ପଲ୍ଲବୀ ଦେ

ଉଇକିପିଡ଼ିଆ‌ରୁ
ପଲ୍ଲବୀ ଦେ
ଜନ୍ମ(1997-02-23)୨୩ ଫେବୃଆରୀ ୧୯୯୭
ହାଓଡ଼ା, ପଶ୍ଚିମ ବଙ୍ଗ, ଭାରତ
ମୃତ୍ୟୁ୧୫ ମଇ ୨୦୨୨(2022-05-15) (ବୟସ ୨୫)
କଲିକତା, ପଶ୍ଚିମ ବଙ୍ଗ, ଭାରତ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍
ସକ୍ରିୟ ବର୍ଷ୨୦୧୭–୨୦୨୨

ପଲ୍ଲବୀ ଦେ (୨୩ ଫେବୃଆରୀ ୧୯୯୭ - ୧୫ ମଇ ୨୦୨୨) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ବଙ୍ଗଳା ଦୂରଦର୍ଶନ ଧାବାହିକରେ କାମ କରୁଥିଲେ । ସେ ବଙ୍ଗଳା ଧାରାବାହିକ ରେଶମ ଝନପିଙ୍କ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଆମି ସିରାଜେର ବେଗମ୍ ଧାରାବାହିକ ପାଇଁ ଜଣାଶୁଣା ଥିଲେ ।[୧][୨][୩]

ପେଷା[ସମ୍ପାଦନା]

ସେ ୨୦୧୭ ମସିହାରେ ବଙ୍ଗଳା ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ରେଶମ ଝନପି । ୨୦୧୮ ମସିହାରେ ତାଙ୍କୁ ଆମି ସିରାଜ ବେଗମ୍‌ରେ ଲୁଟଫା ଭୂମିକାରେ ଅଭିନୟ କରିଥିଲେ । ସେ କୁଞ୍ଜୋଛାୟା, ସରସ୍ୱତୀର ପ୍ରେମ ଏବଂ ମନମାନେ ନା ଆଦି ଧାରାବାହିକରେ ଅଭିନୟ କରିଥିଲେ ।[୪][୫]

ମୃତ୍ୟୁ[ସମ୍ପାଦନା]

୨୦୨୨ ମସିହାର ମଇ ୧୫ ତାରିଖରେ ୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଦି ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ତାଙ୍କ ଶରୀର ଏକ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିବା ପରେ ତାଙ୍କୁ ବାଙ୍ଗୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପ୍ରଥମେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା ।[୬][୭] ସେ ତାଙ୍କ ସାଥୀ ସଙ୍ଗିକ ଚକ୍ରବର୍ତ୍ତୀଙ୍କ[୭] ସହ ରହୁଥିଲେ ଏବଂ ତାଙ୍କ ସାଥୀ ହିଁ ତାଙ୍କ ମୃତ୍ୟୁ ଖବର ପୋଲିସକୁ ଦେଇଥିଲେ ।[୮][୯] ପଲ୍ଲବୀଙ୍କ ପିତା ନୀଲୁ ଦେ ତାଙ୍କ ଝିଅଙ୍କର ହତ୍ୟା ପଛରେ ସଙ୍ଗିକ ଚକ୍ରବର୍ତ୍ତୀ ଓ ଅନ୍ୟ ଜଣେ ମହିଳାଙ୍କ ହାତ ଥିବା କଥା ପୋଲିସ ପାଖରେ ଅଭିଯୋଗ କରିଥିଲେ ।[୧୦][୮][୯] ଏକ ଲମ୍ବା ଅନୁଧ୍ୟାନ ପରେ ୧୭ ମଇ ୨୦୨୨ରେ ଗାରଫା ପୋଲିସ ସଙ୍ଗିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ ।[୮][୧୧][୧୨]

ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ[ସମ୍ପାଦନା]

ଶୀର୍ଷକ ଭୂମିକ ମନ୍ତବ୍ୟ
ତୋବୁ ମନେ ରେଖୋ ପିୟା
ରେଶମ ଝନପି ମଧୁ/ବୁଲବୁଲି
ଆମି ସିରାଜେର ବେଗମ୍ ଲୁଟଫୁନିସା ବେଗମ୍ (ଲୁଟଫା) [୨]
କୁଞ୍ଜୋଛାୟା ଶାଲିକ୍ [୧]
ସରସ୍ୱତୀର ପ୍ରେମ ସରସ୍ୱତୀ ସେନ୍ [୩]
ମନମାନେ ନା ଗୌରୀ ବର୍ମନ୍ [୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "মাস্টারদাদুর নাতনি হয়ে ফিরছেন সিরাজের বেগম" [Begum of Siraj is returning as granddaughter of Master Dadu]. The Indian Express Bangla (in Bengali). 20 June 2019. Retrieved 15 May 2022.
  2. ୨.୦ ୨.୧ "'Ami Sirajer Begum' actress Pallavi Dey enjoys her holiday in Dooars". The Times of India (in ଇଂରାଜୀ). 28 May 2019. Retrieved 15 May 2022.
  3. ୩.୦ ୩.୧ "Actress Pallavi Dey bags the lead role in 'Saraswatir Prem'". The Times of India (in ଇଂରାଜୀ). 2 May 2020. Retrieved 15 May 2022.
  4. "Pallavi Dey death mystery: শটের ফাঁকে মাঝে মাঝে অন্যমনস্ক হয়ে পড়ত পল্লবী, দাবি সহ-অভিনেতা জয়জিতের" [Pallavi Dey death mystery: Pallavi sometimes gets distracted in between shots, claims co-actor Jayjit]. Anandabazar Patrika. 15 May 2022. Retrieved 15 May 2022.
  5. "Pallavi Dey and Samm starrer 'Mon Mane Na' set for its premiere". The Times of India (in ଇଂରାଜୀ). 11 August 2021. Retrieved 15 May 2022.
  6. "'Mon Mane Na' actress Pallavi Dey dies by suicide; co-star says "We spoke two days back, didn't realise anything"". The Times of India (in ଇଂରାଜୀ). 15 May 2022. Retrieved 15 May 2022.
  7. ୭.୦ ୭.୧ "Bengali TV Actress Pallavi Dey Discovered Dead At Her Kolkata Home". Outlook (Indian magazine). 16 May 2022.
  8. ୮.୦ ୮.୧ ୮.୨ Mishra, Anupam (17 May 2022). "Bengali actor Pallavi Dey's live-in partner arrested in connection with her death". India Today.
  9. ୯.୦ ୯.୧ Kumari, Sweety (16 May 2022). "Bengali TV actor Pallavi Dey found dead in Kolkata flat, family suspects murder". The Indian Express.
  10. "Father of Pallavi Dey lodges murder complaint against her live-in partner". My Kolkata The Telegraph (India). 17 May 2022.
  11. "Kolkata: Cops arrest live-in partner Sagnik Chakraborty 2 days after TV actor Pallavi Dey's death". The Indian Express. 17 May 2022.
  12. Amena, Rasti (18 May 2022). "Deceased Bengal TV actress Pallabi Dey's live-in partner arrested". The Siasat Daily.
  13. "Pallavi Dey-Samm Bhattacharya starrer 'Mon Mane Na' to feature a big twist". The Times of India (in ଇଂରାଜୀ). 14 May 2022. Retrieved 15 May 2022.

ବାହାର ଲିଙ୍କ୍[ସମ୍ପାଦନା]