Jump to content

ନେଘେରିଟିଂ ଶିବ ଦୌଲ

ଉଇକିପିଡ଼ିଆ‌ରୁ
ନେଘେରିଟିଂ ଶିବ ଦୌଲ
A frontside view of Negheriting Dol
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଶିବ
Location
ସ୍ଥାନଦେରଗାଁ (Dergaon)
Stateଆସାମ
Countryଭାରତ
Architecture
ରାଜେଶ୍ୱର ସିଂହ (Rajeswar Singha)

ନେଘେରିଟିଂ ଶିବ ଦୌଲ (নেঘেৰিটিং শিৱ দৌল) ଆସାମ, ଭାରତର ଦେରଗାଁରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ।[] ପାହାଡ଼ (hillock) ଉପରେ ଅବସ୍ଥିତ[][] ୩୭ ନମ୍ବର ଜାତୀୟ ରାଜପଥଠାରୁ ଦେଢ କିମି ଦୂରରେ ଆସାମରେ ଗୋଳାଘାଟ ଜିଲ୍ଲାରେ ଥିବା ଏହି ମନ୍ଦିର ପ୍ରଥମେ ଦୀମାସା କଚାରିସ ରାଜତ୍ୱ ସମୟରେ ୮ମ -୯ମ ଶତାବ୍ଦୀରେ ତିଆରି ହୋଇଥିଲା । ପରବର୍ତ୍ତୀ କାଳରେ ପ୍ରାକୃତିକ ଦୁର୍ବିପାକରେ ଏହି ମନ୍ଦିର ଧ୍ୱଂସ ହୋଇଯାଇଥିଲା ।[][] ୧୯୬୫ ମସିହାରେ ଏହା ଆହୋମ ରାଜା ସ୍ୱର୍ଗଦେଓ ରାଜେଶ୍ୱର ସିଂହ (Rajeswar Singha) ତୋଳେଇଥିଲେ ।[][][][] ବିଖ୍ୟାତ ସ୍ଥପତି ଘନଶ୍ୟାମ ଖୋନିକର ଏହି ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିଲେ ।[][]

ଇତିହାସ

[ସମ୍ପାଦନା]

ମନ୍ଦିରରେ ଲାଗିଥିବା ସମସ୍ତ ପଥର ଦିହିଙ୍ଗ (Dihing) ନଦୀ କୂଳରେ ଆଗରୁ ଥିବା ବିଶ୍ୱାସ କରାଯାଏ । ପ୍ରାକୃତିକ ଦୁର୍ବିପାକ ହେତୁ ମନ୍ଦିର ନଷ୍ଟ ହୋଇଯାଇଥିଲା ଓ ତାହାର ଧ୍ୱଂସାବଶେଷ ଗଜପନେମରର (Gajapanemara) ଗଭୀର ଜଙ୍ଗଲରୁ ମିଳିଥିଲା । ଦିହିଙ୍ଗ ନଦୀ ତାହାର ଗତିପଥ ପୁନର୍ବାର ବଦଳେଇ ମନ୍ଦିରକୁ ନଷ୍ଟ କରିଦେଲା ଓ ପାଣିରେ ମିଶିଗଲା । ଜଣେ ଶିବ ଭକ୍ତ ନଦୀର ଅଗଭୀର ଜଳରେ ଥିବା ମନ୍ଦିର ଭଗ୍ନାବଶେଷ ତଥା ଲିଙ୍ଗ ଉଦ୍ଧାର କରିଥିଲେ[] ଯାହାକୁ ଅଧୁନା ଶୀତଳ ନଘେରି କୁହାଯାଏ ।[][] ଆହୋମ ରାଜା ରାଜେଶ୍ୱର ସିଂହ (୧୭୫୧-୧୭୬୯) ସେହି ଲିଙ୍ଗକୁ ସେଠାରୁ ଆଣି ଏଠାରେ ମନ୍ଦିର ତିଆରି କରି ଲିଙ୍ଗ (Shivalinga) ସ୍ଥାପନ କରି ରଖିଲେ ।[]

ସ୍ଥାପତ୍ୟ

[ସମ୍ପାଦନା]

ମୁଖ୍ୟ ମନ୍ଦିର ଚାରି ପାଖରେ ବିଷ୍ଣୁ, ଗଣେଶ, ସୂର୍ଯ୍ୟଦୁର୍ଗା ନାମକ ଚାରୋଟି ମନ୍ଦିର ଅଛି ।[][][][] ମୁଖ୍ୟ ମନ୍ଦିରରେ ତିନି ଫୁଟ ବ୍ୟାସ ବିଶିଷ୍ଟ ଏକ ବନଲିଙ୍ଗ ସ୍ଥାନିତ ହୋଇଛି ।[][] କିମ୍ବଦନ୍ତୀ ଅନୁସାରେ ସେହି ସ୍ଥାନରେ ‘ଉର୍ବ’ ନାମକ ଜଣେ ଋଷି ଏକ ଦ୍ୱିତୀୟ କାଶୀ ନିର୍ମାଣ କରିବା ନିମନ୍ତେ ଅନେକ ଲିଙ୍ଗ (Shiva linga) ସଂଗ୍ରହ କରି ରଖିଥିଲେ ।[]

ନାମକରଣ

[ସମ୍ପାଦନା]

ଯେଉଁ ସ୍ଥାନରେ ଅଧୁନା ମନ୍ଦିର ଅଛି, ସେହି ସ୍ଥାନରେ ନେଘେରି ନାମକ ଏକ ଜାତିର ପକ୍ଷୀ ବାସ କରୁଥିଲେ । ସେହି ନାମରୁ ସ୍ଥାନର ନାମ ନେଘେରିଟିଙ୍ଗ ହୋଇଛି ।[]

ରକ୍ଷଣାବେକ୍ଷଣ

[ସମ୍ପାଦନା]

ଭୂଧର ଅଗମାଚାର୍ଜୀ ନାମକ ଜଣେ ବ୍ୟକ୍ତିଙ୍କୁ ରାଜା ରାଜେଶ୍ୱର ସିଂହ (Rajeswar Singha) ନିଯୁକ୍ତ କରି ମନ୍ଦିରର ରକ୍ଷଣାବେକ୍ଷଣ ଓ ପୂଜା ପାଠ ବିଷୟ ଶୃଙ୍ଖଳିତ ଓ ନିୟମିତ ଭାବରେ କରିବା ପାଇଁ ଭାର ନ୍ୟସ୍ତ କରିଥିଲେ । ସେହି ଭୂଧର ଅଗମାଚାର୍ଜୀଙ୍କ ପରିବାର ଆଜି ପର୍ଯ୍ୟନ୍ତ ସେହି ପୂଜା ଓ ରକ୍ଷଣାବେକ୍ଷଣ ଭାର ସୂଚାରୁ ରୂପେ ଚଲାଉଛନ୍ତି ।[][] ମନ୍ଦିରରେ ନୃତ୍ୟ ଓ ସଙ୍ଗୀତର ପ୍ରଚଳନ ଏକ ମୂଖ୍ୟ ଅଙ୍ଗ ଅଟେ ।[]

ମାଙ୍କଡ଼

[ସମ୍ପାଦନା]

ମନ୍ଦିରରେ ଥିବା ମାଙ୍କଡ଼ ହେଉଛନ୍ତି ଅନ୍ୟତମ ଆକର୍ଷଣ । ରିଷଷ ପ୍ରଜାତିର ମାଙ୍କଡ଼ (rhesus monkeys) ଏଠାରେ ଦେଖିବାଉ ମିଳନ୍ତି ।[][]

ଫଟୋ ଗ୍ୟାଲେରି

[ସମ୍ପାଦନା]
  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Phukan, Muktikam (2006-06-23). "Historic Neghriting Sivadol in dilapidated condition". Retrieved 2009-08-24.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Gogoi, Gunjan (2005-05-12). "Tourism potentials of Golaghat district with". Retrieved 2009-08-26.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "The Siva Doul of Negheriting dates back to 8th-9th century AD". Archived from the original on 2011-07-23. Retrieved 2009-08-24.
  4. ୪.୦ ୪.୧ ୪.୨ ୪.୩ "Negheriting Siva Doul a potential tourist hotspot". 2006-12-24. Archived from the original on 2012-10-26. Retrieved 2009-08-24.
  5. "Menace of rhesus monkeys at Jorhat". The Sentinel. 2009-05-13. Archived from the original on 2011-07-19. Retrieved 2009-08-27.