ପୋଙ୍ଗଲ

ଉଇକିପିଡ଼ିଆ‌ରୁ
ପୋଙ୍ଗଲ
Pongal.jpg
ପାଳନକାରୀTamils
ପ୍ରକାରFestival, Tamil People Tamil Nadu, India. Sri Lankan Tamils, Sri Lanka
ବିଶେଷତାHarvest festival. Thanking the Sun God for agricultural abundance 4 days long
ପାଳନFeasting, gift-giving, visiting homes
ତାରିଖFirst day of the tenth month of Thai in the Tamil calendar
୨୦୨୩ ତାରିଖdate missing (please add)

ପୋଙ୍ଗଲ (ତାଇ ପୋଙ୍ଗଲ ନାମରେ ମଧ୍ୟ ଜଣା) ଏହା ତାମିଲ ସମ୍ପ୍ରଦାୟର ଏକ ଫସଲ କଟା ଗଣପର୍ବ ଅଟେ । ଲୋକମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି । ସେମାନେ ଏହି ପର୍ବରେ ପିତୃ ପୁରୁଷଙ୍କୁ ସ୍ମରଣ କରି ପୂଜା କରିଥାନ୍ତି । ଚାରିଦିନ ଧରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ପାଳନ କରନ୍ତି ।

ଭୋଗୀ[ସମ୍ପାଦନା]

ପୋଙ୍ଗଲ ପର୍ବର ପ୍ରଥମ ଦିନକୁ ଭୋଗୀ ପୋଙ୍ଗଲ କୁହାଯାଏ ।ଏହିଦିନ ସକାଳୁ ନିଜ ଘରର ସମସ୍ତ ଅନାବଶ୍ୟକ ଜିନିଷ ଓ ଗୋବର ଘସିକୁ ନିଆଁ ଲଗାଇ ପୋଡନ୍ତି । ଶୀତ ଦିନରେ ଧରିତ୍ରୀ ମାଟି ମା ଥଣ୍ଡା ହୋଇଯାଇଥାଏ ।ଏହି ନିଆଁ ଜଳିବାଦ୍ୱାରା ମାଟି ମା ଉଷୁମ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପେଡ଼ା ପଣ୍ଡଗା[ସମ୍ପାଦନା]

Steaming rice for Pongal

ପୋଙ୍ଗଲ ପର୍ବର ଦ୍ୱିତୀୟ ଦିବସ ହେଉଛି ମକର ସଂକ୍ରାନ୍ତି । ଏହାର ତେଲୁଗୁ ଭାବାର୍ଥ ହେଉଛି ପେଡ଼ା ପଣ୍ଡଗା । ଏହିଦିନ ଚାଷୀମାନେ ଉତ୍ପାଦିତ ଫସଲ ଓ ଗାଈ ଗୋରୁଙ୍କୁ ପୂଜା କରି କରିଥାନ୍ତି । ପୂଜା ପରେ ଗାଈ କ୍ଷୀରକୁ ଚୂଲିରେ ଫୁଟାନ୍ତି । ସେହି କ୍ଷୀରରେ ଚାଉଳ ପକାଇ ଖିରୀ କରିଥାନ୍ତି ।ଏହି କ୍ଷୀରୀର ନାମ ପୋଙ୍ଗାଲୀ ବୋଲି କୁହାଯାଏ । ଏହି ଖିରୀ ନିଜ ଘର ବ୍ୟତୀତ ମନ୍ଦିରରେ ଓ ଚାଷ ଜମିରେ ମଧ୍ୟ କର ଯାଇଥାଏ । ଏହି ଖିରୀରେ ଚିନୀ ବ୍ୟବହାର କରାଯାଏ ନାହିଁ । କେବଳ ଗୁଡ ପକାଇ ଖିରୀ କରାଯିବାର ପରମ୍ପରା ରହିଛି । ଚାଷୀ କୁଳ ବ୍ୟତୀତ ଅନ୍ୟ ସାଧାରଣ ତେଲୁଗୁ ଲୋକମାନେ ଏହି ଦିନରେ ପିତୃ ପୁରୁଷଙ୍କୁ ପୂଜା କରିଥାନ୍ତି । ପୁରୁଷ ପିତୃ ପୁରୁଷଙ୍କୁ ଧୋତି ଯୋଡ ଓ ମହିଳା ପିତୃ ପୁରୁଷଙ୍କୁ ସୂତା ଶାଢ଼ୀ ବା ପାଟ ଲାଗି କରାଯାଇଥାଏ । ଏହା ପରେ ସମସ୍ତେ ନୂଆ ଲୁଗା ପିନ୍ଧିଥାନ୍ତି । ସାଧାରଣତଃ ଏହି ଦିନରେ କେହି ଆମିଷ ଖାଇନଥାନ୍ତି ।

କାନୁମା[ସମ୍ପାଦନା]

ପୋଙ୍ଗଲ ପର୍ବର ତୃତୀୟ ଦିନକୁ କାନୁମା କୁହାଯାଏ । ଚାଷିକୂଳ ଚାଷ କରି ଫସଲ ଅମଳ କରିବା କାର୍ଯ୍ୟରେ ବ୍ୟସ୍ତ ରହି ଥକି ଯାଇଥାନ୍ତି ଓ ସେହି ଥକାକୁ କିଛି ମାତ୍ରାରେ ହ୍ରାସ ପାଇଁ ଏହି ଦିନ ଆନନ୍ଦ ଉଲ୍ଲାସର ସହିତ କବାଡି ଓ ତାସ ଖେଳନ୍ତି ,ପତଙ୍ଗ ଉଡାନ୍ତି, କୁକୁଡା ଲଢେଇର ମଜା ନେଇଥାନ୍ତି । ସମସ୍ତେ ଏହି ଦିନ ଆମିଷ ସେବନ କରନ୍ତି । ଲଢାଇ ପ୍ରତିଯୋଗିତାରେ ହଋ ଯାଇଥିବା କୁକୁଡା ଓ ବୋଦର ମାଂସକୁ ମଧ୍ୟ ଭୋଜି କରି ଖିଆ ଯାଇଥାଏ ।

ମୁକାନୁମା[ସମ୍ପାଦନା]

Decorations
Kolam drawn in front of houses

ପୋଙ୍ଗଲ ପର୍ବର ଚତୁର୍ଥ ଦିନକୁ ମୁକାନୁମା କୁହାଯାଇଥାଏ । ଯଦି ତୃତୀୟ ଦିନ ଆମିଷ ଖାଇବା ବାର ପଡି ନଥାଏ ତେବେ ଏହି ଦିନରେ ଆମିଷ ଖିଆ ଯାଇଥାଏ । ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ହେଉଛି ନବ ବିବାହିତା ଝିଅମାନେ ଶାଶୁ ଘରେ ଶାଶୁ ଘରର ପିତୃ ପୁରୁଷଙ୍କୁ ଚିହ୍ନିଥାନ୍ତି ଓ ତାଙ୍କୁ ପୂଜା କରି ଭୋଗ ଖାଇସାରିବା ପରେ ନୂଆ ଲୁଗା ପିନ୍ଧିଥାନ୍ତି । ଏହା ପରେ ସ୍ୱାମୀ ସହ ନିଜ ପିତୃ ଗୃହକୁ ଯାଇଥାନ୍ତି ।