Jump to content

ପର୍ଶୁରାମ କୁଣ୍ଡ

ପର୍ଶୁରାମ କୁଣ୍ଡ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଲୋହିତ
ଦେବାଦେବୀପର୍ଶୁରାମ
Festivalsମକର ସଂକ୍ରାନ୍ତି
Location
Stateଅରୁଣାଚଳ ପ୍ରଦେଶ
Countryଭାରତ
ପର୍ଶୁରାମ କୁଣ୍ଡ is located in Arunachal Pradesh
ପର୍ଶୁରାମ କୁଣ୍ଡ
Location in Arunachal Pradesh
ଭୌଗଳିକ ଅବସ୍ଥିତି27°52′39″N 96°21′33″E / 27.87750°N 96.35917°E / 27.87750; 96.35917

ପର୍ଶୁରାମ କୁଣ୍ଡ ହିନ୍ଦୁମାନଙ୍କର ଏକ ତୀର୍ଥସ୍ଥଳୀ ଯାହା ବ୍ରହ୍ମପୁତ୍ର ଉପତ୍ୟକାର ଲୋହିତ ନଦୀ ପାଖରେ ଅବସ୍ଥିତ । ଏହା ଭାରତର ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲାରେ ଥିବା ତେଜୁର ୨୧ କିମି ଉତ୍ତର ଦିଗରେ ଅବସ୍ଥିତ । ଏହି ସ୍ଥାନ ଋଷି ପର୍ଶୁରାମଙ୍କୁ ସମର୍ପିତ ଏକ ସ୍ଥାନ ଯେଉଁଠାକୁ ନେପାଳ, ଭାରତ, ମଣିପୁର ଓ ଆସାମରୁ ଅସଂଖ୍ୟ ତୀର୍ଥଯାତ୍ରୀ ଆସନ୍ତି । ଜାନୁଆରୀ ମାସରେ ଅନୁଷ୍ଠିତ ମକରସଂକ୍ରାନ୍ତି ଦିନ ସେଠାରେ ୭୦,୦୦୦ରୁ ଅଧିକ ଲୋକ, ସାଧୁ ଓ ଭକ୍ତମାନେ ସେଠାରେ ଥିବା ପବିତ୍ର ଜଳରେ ଅବଗାହନ କରନ୍ତି ।[][][]

ଧାର୍ମିକ ମହତ୍ତ୍ୱ

[ସମ୍ପାଦନା]

ଏଠାରେ ଥିବା ସମାଧି ସ୍ଥଳ ଏକ ସର୍ବ ଭାରତୀୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଯାହା ଲୋହିତ ନଦୀର ନିମ୍ନ ଭାଗରେ ଅବସ୍ଥିତ । ମାନବ ସମସ୍ତ ପାପ ଧ୍ରୌତ କରିବାକୁ ସକ୍ଷମ ଥିବା ସେଠାକାର କୁଣ୍ଡାଳିନୀ କୁଣ୍ଡରେ ମକର ସଂକ୍ରାନ୍ତି ଦିନ ହଜାର ହଜାର ଲୋକ ସମବେତ ହୋଇ ବୁଡ଼ ପକାନ୍ତି । ସ୍ତାନୀୟ ଲୋକମାନେ ସେହି ସ୍ଥାନ ବିଷୟର ଏକ ପୌରାଣିକ କାହାଣୀର ଅବତାରଣା କରନ୍ତି । ବିଷ୍ଣୁଙ୍କର ୬ଷ୍ଠ ଷଷ୍ଠ ଅବତାର ହେଉଛନ୍ତି ପର୍ଶୁରାମ ଯିଏ କି ପିତାଙ୍କ ଆଦେଶରେ ମାତା ରେଣୁକାଙ୍କର ଶିର ଛେଦନ କରିଥିଲେ ଏକ ପର୍ଶୁ ନାମକ ହତିଆରରେ । ମାତୃ ହତ୍ୟା ଭଳି ମହାପାପ କର୍ମ କରିବାରୁ ପର୍ଶୁଟି ତାଙ୍କର ହାତରେ ଲାଖି ରହିଥିଲା । ପିତୃ ଆଜ୍ଞା ପାଳନ କରିଥିବାରୁ ପିତା ଯମଦଗ୍ନି ପ୍ରସନ୍ନ ହୋଇ ଏକ ବର ମାଗିବାକୁ କହିଲେ ଓ ସେଥିପାଇଁ ମାତାଙ୍କୁ ପୁନର୍ଜିବିତ କରିବାକୁ ପିତାଙ୍କୁ ଅନୁରୋଧ କରିଥିଲେ । ମାତାଙ୍କର ଜୀବଦାନ ମିଳିବା ପରେ ମଧ୍ୟ ପର୍ଶୁଟି ପୂର୍ବପତ ହାତରେ ଲାଖି ରହିଲା । ଏହି ପାପ କ୍ଷୟ କରିବା ନିମନ୍ତେ ବିଭିନ୍ନ ଋଷିମାନଙ୍କ ପରାମର୍ଶରେ ସେ ଲୋହିତ ନଦୀରେ ହାତ ବୁଡ଼େଇବା କ୍ଷଣି ପରଶୁ ହାତରୁ ବାହାରି ଗଲା । ସେହି ସ୍ଥାନ ପର୍ଶୁରାମ କୁଣ୍ଡ ନାମରେ ପ୍ରଖ୍ୟାତ ହୋଇଗଲା । ସେହି ସ୍ଥାନରେ ପର୍ଶୁରାମଙ୍କର ଏକ ମନ୍ଦିର ଅଛି । ଏହିଭଳି ଅନେକ କାହାଣୀ ଭାରତରେ ଅଛି ବିଶେଷତଃ କେରଳରେ, କିନ୍ତୁ ଏହି ସ୍ଥାନ ଅଧିକାଂଶ ଲୋକଙ୍କର ପ୍ରିୟ ସ୍ଥାନ ହୋଇ ରହିଛି ।

ଇତିହାସ

[ସମ୍ପାଦନା]

ସାଧୁମାନଙ୍କଦ୍ୱାରା ତିଆରି ହୋଇଥିବା ପର୍ଶୁରାମ କୁଣ୍ଡ ୧୯୫୦ ମସିହାର ଭୂମିକମ୍ପ ପର୍ଯ୍ୟନ୍ତ ସ୍ଥିତିବାନ ଥିଲା । ସେହି ଭୂମିକମ୍ପରେ ସାରା ଉତ୍ତର-ପଶ୍ଚିମ ଅଞ୍ଚଳ ଥରି ଯାଇଥିଲା ଓ କୁଣ୍ଡ ସମ୍ପୂର୍ଣ୍ଣ ରୂପେ ଘୋଡ଼େଇ ହୋଇଯାଇଥିଲା । କୁଣ୍ଡ ଥିବା ସ୍ଥାନରେ ତୀବ୍ର ଜଳ ସ୍ରୋତ ହେଉଛି କିନ୍ତୁ ବଡ଼ ବଡ଼ ପଥରଖଣ୍ଡ ସେଠାରେ ଏକ ବୃତ୍ତାକାରରେ ପୋତି ହୋଇ ରହିଛନ୍ତି । ତେଣୁ ସେଠାରେ ଏକ ନୂତନ କୁଣ୍ଡ ସୃଷ୍ଟି ହୋଇଛି ।[]

ପର୍ଯ୍ୟଟନ

[ସମ୍ପାଦନା]

ପ୍ରତିବର୍ଷ ମକର ସଂକ୍ରାନ୍ତିରେ ସେଠାରେ ଏକ ମେଳା ବସେ ଯେଉଁଠାରେ ପାହାଡ଼ି ଜାତିର ଲୋକ ଗାଈ, ବିରଳ ପଶମ ମସିଣା ଓ ଅନ୍ୟାନ୍ୟ ଦ୍ରବ୍ୟ ଆଣି ସେଠାରେ ବିକ୍ରି କରନ୍ତି । ତେଜୁରୁ ଗ୍ଲୋ ହ୍ରଦ (Tezu to glow lake) ପର୍ଯ୍ୟନ୍ତ ଲୋକମାନ ଟ୍ରେକିଙ୍ଗ କରିବା ନିମନ୍ତେ ଆସନ୍ତି । ଲୋହିତ ନଦୀରେ ମଧ୍ୟ ବୁଲନ୍ତି ।

ଗମନାଗମନ

[ସମ୍ପାଦନା]

ତିନସୁକିଆ (Tinsukia) ରେଳଷ୍ଟେସନଠାରୁ ଏହା ୧୨୦ କିମି ଦୂରରେ ଅବସ୍ଥିତ ଓ ସେଠାରୁ ଭାୟା ନିମସାଇ ବସ ଚଳାଚଳ କୁଣ୍ଡଠାକୁ ଆସେ । ସାଦିୟାଠାରୁ (Sadiya) ମଧ୍ୟ ବସ ମିଳିଯାଏ । ସବୁଠାରୁ କମ ଦୂରତାରେ ତେଜୁ ଓ ଦିବ୍ରୁଗଡ ଏୟାରପୋର୍ଟ ଅଛି ।

ପର୍ଶୁରାମ କୁଣ୍ଡକୁ ଅଦ୍ୟାପି କୌଣସି ରେଲ ଚଳାଚଳ କରିନାହିଁ । ରେଳପଥ ନିମନ୍ତେ କେବଳ ସର୍ଭେ ହୋଇଛି ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  • Parasurameswara Temple - Called Gudimallam, an ancient temple from 2nd Century
  1. "Thousands gather at Parshuram Kund for holy dip on Makar Sankranti". The News Mill. Retrieved 2017-01-13.
  2. "70,000 devotees take holy dip in Parshuram Kund". Indian Express. 18 January 2013. Retrieved 2014-06-29.
  3. "Arunachal Pradesh planning to promote tourism at Parsuram Kund". Daily News & Analysis. Retrieved 2014-06-29.
  4. "Parashuram Kund". indiaprofile.com.
  5. "Solace to suffering humanity would surface from Arunachal, believes Shankaracharya". ANI. Archived from the original on 19 August 2014. Retrieved 16 Jan 2014.

ବାହ୍ୟ ଲିଙ୍କ

[ସମ୍ପାଦନା]