ଭାରତୀୟ ନବବର୍ଷ

ଉଇକିପିଡ଼ିଆ‌ରୁ

ଭାରତୀୟ ନବବର୍ଷ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ପାଳିତ ହୋଇଥାଏ । ପାଳନ ସମୟ ଚନ୍ଦ୍ର ବା ସୂର୍ଯ୍ୟ ପଞ୍ଜିକାଉପରେ ନିର୍ଭର କରିଥାଏ । ଯେଉଁ ରାଜ୍ୟଗୁଡ଼ିକ ସୂର୍ଯ୍ୟ ପଞ୍ଜିକା ମାନନ୍ତି ସେହି ରାଜ୍ୟବାସୀ ଭାରତୀୟ ପ୍ରଥମ ମାସ, ବୈଶାଖର ପ୍ରଥମ ସଂକ୍ରାନ୍ତିରେ ନବବର୍ଷ ପାଳନ କରନ୍ତି । ଅଧିକଂଶତଃ ଇଂରାଜୀ କ୍ୟାଲେଣ୍ଡରର ଏପ୍ରିଲ ମାସର ୧୩ରୁ ୧୫ ତାରିଖ ଭିତରେ ଏହି ସଂକ୍ରାନ୍ତି ପଡିଥାଏ । ଅନ୍ୟପକ୍ଷରେ ଯେଉଁମାନେ ଚନ୍ଦ୍ର ପଞ୍ଜିକା ମାନି ଚଳନ୍ତି, ସେମାନେ ଇଂରାଜୀ ମାସ ମାର୍ଚ୍ଚ ବା ଭାରତୀୟ ଚୈତ୍ର ମାସରେ ନବବର୍ଷ ପାଳନ କରନ୍ତି । ଏଣୁ କିଛି ଅଞ୍ଚଳରେ ପୂର୍ଣ୍ଣମୀରୁ ପୂର୍ଣ୍ଣମୀ ଗୋଟିଏ ମାସ ହିସାବ କଲାବେଳେ କିଛି ଅଞ୍ଚଳରେ ସଂକ୍ରାନ୍ତିରୁ ସଂକ୍ରାନ୍ତି ମାସ ହିସାବରେ ଧରାଯାଏ ।


ପାଞ୍ଜି ଦେଖା[ସମ୍ପାଦନା]

ସୂର୍ଯ୍ୟ ନା ଚନ୍ଦ୍ର ପାଞ୍ଜି ଦିବସ ପର୍ବର ନାମ ଅଞ୍ଚଳର ନାମ [୧]
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ଉଗାଡ଼ି ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା , କର୍ଣ୍ଣାଟକ
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ବିହୁ ବିହାର
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ପ୍ରତିପଦ ଉତ୍ତରପ୍ରଦେଶ
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ବିଖୁ ଉତ୍ତରାଖଣ୍ଡ
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ଗୁଡ଼ି ପଡ଼ୱା/ସଂସାର ପଡ଼ୱା ମହାରାଷ୍ଟ୍ର , ଗୋଆ , କୋଙ୍କଣ
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ଚେଇରାଓୱା [୨] ମଣିପୁର
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ନଭରେହ କାଶ୍ମୀର
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ନବରାତ୍ର ଜମ୍ମୁ
- - - ରାଜସ୍ଥାନ
ଚନ୍ଦ୍ର ମାର୍ଚ୍ଚରୁ ଅପ୍ରେଲ ମଝିରେ ଚେଟି ଚାନ୍ଦ ସିନ୍ଧ
ସୂର୍ଯ୍ୟ ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ ବୈଶାଖୀ ପଞ୍ଜାବ
ସୂର୍ଯ୍ୟ ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ ବିହୁ ଆସାମ
ସୂର୍ଯ୍ୟ ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ ତାମିଲ ପୁତାଣ୍ଡୁ ତାମିଲନାଡ଼ୁ
ସୂର୍ଯ୍ୟ ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ ବିଶୁ କେରଳ
ସୂର୍ଯ୍ୟ ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ ପଣା ସଂକ୍ରାନ୍ତି ଓଡ଼ିଶା
ସୂର୍ଯ୍ୟ ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ ପୋଇଲ ବୈଶାଖ ବଙ୍ଗ
ସୂର୍ଯ୍ୟ ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ ଜୂଡ ଶୀତଲ ମିଥିଳା
ଚନ୍ଦ୍ର ଅକ୍ଟୋବରରୁ ନଭେମ୍ବର ମଝିରେ ନବବର୍ଷ ଗୁଜରାଟ
ସୂର୍ଯ୍ୟ ଅଗଷ୍ଟ ମାସ ୧୭, ୧୮ କିମ୍ବା ୧୯ ତାରିଖରେ [୩] ନୌରୁଜ ପାରସୀ
ସୂର୍ଯ୍ୟ ମାର୍ଚ୍ଚ ମାସ ୨୧ ତାରିଖରେ ନୌରୁଜ ଜୋରାଷ୍ଟ୍ରିୟାନ

ବିସ୍ତୃତରେ[ସମ୍ପାଦନା]

  • ଗୁଜରାଟରେ ଦୀପାବଳୀର ପରଦିନକୁ ବିକ୍ରମ ସମ୍ବତର ପ୍ରଥମ ଦିନ ଭାବରେ ନିଆଯାଇଥାଏ, ଯାହାକି କାର୍ତ୍ତିକ ମାସର ପ୍ରଥମ ଦିନ ହୋଇଥାଏ ।[୪]
  • ପାରମ୍ପରିକ ହିନ୍ଦୁ ଧର୍ମ ପର୍ବଗୁଡ଼ିକ ବିକ୍ରମ ସମ୍ବତ ଉପରେ ପର୍ଯ୍ୟବସିତ । ଚୈତ୍ର ଶୁକ୍ଲପକ୍ଷର ପ୍ରଥମ ଦିନରୁ ବିକ୍ରମ ସମ୍ବତର ନବ ବର୍ଷ ପ୍ରାରମ୍ଭ ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Roshen Dalal (2010). Hinduism: An Alphabetical Guide. Penguin Books India. pp. 136–137. ISBN 978-0-14-341421-6.
  2. Arambam Noni; Kangujam Sanatomba (2015). Colonialism and Resistance: Society and State in Manipur. Routledge. p. 249. ISBN 978-1-317-27066-9.
  3. "Navroz Mubarak: 6 Fascinating Facts About Parsi New Year!". newsworldindia.in. News World India. March 20, 2017. Archived from the original on 31 March 2017. Retrieved 30 March 2017.
  4. "Gujarat CM to exchange Diwali-New Year greetings with people". 19 October 2014. Retrieved 24 October 2014.

ବାହ୍ୟ ଆଧାର[ସମ୍ପାଦନା]