ନୂତନ ବର୍ଷ

ଉଇକିପିଡ଼ିଆ‌ରୁ
ନୂଆ ବର୍ଷ ଅବସରରେ ଉପଭୋଗ କରାଯାଉଥିବା ଏକ ଦୃଶ୍ୟ

ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ । ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ ।

ହିବୃ ନବବର୍ଷ[ସମ୍ପାଦନା]

ହିବୃ ମାନ୍ୟତା ଅନୁସାରେ ଭଗବାନଦ୍ୱାରା ବିଶ୍ୱକୁ ତିଆରି କରିବାରେ ସାତଦିନ ଲାଗିଥିଲା । ଏହି ସାତଦିନ ସନ୍ଧାନ ପରେ ନୂଆ ବର୍ଷ ମନାଯାଏ । ଏହି ଦିନ ଗ୍ରେଗରୀ କ୍ୟାଲେଣ୍ଡର ଅନୁସାରେ ୫ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ଆସିଥାଏ ।

ହିନ୍ଦୁ ନବବର୍ଷ[ସମ୍ପାଦନା]

ହିନ୍ଦୁମାନଙ୍କ ନବବର୍ଷ ଚୈତ୍ର ମାସ ନବରାତ୍ରିର ପ୍ରଥମ ଦିନ ମାନେ ଗୁଡି ପର୍ବରେ ସମସ୍ତ ବର୍ଷ ଚିନି କ୍ୟାଲେଣ୍ଡର ଅନୁସାରେ ପ୍ରଥମ ମାସର ପ୍ରଥମ ଚନ୍ଦ୍ର ଦିବସକୁ ନବବର୍ଷ ରୂପେ ପାଳନ କରାଯାଏ । ଏହା ପ୍ରାୟତଃ ୨୧ ଜାନୁଆରୀରୁ ୨୧ ଫେବୃଆରୀ ମଧ୍ୟରେ ପଡିଥାଏ ।

ପଶ୍ଚିମୀ ନବବର୍ଷ[ସମ୍ପାଦନା]

ନବବର୍ଷ ଉତ୍ସବ ୪୦୦୦ ବର୍ଷ ପୂର୍ବରୁ ବେବିଲୋନରେ ପାଳିତ ହେଉଥିଲା । କିନ୍ତୁ ନୂଆ ବର୍ଷର ଏହି ଉତ୍ସବ ୨୧ ମାର୍ଚ୍ଚରେ ପାଳିତ ହେଉଥିଲା ଯାହା ବସନ୍ତର ଆଗମନ ତିଥି ମଧ୍ୟ ଭାବିନିଆ ଯାଉଥିଲା । ପ୍ରାଚୀନ ରୋମରେ ମଧ୍ୟ ନବ ବର୍ଷୋତ୍ସବ ପାଇଁ ବଛା ଯାଇଥିଲା । ରୋମର "ତାନାଶାହା" ଜୁଲିୟସ ସିଜରଈସା ପୂର୍ବ ୪୫ବିଂ ବର୍ଷରେ ଯେବେ "ଜୁଲିୟସ କ୍ୟାଲେଣ୍ଡର" ସ୍ଥାପନା କରିଥିଲେ, ସେହି ସମୟରେ ବିଶ୍ୱରେ ପ୍ରଥମ ଥର ୧ ଜାନୁଆରୀକୁ ନୂତନ ବର୍ଷର ଉତ୍ସବ ପାଳନ କରାଗଲା । ଏହାକୁ କରିବା ପାଇଁ ଜୁଲିୟସ ସିଜରଙ୍କୁ ପୂର୍ବବର୍ଷ , ମାନେ ୪୬ ବର୍ଷ ତଳେ ୪୪୫ ଦିନର କରିବାକୁ ପଡିଥିଲା ।[୧]

ଭାରତୀୟ ନବବର୍ଷ[ସମ୍ପାଦନା]

ଭାରତର ବିଭିନ୍ନ ଅଂଶରେ ନବବର୍ଷ ଅଲଗା ଅଲଗା ତିଥିରେ ପାଳନ କରାଯାଏ । ପ୍ରାୟତଃ ଏହି ତିଥି ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ପଡିଥାଏ । ପଞ୍ଜାବରେ ନୂଆବର୍ଷ "ବୈଶାଖୀ" ନାମରେ ୧୩ ଏପ୍ରିଲରେ ପାଳନ କରାଯାଏ । "ଶିଖ" ନାନକ ଶାହୀ କ୍ୟାଲେଣ୍ଡର ଅନୁସାରେ ୧୪ ମାର୍ଚ୍ଚରେ ହୋଲା ମୋହଲ୍ଲା ନୂଆବର୍ଷ ହୋଇଥାଏ । ଏହି ତିଥି ପାଖାପାଖି ବଙ୍ଗାଳୀ ତଥା ତାମିଲ ନବବର୍ଷ ମଧ୍ୟ ଆସିଥାଏ । ତେଲୁଗୁ ନବବର୍ଷ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଆସିଥାଏ । ଆନ୍ଧ୍ରପ୍ରଦେଶରେ ଏହାକୁ "ଗୁଡ଼ି ପର୍ବ" (ୟୁଗାଦୀ=ୟୁଗ+ଆଦୀର ଅପଭ୍ରଂଶ) ରୂପେ ପାଳିତ ହୁଏ । ଏହା ଚୈତ୍ର ମାସର ପ୍ରଥମ ଦିନ ହୋଇଥାଏ । ତାମିଲ ନବବର୍ଷ ବିଶୁ ୧୩ କିମ୍ବା ୧୪ ଏପ୍ରିଲରେ ତାମିଲନାଡୁ ଏବଂ କେରଳରେ ପାଳିତ ହୁଏ । ତାମିଲନାଡୁରେ ପୋଙ୍ଗଲ ୧୫ ଜାନୁଆରୀରେ ନବବର୍ଷ ରୂପେ ପାଳନ କରାଯାଏ । କାଶ୍ମୀରୀ କ୍ୟାଲେଣ୍ଡର ନବରେହ ୧୯ ମାର୍ଚ୍ଚରେ ହୋଇଥାଏ । ମହାରାଷ୍ଟ୍ରରେ ଗୁଡ଼ି ପର୍ବ ରୂପେ ମାର୍ଚ୍ଚ-ଏପ୍ରିଲ ମାସରେ ପାଳନ କରାଯାଏ । କନ୍ନଡ଼ ନବବର୍ଷ ଉଗାଡ଼ି କର୍ଣ୍ଣାଟକ ଲୋକ ଚୈତ୍ର ମାସ ପୂର୍ବଦିନରୁ ପାଳିତ ହୁଏ । ସିନ୍ଧି ଉତ୍ସବ "ଚେଟି ଚଣ୍ଡ", ଉଗାଡୀ ଏବଂ ଗୁଡ଼ି ପର୍ବ ଗୋଟିଏ ଦିନରେ ପାଳିତ ହୁଏ । "ମଦୁରୋ"ରେ ଚୈତ୍ର ମାସରେ ଚୈତ୍ର ତେରୁବିଜା ନବବର୍ଷ ରୂପେ ପାଳନ ହୁଏ । "ମାରୁଆଡ଼ି" ମାନଙ୍କ ନବବର୍ଷ ଦୀପାବଳୀ ଦିନ ହୋଇଥାଏ । "ଗୁଜୁରାଠୀ" ନବବର୍ଷ ଦୀପାବଳୀର ଦ୍ୱିତୀୟ ଦିନ ହୋଇଥାଏ ଯାହା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡିଥାଏ । ବଙ୍ଗାଳୀ ନବବର୍ଷ ପ୍ରଥମ ବୈଶାଖୀ ୧୪ କିମ୍ବା ୧୫ ଏପ୍ରିଲରେ ପଡିଥାଏ । ପଶ୍ଚିମ ବଙ୍ଗାଳୀ ଏବଂ ବଙ୍ଗଳାଦେଶରେ ଏହି ଦିନ ନବବର୍ଷ ପାଳିତ ହୁଏ ।[୨]

ଇସ୍ଲାମୀ ନବବର୍ଷ[ସମ୍ପାଦନା]

ଇସ୍ଲାମୀ କ୍ୟାଲେଣ୍ଡରର ନବବର୍ଷ ମହରମ ହୋଇଥାଏ । ଏହି କ୍ୟାଲେଣ୍ଡର ଏକ ପୂର୍ଣ୍ଣତ ଚନ୍ଦ୍ର ଆଧାରିତ କ୍ୟାଲେଣ୍ଡର ଅଟେ ଯାହା କାରଣରୁ ଏହାର ବାର ମାସର ଚକ୍ର ୩୩ ବର୍ଷରେ ସୌର୍ଯ୍ୟ କ୍ୟାଲେଣ୍ଡରକୁ ଗୋଟେ ଥର ବୁଲିଥାଏ । ଏହି କାରଣରୁ ନବବର୍ଷ ପ୍ରଚଳିତ (ଗ୍ରେଗୋରୀ କ୍ୟାଲେଣ୍ଡର)ରେ ଅଲଗା ଅଲଗା ମାସରେ ପଡିଥାଏ ।[୩]

ବାହାର ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "New Years Day - History, Traditions and Customs" (HTML) (in English). {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)CS1 maint: unrecognized language (link)
  2. "ଭାରତରେ କେବେ-କେଉଁଠି ପାଳିତ ହୁଏ ନବବର୍ଷ" (एचटीएमएल). ଦୈନିକ ଭାସ୍କର. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)
  3. "Calenders and their History" (एचटीएमएल) (in English). {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)CS1 maint: unrecognized language (link)