ନେସିଟୁମୁମାବ
| Monoclonal antibody | |
|---|---|
| Type | Whole antibody |
| Source | Human |
| Target | EGFR |
| Clinical data | |
| Trade names | Portrazza |
| AHFS/Drugs.com | monograph |
| data |
|
| Routes of administration | Intravenous infusion |
| Legal status | |
| Legal status |
|
| Pharmacokinetic data | |
| Elimination half-life | ~14 days |
| Chemical and physical data | |
| Formula | C6436H9958N1702O2020S42 |
| Molar mass | ୧,୪୪,୮୪୪.୮୭ g·mol−1 |
| (verify) | |
ନେସିଟୁମୁମାବ (ଇଂରାଜୀ ଭାଷାରେ Necitumumab), ପୋର୍ଟ୍ରାଜା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ-ସେଲ୍ ଫୁସଫୁସ କର୍କଟ (NSCLC) ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟାପିଯାଇଥିବା ଫୁସଫୁସର ସ୍କ୍ୱାମସ-ସେଲ୍ କର୍କଟ ପାଇଁ ଜେମିସିଟାବାଇନ ଏବଂ ସିସପ୍ଲାଟିନ ସହିତ ବ୍ୟବହୃତ ହୁଏ ।[୧] ତଥାପି ଯୁକ୍ତରାଜ୍ୟରେ ଏହିପରି ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ କମ ମ୍ୟାଗ୍ନେସିଅମ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ରୋଧ ଏବଂ ରକ୍ତ ଜମାଟ ବାନ୍ଧିପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନେସିଟୁମୁମାବ ଅନୁମୋଦିତ ହୋଇଥିଲା ।[୧] ୨୦୧୬ରେ ୟୁରୋପରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ୧୪୫୦ ପାଉଣ୍ଡ ଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- 1 2 3 "Necitumumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 November 2021.
- 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 920. ISBN 978-0857114105.
- 1 2 3 4 "DailyMed - PORTRAZZA- necitumumab solution". dailymed.nlm.nih.gov. Archived from the original on 9 August 2021. Retrieved 12 November 2021.
- ↑ "Portrazza". Archived from the original on 7 August 2021. Retrieved 12 November 2021.
- ↑ "Portrazza Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 12 November 2021.