Jump to content

ପଶୁପତି

ଉଇକିପିଡ଼ିଆ‌ରୁ
ପଶୁପତି
Lingam image of Lord Pashupatinath in his Mandsaur temple, India
ପଶୁମାନଙ୍କର ପ୍ରଭୁ (Lord of the Animals)
AffiliationIncarnation of Shiva
ଅଞ୍ଚଳIndian subcontinent

ପଶୁପତି (Sanskrit Paśupati; Devanagari पशुपति ) ଜଣେ ହିନ୍ଦୁ ଦେବତା ଓ ପଶୁମାନଙ୍କର ପ୍ରଭୁ ରୂପେ ଶିବଙ୍କ ଅବତାର । ଭାରତ ଓ ନେପାଳରେ ପଶୁପତି ପୂଜା ପାଆନ୍ତି । ନେପାଳର ଜାତୀୟ ଦେବତା ପଶୁପତି ।

ଇତିହାସ[ସମ୍ପାଦନା]

The Pashupati seal, surrounded by animals; circa 2350-2000 BCE. It is preserved in National Museum

ଭାରତୀୟ ଉପତ୍ୟକା ସଭ୍ୟତାରୁ Indus Valley civilization, ୩୩୦୦ ବିସିଇରୁ ୧୩୦୦ ବିସିଇ) ପଶୁପତି ଆସିଥିବା ଦାବି କରାଯାଏ । ପଶୁପତିଙ୍କ ମୋହର (Pashupati seal)ରେ ଥିବା ଶିବ ଚିତ୍ର ଏହାକୁ ପ୍ରତିନିଧିତ୍ୱ କରୁଛି ।[୧]

ଶବ୍ଦ ସୃଷ୍ଟି[ସମ୍ପାଦନା]

ପଶୁପତି ବା ପଶୁପତିନାଥ ଅର୍ଥ ପଶୁମାନଙ୍କର ଭଗବାନ । ଏହା ବେଦ ସମୟରୁ ରୁଦ୍ର ନାମର ବିବରଣ ଥିଲା ।[୨] ଏହା ଅଧୁନା ଶିବଙ୍କୁ ବୁଝାଏ ।[୩]

ଦେବତା[ସମ୍ପାଦନା]

ହିନ୍ଦୁ ତ୍ରିମୂର୍ତ୍ତି (Hindu Trinity) ମଧ୍ୟରୁ ଶିବଙ୍କ ଏକ ଅବତାର ହେଉଛି ପଶୁପତିନାଥ । ଶକ୍ତିଙ୍କର ସେ ଅର୍ଦ୍ଧାଙ୍ଗ । ପଶୁପତିନାଥଙ୍କର ପାଞ୍ଚ ମୁଖ ଶିବଙ୍କର ପାଞ୍ଚ ଅବତାରକୁ ସୂଚାଏ; ସଦ୍ୟୋଜାତ ([[:en:Sadyojata|]) ବା ବରୁଣ, ବାମଦେବ (Vamdeva) ବା ଉମା ମହେଶ୍ୱର, ତତପୁରୁଷ (en:Tatpurusha), ଅଘୋରୀ (Aghor) ଓ ଇଶାନା (en:Ishana) । ସେହି ମୁଖଗୁଡ଼ିକ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଶୀର୍ଷ ଦିଗକୁ ଥାଏ ଯାହା ଭୂମି, ଜଳ, ବାୟୁ, ଆଲୋକ ଓ ଆକାଶକୁ ସୂଚାଏ ।[୪]

ଦେଶ ଅନୁସାରେ[ସମ୍ପାଦନା]

ନେପାଳ[ସମ୍ପାଦନା]

ପଶୁପତିନାଥ ମନ୍ଦିର, ନେପାଳ

ଧର୍ମ ନିରପେକ୍ଷ ରାଷ୍ଟ୍ର ହେଲେ ମଧ୍ୟ ନେପାଳର ଜନ ସାଧାରଣ ମୂଖ୍ୟତଃ ହିନ୍ଦୁ ଅଟନ୍ତି । ପଶୁପତିନାଥ ଜାତୀୟ ଦେବତା ରୂପରେ ପୂଜା ପାଆନ୍ତି ।[୫] ବାଗମତୀ ନଦୀ କୂଳରେ ଥିବା ପଶୁପତିନାଥ ମନ୍ଦିରକୁ ସବୁଠାରୁ ପବିତ୍ର ସ୍ଥାନ ଭାବରେ ବିବେଚନା କରାଯାଏ । ପୁରାଣ ଅନୁସାରେ ନେପାଳର କାଠମାଣ୍ଡୁ ଉପତ୍ୟକାର (Kathmandu Valley) ଶୋଭାରେ ବିମୁଗ୍ଧ ହୋଇ ହରିଣ ରୂପରେ ସେଠାରେ ଶିବ ବାସ କରୁଥିଲେ ।

ଭାରତ[ସମ୍ପାଦନା]

ଭାରତର ମଧ୍ୟପ୍ରଦେଶ ପ୍ରଦେଶରେ ଥିବା ମନ୍ଦସୌରର ଶିବନ ନଦୀ ତୀରରେ ଏକ ପଶୁପତିନାଥ ମନ୍ଦିର ଅଛି । ମୂଖ୍ୟ ତୀର୍ଥସ୍ଥାନ ଭାବରେ ଶିବ ଏଠାରେ ପଶୁପତିନାଥ ରୂପରେ ପୂଜା ପାଉଛନ୍ତି । ଶିବ ଲିଙ୍ଗର ଆଠ ମୁଖ ଥିବା ଏକ ଅନୁପମ ଆକର୍ଷଣ ଏଠାରେ ଅଛି । ମନ୍ଦିରର ଚାରି ଦିଗକୁ ଚାରଟି କବାଟ ଅଛି ।[୬]

ପଶୁପତି ଶୈବ[ସମ୍ପାଦନା]

ପଶୁପତି ଶୈବ (en:Pashupata Shaivism) ନାମକ ଏକ ପୁରୁଣା ଗୋଷ୍ଠୀ ଏଠାରେ ରହନ୍ତି ଯେଉଁମାନେ ପଶୁପତି ନାମରୁ ତାଙ୍କ ନାମ ଆହରଣ କରିଛନ୍ତି । ସେହି ଗୋଷ୍ଠୀ ପଶୁପତିନାଥଙ୍କୁ ସମସ୍ତ ଆତ୍ମା ଓ ରଚନାର ଆଧିପତ୍ୟ ଭାବରେ ବିବେଚନା କରନ୍ତି ।[୭]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Marshall Sir John (1931). Mohenjo Daro and the Indus Civilization Vol-i (1931).
  2. Kramrisch, p. 479.
  3. Śarmā 1996, p. 291.
  4. Encyclopaedia of Saivism, Swami P. Anand, Swami Parmeshwaranand, Publisher Sarup & Sons, ISBN 8176254274, ISBN 9788176254274, page 206
  5. Nepal - Culture Smart!: The Essential Guide to Customs & Culture, p.148, Kuperard
  6. Pashupatinath Temple website Archived 2013-05-30 at the Wayback Machine.
  7. Hinduism: An Alphabetical Guide, p. 923, Roshen Dalal, Penguin UK

ଉତ୍ସ[ସମ୍ପାଦନା]