ନୁସରତ ଇମରୋଜ ଟିଶା

ଉଇକିପିଡ଼ିଆ ରୁ
Jump to navigation Jump to search
ଟିଶା
Tisha in a TV drama set in Banani 2014.jpg
୨୦୧୩ରେ ଟିଶା
ମୂଳ ନାମ
নুস্রাত ইম্রোজ তিশা
ଜନ୍ମ ଓ ଜନ୍ମସ୍ଥାନ (1986-02-20) 20 February 1986 (age 33)
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାନୁଷ୍ଠାନଉତ୍ତର ପଶ୍ଚିମ ବିଶ୍ୱବିଦ୍ୟାଳୟ
ଜୀବିକାଅଭିନେତ୍ରୀ
ମଡେଲ
କାର୍ଯ୍ୟକାଳ୧୯୯୫ – ଏବେଯାଏଁ
ଜଣାଶୁଣା କାମ
  • ଥାର୍ଡ଼ ପର୍‌ସନ ସିଙ୍ଗୁଲାର ନମ୍ବର
  • ଟେଲିଭିଜନ୍
  • ଦୁବ: ନୋ ବେଡ୍ ଫର୍ ରୋଜେସ୍
  • ହାଲ୍‌ଦା
ଜୀବନସାଥିମୁସ୍ତଫା ସରୱର ଫାରୁକି (ବିବାହ 2010–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: ମୁସ୍ତଫା ସରୱର ଫାରୁକି to ନୁସରତ ଇମରୋଜ ଟିଶା" Location: (linkback://or.wikipedia.org/wiki/%E0%AC%A8%E0%AD%81%E0%AC%B8%E0%AC%B0%E0%AC%A4_%E0%AC%87%E0%AC%AE%E0%AC%B0%E0%AD%8B%E0%AC%9C_%E0%AC%9F%E0%AC%BF%E0%AC%B6%E0%AC%BE)[୧]
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ମେରିଲ ପ୍ରଥମ ଆଲୋ ପୁରସ୍କାର (୮ ଥର)
ନତୂନ କୁରି

ନୁସରତ ଇମ୍‌ରୋଜ ଟିଶା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ସେ ବଙ୍ଗଳାଦେଶ କଥାଚିତ୍ର ଦୁନିଆରେ ଟିଶା ନାମରେ ପରିଚିତା ।[୨][୩] ଟିଶାଙ୍କୁ ବଙ୍ଗଳାଦେଶର ଜତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଟିଶା ମୁଖ୍ୟତଃ ବଙ୍ଗଳାଦେଶର ଦୂରଦର୍ଶନ ଏବଂ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ତାଙ୍କ ଅଭିନୀତ ଥାର୍ଡ଼ ପର୍‌ସନ ସିଙ୍ଗୁଲାର ନମ୍ବର, ଟେଲିଭିଜନ୍, ଦୁବ: ନୋ ବେଡ୍ ଫର୍ ରୋଜେସ୍ ଆଦି କଥାଚିତ୍ର ବିଶ୍ୱ ସ୍ତରରେ ସମୀକ୍ଷକଙ୍କଦ୍ୱାରା ଆଦୃତ ହୋଇଥିଲା ।[୪] ଟିଶାଙ୍କୁ ୨୦୧୩ ମସିହାରେ ବଙ୍ଗଳାଦେଶର ସଦ୍‌ଭାବନା ରାଜଦୂତ ଭାବରେ ନିଯୁକ୍ତ କରାଯାଇ ଦୁଇବର୍ଷ ପାଇଁ କୋରିଆ ପଠାଯାଇଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନୁରତ ଇମରୋଜ ଟିଶା ୧୯୮୬ ମସିହା ଫେବୃଆରୀ ମାସ ୨୦ ତାରିଖରେ ବଙ୍ଗଳାଦେଶର ରାଜସାହିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଇନାମୁଲ ହକ୍ ଏବଂ ମାଆ ମାହଫୁଜା ହକ୍ । ମାତ୍ର ୫ ବର୍ଷ ବୟସରେ ଟିଶା ଗୀତ ଶିଖିବା ଆରମ୍ଭ କରିଥିଲେ । ୧୯୯୩ ମସିହାରେ ଟିଶା ବଙ୍ଗଳାଦେଶର ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବଙ୍ଗଳାଦେଶ ଟେଲିଭିଜିନ ନାମକ ଏକ ଘରୋଇ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନତୂନ କୁରିରେ ୨ୟ ସ୍ଥାନ ଅଧିକାର କରିଥିଲେ । ଦୁଇବର୍ଷ ପରେ ସେହି ସମାନ କାର୍ଯ୍ୟକ୍ରମରେ ସେ ପୁଣିଥରେ ଭାଗ ନେଇଥିଲେ ଏବଂ ବିଜୟୀ ହୋଇ ସୂବର୍ଣ୍ଣ ଟୋପି ପିନ୍ଧିଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ଟିଶା ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ଦୂରଦର୍ଶନ ନାଟକ ଜରିଆରେ । ସେ ୧୯୯୮ ମସିହାରେ ଆହଶାନ ହବିବଙ୍କ ନିର୍ଦ୍ଦେଶିତ ଶାତ ପ୍ରହେର କବ୍ୱୋ ନାଟକ ଜରିଆରେ ଅଭିନୟ ଆରମ୍ଭ କରିଥିଲେ, ଯାହାର ନାଟକ ରଚନା କରିଥିଲେ ଅନନ୍ତ ହୀରା ।[୫] ଟିଶା ଏଞ୍ଜେଲ ଫୋର୍‌ ନାମକ ନିଜେ ଏକ ବ୍ୟାଣ୍ଡ କରିଛନ୍ତି । ୨୦୦୯ ମସିହାରେ ଟିଶା ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଟିଶା ଜଣେ ମଡେଲ ଭାବରେ ପ୍ରଥମେ ମେରିଲ୍ ଲିପ୍‌ଜେଲ୍ ପାଇଁ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିଲେ । କୋକା-କୋଲା, ସିଟିସେଲ୍, ବମ୍ବେ ସୁଇଟ୍‌ସ୍ ଏବଂ କେୟା କସ୍‌ମିକ୍‌ସ୍ ଆଦି ବିଭିନ୍ନ ବ୍ରାଣ୍ଡ ପାଇଁ ସେ ବିଜ୍ଞାପନ କରିଥିଲେ ଓ ଏଥିସ‌ହିତ ୨୦୦୩ ଓ ୨୦୦୪ ମସିହାରେ ମଡେଲିଂରେ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଜିତିଥିଲେ ।[୫] ଏହାପରେ ଟିଶା ୬ ବର୍ଷର ବୀରତି ପରେ ଟିଶା ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ । ୨୦୧୪ ମସିହାରେ ସେ ସ୍କୋୟାର ଫାର୍ମାସିୟୁଟିକଲ୍‌ସ୍‌ର ବିଜ୍ଞାପନରେ କାମ କରିଥିଲେ ।[୬]

ବୈବାହିକ ଜୀବନ[ସମ୍ପାଦନା]

ଟିଶା ୧୬ ଜୁଲାଇ ୨୦୧୦ରେ ନିର୍ଦ୍ଦେଶକ ମୁସ୍ତଫା ସରୱର ଫାରୁକିଙ୍କୁ ବିବାହ କରିଥିଲେ ।[୭][୮]

ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

୨୦୧୩ ମସିହାରେ ଟିଶାଙ୍କୁ ବଙ୍ଗଳାଦେଶର ସଦ୍‌ଭାବନା ରାଜଦୂତ ଭାବରେ କୋରିଆ ପଠାଯାଇଥିଲା । ଦୂତ ଭାବରେ କୋରିଆକୁ ଯାଇଥିବା ପ୍ରଥମ ବଙ୍ଗଳାଦେଶୀ ଥିଲେ ଟିଶା । ୨୦୧୩ ମସିହାରେ ବଙ୍ଗଳାଦେଶ ଓ କୋରିଆର ଦ୍ୱି-ପାକ୍ଷୀକ ସମ୍ପର୍କର ୪୦ ବର୍ଷ ପୂର୍ତ୍ତି ଅବସରରେ ଟିଶାଙ୍କୁ ଦୁଇ ବର୍ଷ ପାଇଁ ଦୂତ ଭାବରେ ନିଯୁକ୍ତ କରାଯାଇଥିଲା ।[୯][୧୦]

ପୁରସ୍କାର[ସମ୍ପାଦନା]

ଟିଶାଙ୍କୁ ବଙ୍ଗଳାଦେଶର ଜତୀୟ ଚଳଚ୍ଚିତ୍ର ପୁରସ୍କାର ଥରେ ମିଳିଛି ଏବଂ ମଡେଲିଂରେ ମେରିଲ ପ୍ରଥମ ଆଲୋ ପୁରସ୍କାର ୮ଥର ମିଳିଛି ।

ଆଧାର[ସମ୍ପାଦନା]

  1. তিশা-ফারুকীর বিয়ে [Tisha-Farooki wedding photo album]. Prothom Alo (in Bengali). 25 July 2010. Archived from the original on 25 July 2010. Retrieved 17 November 2012.
  2. The Daily Jai Jai Din
  3. Shah Alam Shazu (20 February 2017). "Last birthday with my father was unforgettable - Tisha". The Daily Star. Retrieved 20 February 2017.
  4. "Television: A social satire with a strong message". The Independent. 1 February 2013. Archived from the original on 29 October 2013. Retrieved 10 November 2014.
  5. ୫.୦ ୫.୧ ୫.୨ "Tisha – from Notun Kuri to future". Priyo News. 8 February 2011. Archived from the original on 22 October 2012. Retrieved 16 October 2015.
  6. "Tisha back in TV ads". The Daily Star. Dhaka, Bangladesh: Transcom Group. 5 March 2014. Retrieved 10 November 2014.
  7. "Farooki and Tisha tying the knot". The Daily Star. Retrieved 23 December 2016.
  8. "Wedding bells for Farooki-Tisha". The Daily Star. Dhaka, Bangladesh: Transcom Group. 18 July 2010. Retrieved 10 November 2014.
  9. "Tisha excited to carry BD-Korea goodwill". The Daily Star. Dhaka, Bangladesh: Transcom Group. 24 November 2013. Retrieved 10 November 2014.
  10. "Tisha to carry message of goodwill". The Daily Star. Dhaka, Bangladesh: Transcom Group. 24 September 2013. Retrieved 10 November 2014.

ବାହାର ଆଧାର[ସମ୍ପାଦନା]