ରେଣୁକା

ଉଇକିପିଡ଼ିଆ ରୁ
Jump to navigation Jump to search
ରେଣୁକା
Renukok/Renuk
ମହାରାଷ୍ଟ୍ରର ମହୁର ମନ୍ଦିରରେ ରେଣୁକାଙ୍କର ମୂର୍ତ୍ତି; ଏହା ଏକ ଶକ୍ତିପୀଠ । The icon of Renuk at the sanctum of the Mahur temple, a Shakti Peetha
Devanagariरेणुका
Sanskrit TransliterationRénûka/Renu
Affiliationଦେବୀ
Abodeମହୁର (Mahur)
Consortଜମଦଗ୍ନି Jamadagni
Childrenପର୍ଶୁରାମ, ବସୁ (Vasu
Mountସିଂହ

ରେଣୁକା ବା ରେଣୁଗା/ରେଣୁ (ଇଂରାଜୀ ଭାଷାରେ Reṇukā/Renuga/Renu) ଜଣେ ହିନ୍ଦୁ ଦେବୀ ଯାହାଙ୍କୁ ମୁଖ୍ୟତଃ ଦକ୍ଷିଣ ଭାରତର କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶତାମିଲ ନାଡ଼ୁରେ ପୂଜା କରାଯାଏ ।[୧] ମହାରାଷ୍ଟ୍ରର ମହୁର ସ୍ଥାନରେ ରେଣୁକାଙ୍କର ମନ୍ଦିର ଅଛି ଯାହାକୁ ଏକ ଶକ୍ତି ପୀଠ (shakti peetha) କୁହାଯାଏ ।

ବିଭିନ୍ନ ନାମ[ସମ୍ପାଦନା]

ରେଣୁକା/ରେଣୁ ବା ୟେଲ୍ଲାମ୍ମା ବା ଏକବିରା (Ekvira) ବା ଏଲ୍ଲାଇ ଆମ୍ମାଁ ବା ଏଲ୍ଲାଇ ଆମ୍ମା, ମରାଠୀ ଭାଷାରେ (Marathi: ଶ୍ରୀ ରେଣୁକା/ୟେଲ୍ଲୁଆଈ (श्री. रेणुका/ येल्लुआई), Kannada: ಶ್ರೀ ಎಲ್ಲಮ್ಮ ರೇಣುಕಾ, Telugu : శ్రీ రేణుక/ ఎల్లమ్మ, Tamil: ரேணு/Renu) ଜଣେ ହିନ୍ଦୁ ଦେବୀ ଭାବରେ ପୂଜା ପାଆନ୍ତି । ଦକ୍ଷିଣ ଭାରତର ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ତାମିଲ ନାଡ଼ୁରେ ୟେଲ୍ଲାମ୍ମା ଜଣେ ସଂରକ୍ଷକ ଦେବୀ ଭାବରେ ପୂଜା ପାଆନ୍ତି । ତାଙ୍କୁ ତାଙ୍କର ଭକ୍ତମାନେ ବ୍ରହ୍ମାଣ୍ଡର ମାତା ବା ଜଗଦମ୍ବା ନାମ ଦେଇଥାଆନ୍ତି ।

କାହାଣୀର ଆରମ୍ଭ[ସମ୍ପାଦନା]

ରେଣୁକାର କିମ୍ବଦନ୍ତୀ ମହାଭାରତ, ହରିବଂଶ (Harivamsa) ଓ ଭାଗବତ ଗୀତାରେ ଲିଖିତ ଅଛି ।

ରେଣୁକା ସାଗର, ମାଲାପ୍ରଭା ନ‌ଦୀ (Malaprabha River), ସୌନ୍ଦତ୍ତି (Saundatti), ବେଲଗାଁ ଜିଲ୍ଲା (Belgaum District), ଉତ୍ତର କର୍ଣ୍ଣାଟକ (North Karnataka), କର୍ଣ୍ଣାଟକ (Karnataka)

ପ୍ରାକ୍ ଜୀବନ[ସମ୍ପାଦନା]

ଶାନ୍ତି ଓ ସ୍ୱାସ୍ଥ୍ୟ ସ୍ଥାପନ ନିମନ୍ତେ ରାଜା ରେଣୁକାଙ୍କର ପିତା ରେଣୁ ଏକ ଯଜ୍ଞ କଲେ । ଏହି ଯଜ୍ଞର ଅଗ୍ନିକୁଣ୍ଡରୁ ଗୋଟିଏ ଝିଅ ଜାତ ହେଲେ । ସେହି ଝିଅ ଅତି ସକ୍ରିୟ ଓ ଗୁଣୀ ଥିଲେ । ତାଙ୍କର ନାମ ରେଣୁକା ଦିଆଗଲା ଓ ସେ ପିତାମାତାଙ୍କର ଅତି ଗେଲ୍ହା ଝିଅ ହୋଇ ବଢ଼ିଲେ ।

ରେଣୁଙ୍କର ଗୁରୁ ଅଗସ୍ତ୍ୟ ଥରେ ତାଙ୍କ ପାଖକୁ ଆସି ଝିଅ ବୟଃପ୍ରାପ୍ତ ହେବା ପରେ ତାଙ୍କୁ ଜମଦଗ୍ନୀ ଋଷିଙ୍କୁ ବିବାହ ଦେବା ପାଇଁ ଉପଦେଶ ଦେଇଗଲେ । ପ୍ରଚଣ୍ଡ ତପସ୍ୟା କରି ରୁଚିକ ମୂନୀ ଓ ସତ୍ୟବତୀଙ୍କର ପୁତ୍ର ଜମଦଗ୍ନି ଦେବତାମାନଙ୍କଠାରୁ ଅନେକ ବରପ୍ରାପ୍ତ ହୋଇଥିଲେ । ବିବାହ ପରେ ରେଣୁକା ଓ ଜମଦଗ୍ନି ଦୁହେଁ ବେଲଗାଭି ଜିଲ୍ଲାରେ ଥିବା ଆଜିକାର ସବଦତ୍ତି ସ୍ଥାନରେ ବାସ କରିବାକୁ ଲାଗିଲେ । ଜମଦଗ୍ନିଙ୍କର ସମସ୍ତ ପୂଜା କର୍ମରେ ରେଣୁକା ସାହାଯ୍ୟ କରୁଥିଲେ । ସମୟକ୍ରମେ ଜମଦଗ୍ନିଙ୍କର ରେଣୁକା ଅତି ପ୍ରିୟ ହୋଇଗଲେ । କିଛି ଦେନ ପରେ ତାଙ୍କର ଗୋଟିଏ ଝିଅ ଜନ୍ମ ହେଲା ଯାହାର ନାମ ଅଞ୍ଜନା ଦେବୀ ରଖାଗଲା । ସବୁଦିନ ପ୍ରାତଃ କାଳରୁ ରେଣୁକା ଉଠି ମାଲାପ୍ରଭା ନ‌ଦୀରେ ସ୍ନାନ ଶୌଚାଦି କର୍ମ ପବିତ୍ର ମନରେ କରୁଥିଲେ । ତାଙ୍କ ଭକ୍ତର ଏତେ ଶକ୍ତି ହୋଇଗଲା ଯେ ସେ ପ୍ରତିଦିନ ଏକ ସଦ୍ୟ ବାଲି ନିର୍ମିତ ପାତ୍ରରେ ଜଳ ରଖିପାରୁଥିଲେ । ସେହି ପାତ୍ରରେ ନ‌ଦୀରୁ ଜଳ ଭରି ପାଖରେ ଥିବା ଏକ ସାପକୁ ମୁଣ୍ଡ ଉପରେ ଗୁଡ଼େଇ ତା ଉପରେ ଜଳ ପାତ୍ରକୁ ରଖି ଫେରିଆସୁଥିଲେ । ଏହି ଜଳରେ ଜମଦଗ୍ନି ସ୍ନାନ ଶୌଚାଦି କର୍ମ ଶେଷ କରୁଥିଲେ । ସଂସ୍କୃତ ଭାଷାରେ ରେଣୁକା ଶବ୍ଦର ଅର୍ଥ ବାଲି କଣିକା । ତାଙ୍କ ନାମରେ ଗୋଟିଏ ମନ୍ଦିର ଜାମାନିଆ, ଗାଜିପୁରରେ ଓ ଆଉ ଏକ ମନ୍ଦିର ଭେଲୋର ପାଖରେ ଅଛି ଓ ସେଠାକାର ମୂର୍ତ୍ତି ସ୍ୱୟଂ ମାଟିରୁ ବାହାରିଥିବା କୁହାଯାଏ ।

ପରବର୍ତ୍ତୀ ଜୀବନ[ସମ୍ପାଦନା]

ରେଣୁକାଙ୍କର ପାଞ୍ଚ ପୁତ୍ର ଜାତ ହୋଇଥିଲେ ଓ ସବା ସାନ ପୁଅ ଶିବ ଓ ପାର୍ବତୀଙ୍କର ଅନୁକମ୍ପା ପାଇଥିବାରୁ ତାଙ୍କୁ ପର୍ଶୁରାମ ଡାକୁଥିଲେ ଓ ସେହି ପର୍ଶୁରାମ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଥିଲେ ।[୨] ନ‌ଦୀରେ ଦିନେ ଗନ୍ଧର୍ବମାନେ କ୍ରିଡ଼ା କରୁଥିବା ଦେଖି କ୍ଷଣକ ପାଇଁ ତାଙ୍କର ଧ୍ୟାନ ଭଗ୍ନ ହୋଇଯିବା ଫଳରେ ବାଲି ପାତ୍ରର ଜଳ ରହିଲାନି । ସେ ବ‌ହୁତ ଲଜ୍ଜିତ ହେଲେ ଓ ରିକ୍ତ ହସ୍ତରେ ଫେରିବା ଦେଖି ଜମଦଗ୍ନୀ ତାଙ୍କୁ ଗୃହରୁ ବାହାରିଯିବାକୁ ଆଦେଶ ଦେଲେ ।

ଆଧାର[ସମ୍ପାଦନା]

  1. "Sri Renuka Amman Parameswari". Archived from the original on 18 May 2015. Retrieved 29 April 2015.
  2. Sunil.A.Shah (May 2010). "ચિરંજીવી, શૌર્યતા, જ્ઞાનના સંગમ સમાન ભગવાન પરશુરામ" [Ciran̄jīvī, śauryatā, jñānanā saṅgam samān Bhagavān Paraśurām]. Divya Bhaskar (in Gujarati). Retrieved 2015-04-29.CS1 maint: unrecognized language (link)