ପର୍ଶୁରାମ କୁଣ୍ଡ

Coordinates: 27°52′39″N 96°21′33″E / 27.87750°N 96.35917°E / 27.87750; 96.35917
ଉଇକିପିଡ଼ିଆ‌ରୁ
ପର୍ଶୁରାମ କୁଣ୍ଡ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଲୋହିତ
ଦେବାଦେବୀପର୍ଶୁରାମ
Festivalsମକର ସଂକ୍ରାନ୍ତି
Location
Stateଅରୁଣାଚଳ ପ୍ରଦେଶ
Countryଭାରତ
ପର୍ଶୁରାମ କୁଣ୍ଡ is located in Arunachal Pradesh
ପର୍ଶୁରାମ କୁଣ୍ଡ
Location in Arunachal Pradesh
ଭୌଗଳିକ ଅବସ୍ଥିତି27°52′39″N 96°21′33″E / 27.87750°N 96.35917°E / 27.87750; 96.35917

ପର୍ଶୁରାମ କୁଣ୍ଡ ହିନ୍ଦୁମାନଙ୍କର ଏକ ତୀର୍ଥସ୍ଥଳୀ ଯାହା ବ୍ରହ୍ମପୁତ୍ର ଉପତ୍ୟକାର ଲୋହିତ ନଦୀ ପାଖରେ ଅବସ୍ଥିତ । ଏହା ଭାରତର ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲାରେ ଥିବା ତେଜୁର ୨୧ କିମି ଉତ୍ତର ଦିଗରେ ଅବସ୍ଥିତ । ଏହି ସ୍ଥାନ ଋଷି ପର୍ଶୁରାମଙ୍କୁ ସମର୍ପିତ ଏକ ସ୍ଥାନ ଯେଉଁଠାକୁ ନେପାଳ, ଭାରତ, ମଣିପୁର ଓ ଆସାମରୁ ଅସଂଖ୍ୟ ତୀର୍ଥଯାତ୍ରୀ ଆସନ୍ତି । ଜାନୁଆରୀ ମାସରେ ଅନୁଷ୍ଠିତ ମକରସଂକ୍ରାନ୍ତି ଦିନ ସେଠାରେ ୭୦,୦୦୦ରୁ ଅଧିକ ଲୋକ, ସାଧୁ ଓ ଭକ୍ତମାନେ ସେଠାରେ ଥିବା ପବିତ୍ର ଜଳରେ ଅବଗାହନ କରନ୍ତି ।[୧][୨][୩]

ଧାର୍ମିକ ମହତ୍ତ୍ୱ[ସମ୍ପାଦନା]

ଏଠାରେ ଥିବା ସମାଧି ସ୍ଥଳ ଏକ ସର୍ବ ଭାରତୀୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଯାହା ଲୋହିତ ନଦୀର ନିମ୍ନ ଭାଗରେ ଅବସ୍ଥିତ । ମାନବ ସମସ୍ତ ପାପ ଧ୍ରୌତ କରିବାକୁ ସକ୍ଷମ ଥିବା ସେଠାକାର କୁଣ୍ଡାଳିନୀ କୁଣ୍ଡରେ ମକର ସଂକ୍ରାନ୍ତି ଦିନ ହଜାର ହଜାର ଲୋକ ସମବେତ ହୋଇ ବୁଡ଼ ପକାନ୍ତି । ସ୍ତାନୀୟ ଲୋକମାନେ ସେହି ସ୍ଥାନ ବିଷୟର ଏକ ପୌରାଣିକ କାହାଣୀର ଅବତାରଣା କରନ୍ତି । ବିଷ୍ଣୁଙ୍କର ୬ଷ୍ଠ ଷଷ୍ଠ ଅବତାର ହେଉଛନ୍ତି ପର୍ଶୁରାମ ଯିଏ କି ପିତାଙ୍କ ଆଦେଶରେ ମାତା ରେଣୁକାଙ୍କର ଶିର ଛେଦନ କରିଥିଲେ ଏକ ପର୍ଶୁ ନାମକ ହତିଆରରେ । ମାତୃ ହତ୍ୟା ଭଳି ମହାପାପ କର୍ମ କରିବାରୁ ପର୍ଶୁଟି ତାଙ୍କର ହାତରେ ଲାଖି ରହିଥିଲା । ପିତୃ ଆଜ୍ଞା ପାଳନ କରିଥିବାରୁ ପିତା ଯମଦଗ୍ନି ପ୍ରସନ୍ନ ହୋଇ ଏକ ବର ମାଗିବାକୁ କହିଲେ ଓ ସେଥିପାଇଁ ମାତାଙ୍କୁ ପୁନର୍ଜିବିତ କରିବାକୁ ପିତାଙ୍କୁ ଅନୁରୋଧ କରିଥିଲେ । ମାତାଙ୍କର ଜୀବଦାନ ମିଳିବା ପରେ ମଧ୍ୟ ପର୍ଶୁଟି ପୂର୍ବପତ ହାତରେ ଲାଖି ରହିଲା । ଏହି ପାପ କ୍ଷୟ କରିବା ନିମନ୍ତେ ବିଭିନ୍ନ ଋଷିମାନଙ୍କ ପରାମର୍ଶରେ ସେ ଲୋହିତ ନଦୀରେ ହାତ ବୁଡ଼େଇବା କ୍ଷଣି ପରଶୁ ହାତରୁ ବାହାରି ଗଲା । ସେହି ସ୍ଥାନ ପର୍ଶୁରାମ କୁଣ୍ଡ ନାମରେ ପ୍ରଖ୍ୟାତ ହୋଇଗଲା । ସେହି ସ୍ଥାନରେ ପର୍ଶୁରାମଙ୍କର ଏକ ମନ୍ଦିର ଅଛି । ଏହିଭଳି ଅନେକ କାହାଣୀ ଭାରତରେ ଅଛି ବିଶେଷତଃ କେରଳରେ, କିନ୍ତୁ ଏହି ସ୍ଥାନ ଅଧିକାଂଶ ଲୋକଙ୍କର ପ୍ରିୟ ସ୍ଥାନ ହୋଇ ରହିଛି ।

ଇତିହାସ[ସମ୍ପାଦନା]

ସାଧୁମାନଙ୍କଦ୍ୱାରା ତିଆରି ହୋଇଥିବା ପର୍ଶୁରାମ କୁଣ୍ଡ ୧୯୫୦ ମସିହାର ଭୂମିକମ୍ପ ପର୍ଯ୍ୟନ୍ତ ସ୍ଥିତିବାନ ଥିଲା । ସେହି ଭୂମିକମ୍ପରେ ସାରା ଉତ୍ତର-ପଶ୍ଚିମ ଅଞ୍ଚଳ ଥରି ଯାଇଥିଲା ଓ କୁଣ୍ଡ ସମ୍ପୂର୍ଣ୍ଣ ରୂପେ ଘୋଡ଼େଇ ହୋଇଯାଇଥିଲା । କୁଣ୍ଡ ଥିବା ସ୍ଥାନରେ ତୀବ୍ର ଜଳ ସ୍ରୋତ ହେଉଛି କିନ୍ତୁ ବଡ଼ ବଡ଼ ପଥରଖଣ୍ଡ ସେଠାରେ ଏକ ବୃତ୍ତାକାରରେ ପୋତି ହୋଇ ରହିଛନ୍ତି । ତେଣୁ ସେଠାରେ ଏକ ନୂତନ କୁଣ୍ଡ ସୃଷ୍ଟି ହୋଇଛି ।[୪]

ପର୍ଯ୍ୟଟନ[ସମ୍ପାଦନା]

ପ୍ରତିବର୍ଷ ମକର ସଂକ୍ରାନ୍ତିରେ ସେଠାରେ ଏକ ମେଳା ବସେ ଯେଉଁଠାରେ ପାହାଡ଼ି ଜାତିର ଲୋକ ଗାଈ, ବିରଳ ପଶମ ମସିଣା ଓ ଅନ୍ୟାନ୍ୟ ଦ୍ରବ୍ୟ ଆଣି ସେଠାରେ ବିକ୍ରି କରନ୍ତି । ତେଜୁରୁ ଗ୍ଲୋ ହ୍ରଦ (Tezu to glow lake) ପର୍ଯ୍ୟନ୍ତ ଲୋକମାନ ଟ୍ରେକିଙ୍ଗ କରିବା ନିମନ୍ତେ ଆସନ୍ତି । ଲୋହିତ ନଦୀରେ ମଧ୍ୟ ବୁଲନ୍ତି ।

ଗମନାଗମନ[ସମ୍ପାଦନା]

ତିନସୁକିଆ (Tinsukia) ରେଳଷ୍ଟେସନଠାରୁ ଏହା ୧୨୦ କିମି ଦୂରରେ ଅବସ୍ଥିତ ଓ ସେଠାରୁ ଭାୟା ନିମସାଇ ବସ ଚଳାଚଳ କୁଣ୍ଡଠାକୁ ଆସେ । ସାଦିୟାଠାରୁ (Sadiya) ମଧ୍ୟ ବସ ମିଳିଯାଏ । ସବୁଠାରୁ କମ ଦୂରତାରେ ତେଜୁ ଓ ଦିବ୍ରୁଗଡ ଏୟାରପୋର୍ଟ ଅଛି ।

ପର୍ଶୁରାମ କୁଣ୍ଡକୁ ଅଦ୍ୟାପି କୌଣସି ରେଲ ଚଳାଚଳ କରିନାହିଁ । ରେଳପଥ ନିମନ୍ତେ କେବଳ ସର୍ଭେ ହୋଇଛି ।[୫]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

  • Parasurameswara Temple - Called Gudimallam, an ancient temple from 2nd Century

ଆଧାର[ସମ୍ପାଦନା]

  1. "Thousands gather at Parshuram Kund for holy dip on Makar Sankranti". The News Mill. Retrieved 2017-01-13.
  2. "70,000 devotees take holy dip in Parshuram Kund". Indian Express. 18 January 2013. Retrieved 2014-06-29.
  3. "Arunachal Pradesh planning to promote tourism at Parsuram Kund". Daily News & Analysis. Retrieved 2014-06-29.
  4. "Parashuram Kund". indiaprofile.com.
  5. "Solace to suffering humanity would surface from Arunachal, believes Shankaracharya". ANI. Archived from the original on 19 August 2014. Retrieved 16 Jan 2014.

ବାହ୍ୟ ଲିଙ୍କ[ସମ୍ପାଦନା]