ନୂଆ ଦିଲ୍ଲୀ କାଳୀ ବାଡ଼ି
ନୂଆ ଦିଲ୍ଲୀ କାଳୀ ବାଡ଼ି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଦିଲ୍ଲୀ |
ଦେବାଦେବୀ | ଦେବୀ କାଳୀ Kali |
Location | |
ସ୍ଥାନ | ଦିଲ୍ଲୀ |
State | ଦିଲ୍ଲୀ |
Country | ଭାରତ |
ନୂଆ ଦିଲ୍ଲୀ କାଳୀ ବାଡ଼ି ଦେବୀ କାଳୀଙ୍କୁ ସମର୍ପିତ ହୋଇଛି ଏକ ହିନ୍ଦୁ ମନ୍ଦିର ଯାହା ଭାରତର ନୂଆ ଦିଲ୍ଲୀରେ ଅବସ୍ଥିତ ଓ ବଙ୍ଗାଳୀ ସଂସ୍କୃତିର କେନ୍ଦ୍ର ସ୍ଥାନ ବିବେଚିତ ହୋଇଛି । ଏହା ୧୯୩୦ ମସିହାରେ ତିଆରି ହୋଇଥିଲା ଓ ଦିଲ୍ଲୀର ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]କ୍ରମବର୍ଦ୍ଧିତ ବଙ୍ଗାଳୀ ଜନସଂଖ୍ୟାର ଅନେକ ବର୍ଷର ଦାବୀ ପରେ ମନ୍ଦିର ମାର୍ଗରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ଏକ ଏକର ଜାଗା ପ୍ରଦାନ କରାଯାଇଥିଲା । ଏହାର ଅଳ୍ପ କାଳ ପରେ ଦେବୀ କାଳୀଙ୍କର ଏକ ମନ୍ଦିର ତିଆରି କରାଗଲା ଓ କୋଲକାତାର (କଲିକତା) କାଳୀଘାଟ କାଳୀ ଭଳି ଏକ ପ୍ରତିମା ରଖାଗଲା । ୧୯୩୫ ମସିହାରେ ଏକ ମନ୍ଦିର କମିଟି ତିଆରି କରାଗଲା ଯାହାର ପ୍ରଥମ ସଭାପତି ହୋଇଥିଲେ ସୁଭାଷ ଚନ୍ଦ୍ର ବୋଷ[୧] ଓ ପ୍ରଥମ ମନ୍ଦିରର ଉଦଘାଟନ କରିଥିଲେ ସାର ଜଷ୍ଟିସ ମନ୍ମଥ ନାଥ ମୁଖର୍ଜି । ଏହା ପରେ ଅତିଥି ଓ ଆଗନ୍ତୁକଙ୍କ ନିମନ୍ତେ ଏକ ଭବନ ତିଆରି ହୋଇଥିଲା । କୋଠରୀରେ ବା ଡର୍ମିଟରିରେ (ଛାତ୍ରାବାସ) ରହିବା ପାଇଁ ବଙ୍ଗାଳୀମାନେ ବୁକ କରିପାରୁଥିଲେ । ଦିଲ୍ଲୀ କାଳୀ ବାଡ଼ିରେ ଏକ ପୁରାତନ ଉନ୍ନତ ଲାଇବ୍ରେରୀ ଅଛି ।
ଦୂର୍ଗା ପୂଜା
[ସମ୍ପାଦନା]ସହରରେ ହେଉଥିବା ପୁରାତନ ଉତ୍ସବମାନଙ୍କ ମଧ୍ୟରୁ କାଳୀ ବାଡ଼ି ଦଶହରା ଅନ୍ୟତମ । ଏହା ୧୯୨୫ ମସିହାରେ ଆରମ୍ଭ କରାଯାଇଥିଲା । କାଲି ବାଡ଼ିର ମୂଳ ମନ୍ଦିର ବେୟାର୍ଡ ରୋଡ଼ରେ (ଆଧୁନିକ ବାଙ୍ଗଲା ସାହିବ ରୋଡ଼) ଥିଲା ଯେଉଁଠାରେ ବଙ୍ଗାଳୀ ଗୋଷ୍ଠୀ ଜମା ହୋଇ ଦୁର୍ଗା ପୂଜା ପାଳନ କରୁଥିଲେ । ଆଧୁନିକ ମନ୍ଦିର ୧୯୩୧ ମସିହାରେ ନିର୍ମିତ ହେବାପରେ ଏଠାକୁ ଚାଲି ଆସିଲା । ଆଜି ସୁଦ୍ଧା ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଶହ ଶହ ପୂଜା କମିଟିର ଏହା ନୋଡାଲ ପଏଣ୍ଟ ହୋଇ ରହିଛି ଓ ଦିଲ୍ଲୀର ବଙ୍ଗାଳୀ ଗୋଷ୍ଠୀ ଏହାକୁ ସମ୍ମାନ ଦିଅନ୍ତି ।[୨][୩] କେବଳ ପୁରାତନ ପୂଜା ଦିଲ୍ଲୀର କାଶ୍ମିରୀ ଗେଟରେ ସମାହିତ ହୁଏ ଯାହା ଦିଲ୍ଲୀ ଦୁର୍ଗା ପୂଜା ସମିତି ୧୯୧୦ ମସିହାରୁ ଆୟୋଜନ କରି ଆସୁଛନ୍ତି ଓ ୧୯୧୪ ମସିହାଠାରୁ ତିମରପୁର ଓ ସିଭିଲ ଲାଇନ ପୂଜା ସମିତି ଏକ ତିମରପୁର ପୂଜା ଆୟୋଜନ କରେ ।[୪]
ଏକଚାଲର ଠାକୁର ଓ ଶୋଲାର କାଜ ପରମ୍ପରା ଅନୁସାରେ କାଳୀ ବାଡ଼ି ପୂଜା ଅନୁଷ୍ଠିତ ହୁଏ । ୧୯୩୬ ମସିହାଠାରୁ ଏହି ପୂଜାର କୌଣସି ପରିବର୍ତ୍ତନ ହୋଇନାହିଁ ଓ ସେଠାରେ ରବୀନ୍ଦ୍ର ସଙ୍ଗୀତ ପ୍ରତିଯୋଗିତା ହୁଏ । ଦିଲ୍ଲୀ କାଳୀ ବାଡ଼ିର ସଭାପତି ସ୍ୱପନ ଚକ୍ରବର୍ତ୍ତୀ ଅଛନ୍ତି । ପୂଜା ପେଣ୍ଡାଲ ସାଜସଜ୍ଜା ପାଇଁ ଜିନିଷ କୋଲକାତାରୁ ଅଣାଯାଏ । [୫][୬]
ସ୍ଥାନ
[ସମ୍ପାଦନା]ଏହି ମନ୍ଦିର ନୂଆ ଦିଲ୍ଲୀର କୋନୋଟ ପ୍ଲେସ ପଶ୍ଚିମ ଦିଗରେ ଥିବା ମନ୍ଦିର ମାର୍ଗରେ ଅବସ୍ଥିତ । ଏଠାକୁ ବସ, ଅଟୋ-ରିକସା ଓ ଟାକ୍ସି ନେଇ ଯାଇହୁଏ । ଏଠାରୁ ୨ କିମି ଦୂରରେ ଦିଲ୍ଲୀ ମେଟ୍ରୋ ଷ୍ଟେସନ ଅଛି ।
ଆଧାର
[ସମ୍ପାଦନା]- ↑ "Untold Stories". Archived from the original on 1 November 2011. Retrieved 4 October 2011.
- ↑ "Kali Bari website to help old bond with the new". Hindustan Times. 21 February 2011. Archived from the original on 25 January 2013.
- ↑ "Delhi's old timers remember as another Durga Puja dawns". Monsters and Critics. 16 October 2007.[permanent dead link]
- ↑ "How community pujas came about". India Today. 25 September 2009.
- ↑ "Tradition fuses with modernity". The Times of India. 3 October 2011. Archived from the original on 14 December 2013.
- ↑ "Festive spirit pervades the Capital". The Hindu. 15 October 2007. Archived from the original on 17 October 2007.