ନୁସରତ ଇମରୋଜ ଟିଶା
ଟିଶା | |
---|---|
নুস্রাত ইম্রোজ তিশা | |
ଜନ୍ମ | ୨୦ ଫେବୃଆରୀ ୧୯୮୬ |
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷାନୁଷ୍ଠାନ | ଉତ୍ତର ପଶ୍ଚିମ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ |
ସକ୍ରିୟ ବର୍ଷ | ୧୯୯୫ – ଏବେଯାଏଁ |
ଉଲ୍ଲେଖନୀୟ କୃତି |
|
ବୈବାହିକ-ସାଥୀ |
ମୁସ୍ତଫା ସରୱର ଫାରୁକି (m. ୨୦୧୦) |
ପୁରସ୍କାର | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମେରିଲ ପ୍ରଥମ ଆଲୋ ପୁରସ୍କାର (୮ ଥର) ନତୂନ କୁରି |
ନୁସରତ ଇମ୍ରୋଜ ଟିଶା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ସେ ବଙ୍ଗଳାଦେଶ କଥାଚିତ୍ର ଦୁନିଆରେ ଟିଶା ନାମରେ ପରିଚିତା ।[୨][୩] ଟିଶାଙ୍କୁ ବଙ୍ଗଳାଦେଶର ଜତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଟିଶା ମୁଖ୍ୟତଃ ବଙ୍ଗଳାଦେଶର ଦୂରଦର୍ଶନ ଏବଂ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ତାଙ୍କ ଅଭିନୀତ ଥାର୍ଡ଼ ପର୍ସନ ସିଙ୍ଗୁଲାର ନମ୍ବର, ଟେଲିଭିଜନ୍, ଦୁବ: ନୋ ବେଡ୍ ଫର୍ ରୋଜେସ୍ ଆଦି କଥାଚିତ୍ର ବିଶ୍ୱ ସ୍ତରରେ ସମୀକ୍ଷକଙ୍କଦ୍ୱାରା ଆଦୃତ ହୋଇଥିଲା ।[୪] ଟିଶାଙ୍କୁ ୨୦୧୩ ମସିହାରେ ବଙ୍ଗଳାଦେଶର ସଦ୍ଭାବନା ରାଜଦୂତ ଭାବରେ ନିଯୁକ୍ତ କରାଯାଇ ଦୁଇବର୍ଷ ପାଇଁ କୋରିଆ ପଠାଯାଇଥିଲା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନୁରତ ଇମରୋଜ ଟିଶା ୧୯୮୬ ମସିହା ଫେବୃଆରୀ ମାସ ୨୦ ତାରିଖରେ ବଙ୍ଗଳାଦେଶର ରାଜସାହିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଇନାମୁଲ ହକ୍ ଏବଂ ମାଆ ମାହଫୁଜା ହକ୍ । ମାତ୍ର ୫ ବର୍ଷ ବୟସରେ ଟିଶା ଗୀତ ଶିଖିବା ଆରମ୍ଭ କରିଥିଲେ । ୧୯୯୩ ମସିହାରେ ଟିଶା ବଙ୍ଗଳାଦେଶର ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବଙ୍ଗଳାଦେଶ ଟେଲିଭିଜିନ ନାମକ ଏକ ଘରୋଇ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନତୂନ କୁରିରେ ୨ୟ ସ୍ଥାନ ଅଧିକାର କରିଥିଲେ । ଦୁଇବର୍ଷ ପରେ ସେହି ସମାନ କାର୍ଯ୍ୟକ୍ରମରେ ସେ ପୁଣିଥରେ ଭାଗନେଇଥିଲେ ଏବଂ ବିଜୟୀ ହୋଇ ସୂବର୍ଣ୍ଣ ଟୋପି ପିନ୍ଧିଥିଲେ ।[୫]
ଅଭିନୟ ଜୀବନ
[ସମ୍ପାଦନା]ଟିଶା ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ଦୂରଦର୍ଶନ ନାଟକ ଜରିଆରେ । ସେ ୧୯୯୮ ମସିହାରେ ଆହଶାନ ହବିବଙ୍କ ନିର୍ଦ୍ଦେଶିତ ଶାତ ପ୍ରହେର କବ୍ୱୋ ନାଟକ ଜରିଆରେ ଅଭିନୟ ଆରମ୍ଭ କରିଥିଲେ, ଯାହାର ନାଟକ ରଚନା କରିଥିଲେ ଅନନ୍ତ ହୀରା ।[୫] ଟିଶା ଏଞ୍ଜେଲ ଫୋର୍ ନାମକ ନିଜେ ଏକ ବ୍ୟାଣ୍ଡ କରିଛନ୍ତି । ୨୦୦୯ ମସିହାରେ ଟିଶା ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଟିଶା ଜଣେ ମଡେଲ ଭାବରେ ପ୍ରଥମେ ମେରିଲ୍ ଲିପ୍ଜେଲ୍ ପାଇଁ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିଲେ । କୋକା-କୋଲା, ସିଟିସେଲ୍, ବମ୍ବେ ସୁଇଟ୍ସ୍ ଏବଂ କେୟା କସ୍ମିକ୍ସ୍ ଆଦି ବିଭିନ୍ନ ବ୍ରାଣ୍ଡ ପାଇଁ ସେ ବିଜ୍ଞାପନ କରିଥିଲେ ଓ ଏଥିସହିତ ୨୦୦୩ ଓ ୨୦୦୪ ମସିହାରେ ମଡେଲିଂରେ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଜିତିଥିଲେ ।[୫] ଏହାପରେ ଟିଶା ୬ ବର୍ଷର ବୀରତି ପରେ ଟିଶା ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ । ୨୦୧୪ ମସିହାରେ ସେ ସ୍କୋୟାର ଫାର୍ମାସିୟୁଟିକଲ୍ସ୍ର ବିଜ୍ଞାପନରେ କାମ କରିଥିଲେ ।[୬]
ବୈବାହିକ ଜୀବନ
[ସମ୍ପାଦନା]ଟିଶା ୧୬ ଜୁଲାଇ ୨୦୧୦ରେ ନିର୍ଦ୍ଦେଶକ ମୁସ୍ତଫା ସରୱର ଫାରୁକିଙ୍କୁ ବିବାହ କରିଥିଲେ ।[୭][୮]
ଅନ୍ୟାନ୍ୟ କାର୍ଯ୍ୟ
[ସମ୍ପାଦନା]୨୦୧୩ ମସିହାରେ ଟିଶାଙ୍କୁ ବଙ୍ଗଳାଦେଶର ସଦ୍ଭାବନା ରାଜଦୂତ ଭାବରେ କୋରିଆ ପଠାଯାଇଥିଲା । ଦୂତ ଭାବରେ କୋରିଆକୁ ଯାଇଥିବା ପ୍ରଥମ ବଙ୍ଗଳାଦେଶୀ ଥିଲେ ଟିଶା । ୨୦୧୩ ମସିହାରେ ବଙ୍ଗଳାଦେଶ ଓ କୋରିଆର ଦ୍ୱି-ପାକ୍ଷୀକ ସମ୍ପର୍କର ୪୦ ବର୍ଷ ପୂର୍ତ୍ତି ଅବସରରେ ଟିଶାଙ୍କୁ ଦୁଇ ବର୍ଷ ପାଇଁ ଦୂତ ଭାବରେ ନିଯୁକ୍ତ କରାଯାଇଥିଲା ।[୯][୧୦]
ପୁରସ୍କାର
[ସମ୍ପାଦନା]ଟିଶାଙ୍କୁ ବଙ୍ଗଳାଦେଶର ଜତୀୟ ଚଳଚ୍ଚିତ୍ର ପୁରସ୍କାର ଥରେ ମିଳିଛି ଏବଂ ମଡେଲିଂରେ ମେରିଲ ପ୍ରଥମ ଆଲୋ ପୁରସ୍କାର ୮ଥର ମିଳିଛି ।
ଆଧାର
[ସମ୍ପାଦନା]- ↑ তিশা-ফারুকীর বিয়ে [Tisha-Farooki wedding photo album]. Prothom Alo (in Bengali). 25 July 2010. Archived from the original on 25 July 2010. Retrieved 17 November 2012.
{{cite news}}
: Invalid|script-title=
: missing prefix (help) - ↑ The Daily Jai Jai Din
- ↑ Shah Alam Shazu (20 February 2017). "Last birthday with my father was unforgettable - Tisha". The Daily Star. Retrieved 20 February 2017.
- ↑ "Television: A social satire with a strong message". The Independent. 1 February 2013. Archived from the original on 29 October 2013. Retrieved 10 November 2014.
- ↑ ୫.୦ ୫.୧ ୫.୨ "Tisha – from Notun Kuri to future". Priyo News. 8 February 2011. Archived from the original on 22 October 2012. Retrieved 16 October 2015.
- ↑ "Tisha back in TV ads". The Daily Star. Dhaka, Bangladesh: Transcom Group. 5 March 2014. Retrieved 10 November 2014.
- ↑ "Farooki and Tisha tying the knot". The Daily Star. Retrieved 23 December 2016.
- ↑ "Wedding bells for Farooki-Tisha". The Daily Star. Dhaka, Bangladesh: Transcom Group. 18 July 2010. Archived from the original on 10 November 2014. Retrieved 10 November 2014.
- ↑ "Tisha excited to carry BD-Korea goodwill". The Daily Star. Dhaka, Bangladesh: Transcom Group. 24 November 2013. Archived from the original on 10 November 2014. Retrieved 10 November 2014.
- ↑ "Tisha to carry message of goodwill". The Daily Star. Dhaka, Bangladesh: Transcom Group. 24 September 2013. Archived from the original on 10 November 2014. Retrieved 10 November 2014.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନୁସରତ ଇମରୋଜ ଟିଶା