ପରିବା
ପରିବାକୁ ଗଛର ସେହି ଭାଗକୁ କୁହାଯାଏ ଯାହାକୁ ନିଆଁରେ ରନ୍ଧାହୋଇ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ବୀଜ ଏବଂ ମିଠା ଫଳକୁ ପ୍ରାୟତଃ ପରିବା କୁହାଯାଏ ନାହିଁ। ଖିଆ ଯାଉଥିବା ପତ୍ର, ତଳି, ମୂଳ ଇତ୍ୟାଦିକୁ ପ୍ରାୟତଃ ପରିବା କୁହାଯାଏ । ସାଂସ୍କୃତିକ ଦୃଷ୍ଟିରେ "ପରିବା"ର ପରିଭାଷା ସ୍ଥାନୀୟ ପ୍ରଥା ଅନୁସାରେ ଅଲଗା ଅଲଗା ହୋଇଥାଏ । ଉଦାହରଣ ସ୍ୱରୂପ: ବହୁତ ଲୋକ ଛତୁକୁ ପରିବା ବୋଲି ମାନିଥାନ୍ତି , କିନ୍ତୁ ଜୀବ ବିଜ୍ଞାନ ଦୃଷ୍ଟିରୁ ଏହାକୁ "ପତ୍ର" ଭାବେ ଗ୍ରହଣ କରାଯାଏ ନାହିଁ ଏବଂ ଅନ୍ୟ ଲୋକମାନଙ୍କ ଅନୁସାରେ ଏହା ପରିବା ନୁହେଁ; ଏହା ଏକ ଅନ୍ୟ ଖାଦ୍ୟ ଶ୍ରେଣୀ ଯୁକ୍ତ ଅଟେ ।[୧][୨]
କିଛି ପରିବାକୁ କଞ୍ଚା ଖିଆ ଯାଇପାରେ , ଅନ୍ୟ ପରିବାକୁ କେବଳ ରାନ୍ଧିକରି ଖିଆ ଯାଇପାରେ । ସାଧାରଣତଃ ପରିବାକୁ ଲୁଣ ସହିତ ରନ୍ଧାଯାଏ , କିନ୍ତୁ କିଛି ପରିବାକୁ ଚିନି ସହିତ ରାନ୍ଧି ତା'ର ମିଠା ହାଲୁଆ ତିଆରି କରାଯାଏ (ଯେପରି: ଗାଜର) ।
ଶବ୍ଦର ମୂଳ ଅର୍ଥ
[ସମ୍ପାଦନା]"ପରିବା"ର ଅର୍ଥ "ଭୋଜନ ପାଇଁ ବିକଶିତ କରାଯାଉଥିବା ଗଛ" ଅଟେ ଯାହା, ୧୮ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସ୍ଥାପିତ ନଥିଲା ।[୩] ୧୭୬୭ ମସିହାରେ, ବିଶେଷ ରୂପେ "ଭୋଜନ" ଏକ ଖାଦ୍ୟ ଜଡ଼ିବୁଟି କିମ୍ବା ଜଡ଼ ପାଇଁ ବିକଶିତ କରାଯାଇଥିବା ଗଛର ଅର୍ଥ ଥିଲା । ୧୯୫୫ ମସିହାରେ ଲଘୁ, ସ୍ଲେଙ୍ଗ ଶବ୍ଦ "ବେଜୀ"ର୍ ପ୍ରଥମ ଉପଯୋଗ ଦେଖାଯାଇଥିଲା ।
ଏକ ବିଶେଷଣ ରୂପେ, ପରିବା ଶବ୍ଦର ପ୍ରୟୋଗ ବୈଜ୍ଞାନିକ ଏବଂ ବୈଷୟିକ ସନ୍ଦର୍ଭରେ ଅଲଗା ଏବଂ ବହୁ ବ୍ୟାପକ ଅର୍ଥ ସହିତ କରାଯାଏ, ଯାହାର ଅର୍ଥ ହେଉଛି: "ଗଛରୁ ସମ୍ବନ୍ଧିତ" ସାମାନ୍ୟ ରୂପେ ଖାଦ୍ୟ ପଦାର୍ଥ କିମ୍ବା "ପରିବା ପଦାର୍ଥ", "ପରିବା ରାଜ୍ୟ", "ପରିବା ମୂଳ" ଇତ୍ୟାଦି ।[୪]
ହିନ୍ଦୀ ଭାଷାରେ "ସବ୍ଜ" ଶବ୍ଦର ଅର୍ଥ ଆଧୁନିକ ଫରାସୀରେ "ସବୁଜ" ତଥା କେବେ କେବେ "କଳା" ହୋଇଥାଏ । ଫରାସୀରେ (ହିନ୍ଦୀ: ସବ୍ଜୀ) "ପରିବା" କେବଳ ବାସ୍ତବରେ ସବୁଜ ରଙ୍ଗ ପତ୍ର - ପରିବାକୁ କୁହାଯାଏ, କିନ୍ତୁ ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ, କାଶ୍ମୀରୀ ଓ ଉତ୍ତର ଭାରତୀୟ ଉପ-ମହାଦ୍ବୀପର ଅନ୍ୟ ଭାଷାରେ "ପରିବା" ଶ୍ରେଣୀରେ ବିଭିନ୍ନ ରଙ୍ଗର ପରିବା ସାମିଲ ରହିଛି । ସଂସ୍କୃତ ଓ ଫରାସୀ (ହିନ୍ଦୀ-ଇରାଣୀ ଭାଷା ପରିବାର) ଅନ୍ତର୍ଗତ ହୋଇଥିବା କାରଣରୁ ହଜାର ସଜାତୀୟ ଶବ୍ଦ ରଖିଥାନ୍ତି ଏବଂ ସବ୍ଜ ମଧ୍ୟ ଏମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ସଂସ୍କୃତରେ ଏହି ଶବ୍ଦର ଅର୍ଥ "ଶସ୍ୟ" ଅଟେ, ଯାହାର ମୂଳ ଅର୍ଥ (ଖାଦ୍ୟ ରୂପେ ବ୍ୟବହାର କରା ଯାଉଥିବା ଦାନା କିମ୍ବା ଫଳ) ଅଟେ ।[୫]
ପ୍ରମୁଖ ଉତ୍ପାଦକ ଦେଶ
[ସମ୍ପାଦନା]୨୦୧୦ ମସିହାରେ ବିଶ୍ୱରେ ପରିବାର ସବୁଠାରୁ ବଡ଼ ଉତ୍ପାଦକ ଚୀନ ଥିଲା ଏବଂ ଏହାପରେ ଭାରତ ହେଲା ।[୬]
"ପରିବା"ର ସଠିକ ପରିଭାଷା ଭିନ୍ନ ହୋଇପାରେ କାରଣ ସମଗ୍ର ଦୁନିଆରେ ଭୋଜନରୂପେ ଉପଯୁକ୍ତ ଏକ ଗଛର ବହୁ ଅଂଶ ଯଥା: ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଏବଂ ବୀଜ ରହିଛି । ସବୁଠାରୁ ବ୍ୟାପକ ପରିଭାଷା "ଗଛର ଉତ୍ପତ୍ତି"ର ଅର୍ଥ ବିଶେଷଣ ପାଇଁ ଶବ୍ଦର ଉପଯୋଗ ରହିଛି । ବିଶେଷ ରୂପେ, "ଏକ ପରିବାକୁ କୌଣସି ମଧ୍ୟ ଗଛ, ଯାହାର କିଛି ଅଂଶ ଭୋଜନ ପାଇଁ ଉପଯୋଗ କରାଯାଏ" ରୂପେ ପରିଭାଷିତ କରାଯାଇ ପାରେ ।[୭]
ଦେଶ | ଜମିର କ୍ଷେତ୍ରଫଳ
ହଜାର ହେକ୍ଟର (୨,୫୦୦ ଏକର) |
ଉତ୍ପାଦନ
ହଜାର କିଲୋ/ହେକ୍ଟର |
ଉତ୍ପାଦନ
ହଜାର ଟନ |
---|---|---|---|
ଚୀନ | ୨୩,୪୫୮ | ୨୩୦ | ୫୩୯,୯୯୩ |
ଭାରତ | ୭,୨୫୬ | ୧୩୮ | ୧୦୦,୦୪୫ |
ସଂଯୁକ୍ତ ରାଜ୍ୟ | ୧,୧୨୦ | ୩୧୮ | ୩୫,୬୦୯ |
ତୁର୍କୀ | ୧,୦୯୦ | ୨୩୮ | ୨୫,୯୦୧ |
ଇରାନ | ୭୬୭ | ୨୬୧ | ୧୯,୯୯୫ |
ମିଶ୍ର | ୭୫୫ | ୨୫୧ | ୧୯,୪୮୭ |
ଇଟାଲୀ | ୫୩୭ | ୨୬୫ | ୧୪,୨୦୧ |
ରୁଷିଆ | ୭୫୯ | ୧୭୫ | ୧୩,୨୮୩ |
ସ୍ପେନ | ୩୪୮ | ୩୬୪ | ୧୨,୬୭୯ |
ମେକ୍ସିକୋ | ୬୮୧ | ୧୮୪ | ୧୨,୫୧୫ |
ନାଇଜେରିଆ | ୧୮୪୪ | ୬୪ | ୧୧,୮୩୦ |
ବ୍ରାଜିଲ | ୫୦୦ | ୨୨୫ | ୧୧,୨୩୩ |
ଜାପାନ | ୪୦୭ | ୨୬୪ | ୧୦,୭୪୬ |
ଇଣ୍ଡୋନେସିଆ | ୧୦୮୨ | ୯୦ | ୯,୭୮୦ |
ସାଉଥ କୋରିଆ | ୨୬୮ | ୩୬୪ | ୯,୭୫୭ |
ଭିଏତ ନାମା | ୮୧୮ | ୧୧୦ | ୮,୯୭୬ |
ଉକ୍ରାଇନେ | ୫୫୧ | ୧୬୨ | ୮,୯୧୧ |
ଉଜବେକିସ୍ତାନ | ୨୨୦ | ୩୪୨ | ୭,୫୨୯ |
ଫିଲିପାଇନ୍ସ | ୭୧୮ | ୮୮ | ୬,୨୯୯ |
ଫ୍ରାନ୍ସ | ୨୪୫ | ୨୨୭ | ୫,୫୭୨ |
ସମଗ୍ର ଦେଶ | ୫୫,୫୯୮ | ୧୮୮ | ୧,୦୪୪,୩୮୦ |
- ↑ Suggestions - Vegetables, Cooks.com, Accessed on 2009-06-24.
- ↑ Alternative Crops and Plants: Vegetables and Mushrooms Archived 2012-02-17 at the Wayback Machine.. United States Department of Agriculture. Last modified on 2009-06-08. Retrieved 2009-06-24.
- ↑ Ayto, John (1993). Dictionary of Word Origins. New York: Arcade Publishing. ISBN 978-1-55970-214-0. OCLC 33022699.
- ↑ Swedenborg, Emanuel (2003). "Swedenborg Concordance 1888". Kessinger Publishing. p. 502. ISBN 0-7661-3728-7.
- ↑ Priyadarshi, P. 2010. Recent Studies in Indian Archaeo-linguistics and Archaeo-genetics having bearing on Indian Prehistory, Joint Annual Conference of Indian Archaeology Society, Indian Society for Prehistoric and Quaternary Studies, Indian History and Culture Society, Lucknow, 30 ଡିସେମ୍ବର 2010. ... We can now have a look at some of the farming related words in the Indo-European languages ... *sehm (PIE, grain), sasa (Sanskrit; sasam in Rig-Veda), sasya (Sanskrit, food, seed, grain, herb), sas (Kashmiri, beans, peas, lentils), sas (Bangla, grain, fruit), sasa (Oriya, kernel, nutritious part), sabz (Iranian, green vegetable), sem (Hindi, beans) ...
- ↑ "Table 27 Top vegetable producers and their productivity" (PDF). FAO Statistical Yearbook 2013. Food and Agriculture Organization of the United Nations. p. 165. Retrieved 2015-09-14.
- ↑ "Vegetable". Dictionary.com. Retrieved 2015-03-03.