା ଅକ୍ଟୋବର ୧୯ ତାରିଖରେ ପାରୋରେ ଏୟାର୍‍ବସ୍ ଏ୩୧୯-୧୦୦ ବିମାନ ପହଞ୍ଚିଥିଲା ।[୧୪]

ପାରୋରୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ସର୍ବ ପ୍ରଥମେ ୨୦୧୦ ମସିହା ଅଗଷ୍ଟ ମାସରେ ବୁଦ୍ଧ ଏୟାର୍ ଆରମ୍ଭ କରିଥିଲା ।[୧୫] ଭୁଟାନର ପ୍ରଥମ ଘରୋଇ ବିମାନ କମ୍ପାନୀ ତାଶି ଏୟାର୍ ୨୦୧୧ ମସିହା ଡିସେମ୍ବର ମାସରୁ ବିମାନ ସେବା ଯୋଗାଇଥିଲା ।[୧୬] ୨୦୧୨ ମସିହାରେ ପାରୋ ବିମାନ ବନ୍ଦରରେ ୧୮୧୬୫୯ ଯାତ୍ରୀ ବିମାନ ସେବାର ସୁବିଧା ଲାଭ କରୁଥିବାର ତଥ୍ୟ ପ୍ରକାଶ ପାଇଥିଲା ।[୧୭] ୨୦୧୮ ମସିହା ବେଳକୁ ୬୭୬୧ ବିମାନ ଓ ୩୯୭୫୯୯ ଯାତ୍ରୀ ଏହି ବିମାନ ବନ୍ଦରରୁ ସେବା ପାଉଥିବା ଜଣା ପଡ଼ିଥିଲା । ପୂର୍ବରୁ ରହିଥିବା ବିମାନ ଟ୍ୟାକ୍ସିୱେ ସହିତ ସମାନ୍ତରାଳ ଭାବେ ଆଉ ଏକ ବିମାନ ଟ୍ୟାକ୍ସିୱେ ନିର୍ମାଣ କରାଗଲା ଯେପରିକି ପ୍ରତିଦିନ ୫୦ଟି ବିମାନ ଚଳାଚଳ ହୋଇପାରିବ ।[୧୮]

ବ୍ୟବସ୍ଥା[ସମ୍ପାଦନା]

ବିମାନ ବନ୍ଦରରେ ପିଚୁ ପଡ଼ିଥିବା ଗୋଟିଏ ପକ୍କା ବିମାନ ସଡ଼କ (ରନ୍ ୱେ) ରହିଛି ।[୧] ବିମାନ ବନ୍ଦରରେ ଥିବା ଏକ ମାତ୍ର ଟର୍ମିନାଲ ୧୯୯୯ ମସିହାରୁ ସେବାରେ ନିଯୋଜିତ ରହିଛି ।[୧୯]

ସକ୍ରିୟ ଏୟାର୍ ଲାଇନ୍ସ ଓ ବିମାନ ସେବା[ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ ସ୍ଥାନ
ଭୁଟାନ ଏୟାର୍‍ଲାଇନ୍ସ ସୁବର୍ଣ୍ଣଭୂମି ବିମାନ ବନ୍ଦର (ବ୍ୟାଂକକ୍), ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (ଦିଲ୍ଲୀ), ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କାଠମାଣ୍ଡୁ), ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କୋଲକାତା)
ଡ୍ରୁକ୍ ଏୟାର୍ ସର୍ଦାର ବଲ୍ଲଭବାଇ ପଟେଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (ଅହମଦାବାଦ), ବାଗଡୋଗରା ବିମାନ ବନ୍ଦର (ବାଗଡୋଗରା), ସୁବର୍ଣ୍ଣଭୂମି ବିମାନ ବନ୍ଦର (ବ୍ୟାଂକକ୍), ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (ଦିଲ୍ଲୀ), ଶାହଜଲାଲ ବିମାନ ବନ୍ଦର (ଢାକା), ଦୁବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (ଦୁବାଇ), ଗୟା ବିମାନ ବନ୍ଦର (ଗୟା), ଗେଲେଫୁ ବିମାନ ବନ୍ଦର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କୋଲକାତା), ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କାଠମାଣ୍ଡୁ), ଲୋକପ୍ରିୟ ଗୋପୀନାଥ ବୋର୍ଦୋଳୋଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (ଗୁଆହାଟି), ବାଥପାଲାଥାଂଗ ବିମାନ ବନ୍ଦର, ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (ମୁମ୍ବାଇ), ଚାଙ୍ଗି ବିମାନ ବନ୍ଦର (ସିଙ୍ଗାପୁର), ୟୋଂଫୁଲା ବିମାନ ବନ୍ଦର


ଆହୁରି ଦେଖନ୍ତୁ[ସମ୍ପାଦନା]


ଆଧାର[ସମ୍ପାଦନା]

  1. ୧.୦ ୧.୧ "Paro – Vqpr". World Aero Data. Retrieved 29 December 2012.
  2. Cruz, Magaly; Wilson, James; Nelson, Buzz (July 2003). "737-700 Technical Demonstration Flights in Bhutan" (PDF). Aero Magazine (3): 1, 2. Retrieved 12 February 2011.CS1 maint: multiple names: authors list (link)
  3. Ahlgren, Linnea. "Why So Few Pilots Are Allowed At Bhutan's Paro Airport". Simple FLying. Retrieved 6 April 2020.
  4. Farhad Heydari (October 2009). "The World's Scariest Runways". Travel & Leisure. Retrieved 12 February 2011.
  5. "Paro Bhutan". Air Transport Intelligence. Reed Business Information. 2011. Archived from the original on 7 August 2011. Retrieved 12 February 2011.
  6. "History |". Archived from the original on 2016-11-23.
  7. "The A319 excels in operations from high-altitude airports" (Press release). Airbus. 8 February 2005. Archived from the original on 13 December 2014. Retrieved 15 June 2014.
  8. ୮.୦ ୮.୧ ୮.୨ Christ, Rolf F. (June 1983). "Bhutan puts its flag on the world's air map". ICAO Journal. 38 (6): 11–13. Archived from the original on 4 January 2017. Retrieved 15 June 2014.
  9. Chattopadhyay, Suhrid Sankar (9 May 2008). "Aiming high". Frontline. 25 (9): 122. ISSN 0970-1710. Archived from the original on 10 January 2016. Retrieved 15 June 2014.
  10. "Department of Civil Aviation". Ministry of Information and Communication (Bhutan). Archived from the original on 6 July 2011. Retrieved 25 April 2010.
  11. "On the Wings of a Dragon: 25 Years of Progress" (PDF). Tashi Delek. XIII (3): 76. July–September 2008. Retrieved 25 April 2010.[dead link]ଛାଞ୍ଚ:Cbignore
  12. Brunet, Sandra; Bauer, Johannes; De Lacy, Terry; Tshering, Karma (2001). "Tourism Development in Bhutan: Tensions between Tradition and Modernity". Journal of Sustainable Tourism. 9 (3): 243. CiteSeerX 10.1.1.120.6843. doi:10.1080/09669580108667401.
  13. Zimba, Dasho Yeshey (1996). "Bhutan Towards Modernization". In Ramakant and Misra, Ramesh Chandra (ed.). Bhutan: Society and Polity (2nd ed.). Indus Publishing. p. 144. ISBN 978-81-7387-044-6. Retrieved 30 July 2008.
  14. "Drukair's first Airbus lands in Paro". Paro: Kuensel. 20 October 2004. Archived from the original on 10 June 2011. Retrieved 26 April 2010.
  15. Buddha Air in service Archived 15 April 2012 at the Wayback Machine. Bhutan Broadcasting Service, 24 August 2010.
  16. "Tashi Group - TASHI AIR LAUNCHED ON 4TH DEC. 2011". tashigroup.bt. Archived from the original on 5 November 2012. Retrieved 12 December 2014.
  17. "Running short of space and human resource". KuenselOnline. Archived from the original on 13 December 2014. Retrieved 12 December 2014.
  18. "DoAT to revamp Paro international airport in the 12th Plan". KuenselOnline. Retrieved 13 May 2019.
  19. "Paro Airport". dca.gov.bt. Archived from the original on 2 December 2011. Retrieved 12 December 2014.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]