ପରିମେୟ ସଂଖ୍ୟା

ଉଇକିପିଡ଼ିଆ‌ରୁ

ଗାଣିତିକ ପଦ୍ଧତିରେ ଏକ ଅଣଶୁନ୍ୟ ହର ତଥା ଦୁଇଟି ପୂର୍ଣ୍ଣାଙ୍କର ଭଗ୍ନାଂଶ ଯଥା; 'କ'/'ଖ' ଭାବେ ପ୍ରକାଶ କରାଯାଇପାରୁଥିବା ସମସ୍ତ ସଂଖ୍ୟା ହେଉଛି ପରିମେୟ ସଂଖ୍ୟା[୧] ଏଭଳି ସ୍ଥଳେ ହର ୧ ହେଉଥିଲେ ସମସ୍ତ ପୂର୍ଣ୍ଣାଙ୍କ ମଧ୍ୟ ପରିମେୟ ସଂଖ୍ୟାର ଅନ୍ତର୍ଗତ ହେବ । ପରିମେୟ ସଂଖ୍ୟା ସମୂହର ସେଟକୁ ଗାଣିତିକ ସଂକେତ ଦ୍ୱାରା ପ୍ରକାଶ କରାଯାଏ ।[୨] ସଂଖ୍ୟା ରେଖାରେ ସମସ୍ତ ପରିମେୟ ସଂଖାକୁ ରେଖା ଉପରିସ୍ଥ ବିନ୍ଦୁ ମାଧ୍ୟମରେ ଚିହ୍ନଟ କରାଯାଇପାରିବ ।

ଗାଣିତିକ ଧର୍ମ[ସମ୍ପାଦନା]

ପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୩]

  • ସମସ୍ତ ପରିମେୟ ସଂଖ୍ୟାକୁ ସସୀମ ଦଶମିକ ସଂଖ୍ୟା ତଥା ପୌନଃପୁନିକ ଦଶମିକ ସଂଖ୍ୟାରେ ପ୍ରକାଶ କରାଯାଇପାରିବ ।
  • ଯେଉଁ ବାସ୍ତବ ସଂଖ୍ୟାସବୁ ପରିମେୟ ନୁହନ୍ତି ସେ ସବୁ ଅପରିମେୟ ସଂଖ୍ୟା ଅଟନ୍ତି , ଯଥା;୨ର ବର୍ଗମୂଳ (√୨), ପାଇ π ..... ଇତ୍ୟାଦି ।
  • ଏକ ଅପରିମେୟ ସଂଖ୍ୟାକୁ ଦଶମିକରେ ପ୍ରକାଶ କରିବାକୁ ଗଲେ ତାହା ଏକ ଅସୀମ ଦଶମିକ ସଂଖ୍ୟା ରୂପେ ପ୍ରକାଶିତ ହୁଏ ।
  • ବାସ୍ତବ ସଂଖ୍ୟାର ସେଟ ଅସୀମ, କିନ୍ତୁ ପରିମେୟ ସଂଖ୍ୟାର ସେଟ ସସୀମ ଅଟେ । ଅତଏବ ଗାଣିତିକ ପଦ୍ଧତିରେ ଅପରିମେୟ ସଂଖ୍ୟାସବୁ ହେଉଛି ବାସ୍ତବ ସଂଖ୍ୟା ସେଟର ଏକ ଉପସେଟ ।
  • କ/ଖ ରୂପରେ ଲେଖାଯାଇଥିବା ପରିମେୟ ସଂଖାର କ ଓ ଖ ମଧ୍ୟରେ ଯଦି ୧ ବ୍ୟତୀତ ଅନ୍ୟ କୌଣସି ଗୁଣନୀୟକ ନ ଥାଏ, ତେବେ ସେଭଳି ସଂଖ୍ୟାକୁ ପରିମେୟ ସଂଖ୍ୟାର ମାନକ ରୁପ କୁହାଯାଏ ।

ଆଧାର[ସମ୍ପାଦନା]

  1. Rosen, Kenneth (2007). Discrete Mathematics and its Applications (6th ed.). New York, NY: McGraw-Hill. pp. 105, 158–160. ISBN 978-0-07-288008-3.
  2. Rouse, Margaret. "Mathematical Symbols". Retrieved 10 June 2018.
  3. "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.

ବାହାର ଲିଙ୍କ[ସମ୍ପାଦନା]