Jump to content

ନେସିଟୁମୁମାବ

ଉଇକିପିଡ଼ିଆ‌ରୁ
ନେସିଟୁମୁମାବ
Necitumumab Fab (blue) bound to EGFR (green). ଛାଞ୍ଚ:PDB
Monoclonal antibody
TypeWhole antibody
SourceHuman
TargetEGFR
Clinical data
Trade namesPortrazza
AHFS/Drugs.commonograph
data
Routes of
administration
Intravenous infusion
Legal status
Legal status
Pharmacokinetic data
Elimination half-life~14 days
Chemical and physical data
FormulaC6436H9958N1702O2020S42
Molar mass୧,୪୪,୮୪୪.୮୭ g·mol−1
  (verify)

ନେସିଟୁମୁମାବ (ଇଂରାଜୀ ଭାଷାରେ Necitumumab), ପୋର୍ଟ୍ରାଜା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ-ସେଲ୍ ଫୁସଫୁସ କର୍କଟ (NSCLC) ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟାପିଯାଇଥିବା ଫୁସଫୁସର ସ୍କ୍ୱାମସ-ସେଲ୍ କର୍କଟ ପାଇଁ ଜେମିସିଟାବାଇନ ଏବଂ ସିସପ୍ଲାଟିନ ସହିତ ବ୍ୟବହୃତ ହୁଏ ।[୧] ତଥାପି ଯୁକ୍ତରାଜ୍ୟରେ ଏହିପରି ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ କମ ମ୍ୟାଗ୍ନେସିଅମ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ରୋଧ ଏବଂ ରକ୍ତ ଜମାଟ ବାନ୍ଧିପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[୨]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନେସିଟୁମୁମାବ ଅନୁମୋଦିତ ହୋଇଥିଲା ।[୧] ୨୦୧୬ରେ ୟୁରୋପରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ୧୪୫୦ ପାଉଣ୍ଡ ଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Necitumumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 November 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 920. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ "DailyMed - PORTRAZZA- necitumumab solution". dailymed.nlm.nih.gov. Archived from the original on 9 August 2021. Retrieved 12 November 2021.
  4. "Portrazza". Archived from the original on 7 August 2021. Retrieved 12 November 2021.
  5. "Portrazza Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 12 November 2021.