ନୁସରତ ଇମରୋଜ ଟିଶା

ଉଇକିପିଡ଼ିଆ‌ରୁ
(Nusrat Imrose Tishaରୁ ଲେଉଟି ଆସିଛି)
ଟିଶା
নুস্রাত ইম্রোজ তিশা
୨୦୧୩ରେ ଟିଶା
Born (1986-02-20) ୨୦ ଫେବୃଆରୀ ୧୯୮୬ (ବୟସ ୩୮)
Nationalityବଙ୍ଗଳାଦେଶୀ
Alma materଉତ୍ତର ପଶ୍ଚିମ ବିଶ୍ୱବିଦ୍ୟାଳୟ
Occupation(s)ଅଭିନେତ୍ରୀ
ମଡେଲ
Years active୧୯୯୫ – ଏବେଯାଏଁ
Notable work
  • ଥାର୍ଡ଼ ପର୍‌ସନ ସିଙ୍ଗୁଲାର ନମ୍ବର
  • ଟେଲିଭିଜନ୍
  • ଦୁବ: ନୋ ବେଡ୍ ଫର୍ ରୋଜେସ୍
  • ହାଲ୍‌ଦା
Spouse
ମୁସ୍ତଫା ସରୱର ଫାରୁକି
(m. ୨୦୧୦)
[୧]
Awardsବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ମେରିଲ ପ୍ରଥମ ଆଲୋ ପୁରସ୍କାର (୮ ଥର)
ନତୂନ କୁରି

ନୁସରତ ଇମ୍‌ରୋଜ ଟିଶା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ସେ ବଙ୍ଗଳାଦେଶ କଥାଚିତ୍ର ଦୁନିଆରେ ଟିଶା ନାମରେ ପରିଚିତା ।[୨][୩] ଟିଶାଙ୍କୁ ବଙ୍ଗଳାଦେଶର ଜତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଟିଶା ମୁଖ୍ୟତଃ ବଙ୍ଗଳାଦେଶର ଦୂରଦର୍ଶନ ଏବଂ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ତାଙ୍କ ଅଭିନୀତ ଥାର୍ଡ଼ ପର୍‌ସନ ସିଙ୍ଗୁଲାର ନମ୍ବର, ଟେଲିଭିଜନ୍, ଦୁବ: ନୋ ବେଡ୍ ଫର୍ ରୋଜେସ୍ ଆଦି କଥାଚିତ୍ର ବିଶ୍ୱ ସ୍ତରରେ ସମୀକ୍ଷକଙ୍କଦ୍ୱାରା ଆଦୃତ ହୋଇଥିଲା ।[୪] ଟିଶାଙ୍କୁ ୨୦୧୩ ମସିହାରେ ବଙ୍ଗଳାଦେଶର ସଦ୍‌ଭାବନା ରାଜଦୂତ ଭାବରେ ନିଯୁକ୍ତ କରାଯାଇ ଦୁଇବର୍ଷ ପାଇଁ କୋରିଆ ପଠାଯାଇଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନୁରତ ଇମରୋଜ ଟିଶା ୧୯୮୬ ମସିହା ଫେବୃଆରୀ ମାସ ୨୦ ତାରିଖରେ ବଙ୍ଗଳାଦେଶର ରାଜସାହିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଇନାମୁଲ ହକ୍ ଏବଂ ମାଆ ମାହଫୁଜା ହକ୍ । ମାତ୍ର ୫ ବର୍ଷ ବୟସରେ ଟିଶା ଗୀତ ଶିଖିବା ଆରମ୍ଭ କରିଥିଲେ । ୧୯୯୩ ମସିହାରେ ଟିଶା ବଙ୍ଗଳାଦେଶର ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବଙ୍ଗଳାଦେଶ ଟେଲିଭିଜିନ ନାମକ ଏକ ଘରୋଇ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନତୂନ କୁରିରେ ୨ୟ ସ୍ଥାନ ଅଧିକାର କରିଥିଲେ । ଦୁଇବର୍ଷ ପରେ ସେହି ସମାନ କାର୍ଯ୍ୟକ୍ରମରେ ସେ ପୁଣିଥରେ ଭାଗନେଇଥିଲେ ଏବଂ ବିଜୟୀ ହୋଇ ସୂବର୍ଣ୍ଣ ଟୋପି ପିନ୍ଧିଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ଟିଶା ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ଦୂରଦର୍ଶନ ନାଟକ ଜରିଆରେ । ସେ ୧୯୯୮ ମସିହାରେ ଆହଶାନ ହବିବଙ୍କ ନିର୍ଦ୍ଦେଶିତ ଶାତ ପ୍ରହେର କବ୍ୱୋ ନାଟକ ଜରିଆରେ ଅଭିନୟ ଆରମ୍ଭ କରିଥିଲେ, ଯାହାର ନାଟକ ରଚନା କରିଥିଲେ ଅନନ୍ତ ହୀରା ।[୫] ଟିଶା ଏଞ୍ଜେଲ ଫୋର୍‌ ନାମକ ନିଜେ ଏକ ବ୍ୟାଣ୍ଡ କରିଛନ୍ତି । ୨୦୦୯ ମସିହାରେ ଟିଶା ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଟିଶା ଜଣେ ମଡେଲ ଭାବରେ ପ୍ରଥମେ ମେରିଲ୍ ଲିପ୍‌ଜେଲ୍ ପାଇଁ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିଲେ । କୋକା-କୋଲା, ସିଟିସେଲ୍, ବମ୍ବେ ସୁଇଟ୍‌ସ୍ ଏବଂ କେୟା କସ୍‌ମିକ୍‌ସ୍ ଆଦି ବିଭିନ୍ନ ବ୍ରାଣ୍ଡ ପାଇଁ ସେ ବିଜ୍ଞାପନ କରିଥିଲେ ଓ ଏଥିସ‌ହିତ ୨୦୦୩ ଓ ୨୦୦୪ ମସିହାରେ ମଡେଲିଂରେ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଜିତିଥିଲେ ।[୫] ଏହାପରେ ଟିଶା ୬ ବର୍ଷର ବୀରତି ପରେ ଟିଶା ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ । ୨୦୧୪ ମସିହାରେ ସେ ସ୍କୋୟାର ଫାର୍ମାସିୟୁଟିକଲ୍‌ସ୍‌ର ବିଜ୍ଞାପନରେ କାମ କରିଥିଲେ ।[୬]

ବୈବାହିକ ଜୀବନ[ସମ୍ପାଦନା]

ଟିଶା ୧୬ ଜୁଲାଇ ୨୦୧୦ରେ ନିର୍ଦ୍ଦେଶକ ମୁସ୍ତଫା ସରୱର ଫାରୁକିଙ୍କୁ ବିବାହ କରିଥିଲେ ।[୭][୮]

ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

୨୦୧୩ ମସିହାରେ ଟିଶାଙ୍କୁ ବଙ୍ଗଳାଦେଶର ସଦ୍‌ଭାବନା ରାଜଦୂତ ଭାବରେ କୋରିଆ ପଠାଯାଇଥିଲା । ଦୂତ ଭାବରେ କୋରିଆକୁ ଯାଇଥିବା ପ୍ରଥମ ବଙ୍ଗଳାଦେଶୀ ଥିଲେ ଟିଶା । ୨୦୧୩ ମସିହାରେ ବଙ୍ଗଳାଦେଶ ଓ କୋରିଆର ଦ୍ୱି-ପାକ୍ଷୀକ ସମ୍ପର୍କର ୪୦ ବର୍ଷ ପୂର୍ତ୍ତି ଅବସରରେ ଟିଶାଙ୍କୁ ଦୁଇ ବର୍ଷ ପାଇଁ ଦୂତ ଭାବରେ ନିଯୁକ୍ତ କରାଯାଇଥିଲା ।[୯][୧୦]

ପୁରସ୍କାର[ସମ୍ପାଦନା]

ଟିଶାଙ୍କୁ ବଙ୍ଗଳାଦେଶର ଜତୀୟ ଚଳଚ୍ଚିତ୍ର ପୁରସ୍କାର ଥରେ ମିଳିଛି ଏବଂ ମଡେଲିଂରେ ମେରିଲ ପ୍ରଥମ ଆଲୋ ପୁରସ୍କାର ୮ଥର ମିଳିଛି ।

ଆଧାର[ସମ୍ପାଦନା]

  1. তিশা-ফারুকীর বিয়ে [Tisha-Farooki wedding photo album]. Prothom Alo (in Bengali). 25 July 2010. Archived from the original on 25 July 2010. Retrieved 17 November 2012. {{cite news}}: Invalid |script-title=: missing prefix (help)
  2. The Daily Jai Jai Din
  3. Shah Alam Shazu (20 February 2017). "Last birthday with my father was unforgettable - Tisha". The Daily Star. Retrieved 20 February 2017.
  4. "Television: A social satire with a strong message". The Independent. 1 February 2013. Archived from the original on 29 October 2013. Retrieved 10 November 2014.
  5. ୫.୦ ୫.୧ ୫.୨ "Tisha – from Notun Kuri to future". Priyo News. 8 February 2011. Archived from the original on 22 October 2012. Retrieved 16 October 2015.
  6. "Tisha back in TV ads". The Daily Star. Dhaka, Bangladesh: Transcom Group. 5 March 2014. Retrieved 10 November 2014.
  7. "Farooki and Tisha tying the knot". The Daily Star. Retrieved 23 December 2016.
  8. "Wedding bells for Farooki-Tisha". The Daily Star. Dhaka, Bangladesh: Transcom Group. 18 July 2010. Archived from the original on 10 November 2014. Retrieved 10 November 2014.
  9. "Tisha excited to carry BD-Korea goodwill". The Daily Star. Dhaka, Bangladesh: Transcom Group. 24 November 2013. Archived from the original on 10 November 2014. Retrieved 10 November 2014.
  10. "Tisha to carry message of goodwill". The Daily Star. Dhaka, Bangladesh: Transcom Group. 24 September 2013. Archived from the original on 10 November 2014. Retrieved 10 November 2014.

ବାହାର ଆଧାର[ସମ୍ପାଦନା]