ପଶୁପତି
ପଶୁପତି | |
---|---|
ପଶୁମାନଙ୍କର ପ୍ରଭୁ (Lord of the Animals) | |
Affiliation | Incarnation of Shiva |
ଅଞ୍ଚଳ | Indian subcontinent |
ପଶୁପତି (Sanskrit Paśupati; Devanagari पशुपति ) ଜଣେ ହିନ୍ଦୁ ଦେବତା ଓ ପଶୁମାନଙ୍କର ପ୍ରଭୁ ରୂପେ ଶିବଙ୍କ ଅବତାର । ଭାରତ ଓ ନେପାଳରେ ପଶୁପତି ପୂଜା ପାଆନ୍ତି । ନେପାଳର ଜାତୀୟ ଦେବତା ପଶୁପତି ।
ଇତିହାସ
[ସମ୍ପାଦନା]ଭାରତୀୟ ଉପତ୍ୟକା ସଭ୍ୟତାରୁ Indus Valley civilization, ୩୩୦୦ ବିସିଇରୁ ୧୩୦୦ ବିସିଇ) ପଶୁପତି ଆସିଥିବା ଦାବି କରାଯାଏ । ପଶୁପତିଙ୍କ ମୋହର (Pashupati seal)ରେ ଥିବା ଶିବ ଚିତ୍ର ଏହାକୁ ପ୍ରତିନିଧିତ୍ୱ କରୁଛି ।[୧]
ଶବ୍ଦ ସୃଷ୍ଟି
[ସମ୍ପାଦନା]ପଶୁପତି ବା ପଶୁପତିନାଥ ଅର୍ଥ ପଶୁମାନଙ୍କର ଭଗବାନ । ଏହା ବେଦ ସମୟରୁ ରୁଦ୍ର ନାମର ବିବରଣ ଥିଲା ।[୨] ଏହା ଅଧୁନା ଶିବଙ୍କୁ ବୁଝାଏ ।[୩]
ଦେବତା
[ସମ୍ପାଦନା]ହିନ୍ଦୁ ତ୍ରିମୂର୍ତ୍ତି (Hindu Trinity) ମଧ୍ୟରୁ ଶିବଙ୍କ ଏକ ଅବତାର ହେଉଛି ପଶୁପତିନାଥ । ଶକ୍ତିଙ୍କର ସେ ଅର୍ଦ୍ଧାଙ୍ଗ । ପଶୁପତିନାଥଙ୍କର ପାଞ୍ଚ ମୁଖ ଶିବଙ୍କର ପାଞ୍ଚ ଅବତାରକୁ ସୂଚାଏ; ସଦ୍ୟୋଜାତ ([[:en:Sadyojata|]) ବା ବରୁଣ, ବାମଦେବ (Vamdeva) ବା ଉମା ମହେଶ୍ୱର, ତତପୁରୁଷ (en:Tatpurusha), ଅଘୋରୀ (Aghor) ଓ ଇଶାନା (en:Ishana) । ସେହି ମୁଖଗୁଡ଼ିକ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଶୀର୍ଷ ଦିଗକୁ ଥାଏ ଯାହା ଭୂମି, ଜଳ, ବାୟୁ, ଆଲୋକ ଓ ଆକାଶକୁ ସୂଚାଏ ।[୪]
ଦେଶ ଅନୁସାରେ
[ସମ୍ପାଦନା]ନେପାଳ
[ସମ୍ପାଦନା]ଧର୍ମ ନିରପେକ୍ଷ ରାଷ୍ଟ୍ର ହେଲେ ମଧ୍ୟ ନେପାଳର ଜନ ସାଧାରଣ ମୂଖ୍ୟତଃ ହିନ୍ଦୁ ଅଟନ୍ତି । ପଶୁପତିନାଥ ଜାତୀୟ ଦେବତା ରୂପରେ ପୂଜା ପାଆନ୍ତି ।[୫] ବାଗମତୀ ନଦୀ କୂଳରେ ଥିବା ପଶୁପତିନାଥ ମନ୍ଦିରକୁ ସବୁଠାରୁ ପବିତ୍ର ସ୍ଥାନ ଭାବରେ ବିବେଚନା କରାଯାଏ । ପୁରାଣ ଅନୁସାରେ ନେପାଳର କାଠମାଣ୍ଡୁ ଉପତ୍ୟକାର (Kathmandu Valley) ଶୋଭାରେ ବିମୁଗ୍ଧ ହୋଇ ହରିଣ ରୂପରେ ସେଠାରେ ଶିବ ବାସ କରୁଥିଲେ ।
ଭାରତ
[ସମ୍ପାଦନା]ଭାରତର ମଧ୍ୟପ୍ରଦେଶ ପ୍ରଦେଶରେ ଥିବା ମନ୍ଦସୌରର ଶିବନ ନଦୀ ତୀରରେ ଏକ ପଶୁପତିନାଥ ମନ୍ଦିର ଅଛି । ମୂଖ୍ୟ ତୀର୍ଥସ୍ଥାନ ଭାବରେ ଶିବ ଏଠାରେ ପଶୁପତିନାଥ ରୂପରେ ପୂଜା ପାଉଛନ୍ତି । ଶିବ ଲିଙ୍ଗର ଆଠ ମୁଖ ଥିବା ଏକ ଅନୁପମ ଆକର୍ଷଣ ଏଠାରେ ଅଛି । ମନ୍ଦିରର ଚାରି ଦିଗକୁ ଚାରଟି କବାଟ ଅଛି ।[୬]
ପଶୁପତି ଶୈବ
[ସମ୍ପାଦନା]ପଶୁପତି ଶୈବ (en:Pashupata Shaivism) ନାମକ ଏକ ପୁରୁଣା ଗୋଷ୍ଠୀ ଏଠାରେ ରହନ୍ତି ଯେଉଁମାନେ ପଶୁପତି ନାମରୁ ତାଙ୍କ ନାମ ଆହରଣ କରିଛନ୍ତି । ସେହି ଗୋଷ୍ଠୀ ପଶୁପତିନାଥଙ୍କୁ ସମସ୍ତ ଆତ୍ମା ଓ ରଚନାର ଆଧିପତ୍ୟ ଭାବରେ ବିବେଚନା କରନ୍ତି ।[୭]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Marshall Sir John (1931). Mohenjo Daro and the Indus Civilization Vol-i (1931).
- ↑ Kramrisch, p. 479.
- ↑ Śarmā 1996, p. 291.
- ↑ Encyclopaedia of Saivism, Swami P. Anand, Swami Parmeshwaranand, Publisher Sarup & Sons, ISBN 8176254274, ISBN 9788176254274, page 206
- ↑ Nepal - Culture Smart!: The Essential Guide to Customs & Culture, p.148, Kuperard
- ↑ Pashupatinath Temple website Archived 2013-05-30 at the Wayback Machine.
- ↑ Hinduism: An Alphabetical Guide, p. 923, Roshen Dalal, Penguin UK
ଉତ୍ସ
[ସମ୍ପାଦନା]- Flood, Gavin (1996). An Introduction to Hinduism. Cambridge: Cambridge University Press. ISBN 0-521-43878-0.
- Flood, Gavin, ed. (2003). The Blackwell Companion to Hinduism. Malden, Massachusetts: Blackwell. ISBN 1-4051-3251-5.
- Kramrisch, Stella (1981). The Presence of Śiva. Princeton, New Jersey: Princeton University Press. ISBN 0-691-01930-4.
- Michaels, Axel (2004). Hinduism: Past and Present. Princeton, New Jersey: Princeton University Press. ISBN 0-691-08953-1.
- Possehl, Gregory (2003). The Indus Civilization: A Contemporary Perspective. AltaMira Press. ISBN 978-0-7591-0172-2.
- Śarmā, Rāmakaraṇa (1996). Śivasahasranāmāṣṭakam : eight collections of hymns containing one thousand and eight names of Śiva. Delhi: Nag Publishers. ISBN 9788170813507. OCLC 36990863. Includes Śivasahasranāmakoṣa, a dictionary of names. This work compares eight versions of the Śivasahasranāmāstotra. The preface and introduction (in English) by Ram Karan Sharma provide an analysis of how the eight versions compare with one another. The text of the eight versions is given in Sanskrit.
- Zimmer, Heinrich (1972). Myths and Symbols in Indian Art and Civilization. Princeton, New Jersey: Princeton University Press. ISBN 978-0-691-01778-5.