ନୀଳମଣି ଫୁକନ
ନୀଳମଣି ଫୁକନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | 1933 ଦେରଗାଁ, ଆସାମ |
ଜୀବିକା | କବି, ଶିକ୍ଷାବିତ |
ପ୍ରସିଦ୍ଧି | ପ୍ରତୀକବାଦ |
ନୀଳମଣୀ ଫୁକନ (ଜନ୍ମ ୧୯୩୩) ଜଣେ ଅସମୀୟା ଭାଷାର କବି ଓ ଶିକ୍ଷାବିତ । ତାଙ୍କ ଲେଖା ଫ୍ରେଞ୍ଚ ଭାଷାର ପ୍ରତୀକବାଦରୁ ଅନୁପ୍ରାଣିତ ଏବଂ ଅସମୀୟା ଭାଷାରେ ଏହି ଧାରାର ସେ ପ୍ରମୂଖ କବି । ତାଙ୍କର ପ୍ରମୂଖ ରଚନା ମଧ୍ୟରେ "ସୂର୍ଯ୍ୟ ହେନୁ ନାମି ଆହେ ଏଇ ନଦିୟେଦି", "ଗୁଲାପି ଜାମୁର ଲଗ୍ନ" ଏବଂ "କବିତା" । ନୀଳମଣି କବିତା ସଂକଳନ "କବିତା" ପାଇଁ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୧୯୯୦ରେ ପଦ୍ମଶ୍ରୀ ଓ ୨୦୦୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]
ନୀଳମଣି ଆସାମର ଗୋଳାଘାଟ ଜିଲ୍ଲାର ଡେରାଗାଁଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୧ମସିହାରେ ସେ ଗୁଆହାଟି ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ୧୯୫୦ମସିହାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ।
ବୃତିଗତ ଜୀବନ[ସମ୍ପାଦନା]
ଗୁଆହାଟିର ଆର୍ଯ୍ୟ ବିଦ୍ୟାପୀଠରେ ନୀଳମଣି ୧୯୬୪ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିଲେ ଓ ୧୯୯୨ ମସିହାରେ ସେଠାରୁ ଅବସର ଗ୍ରହଣ କରିଥିଲେ ସେ ଜାପାନିଜ ଓ ୟୁରୋପିୟ ଭାଷାର କବିତା ଅହମୀୟା ଭାଷାକୁ ଅନୁବାଦ କରିଥିଲେ ।
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ପଦ୍ମଶ୍ରୀ - ୧୯୯୦
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୧ ( "କବିତା" ପାଇଁ )
- ଆସାମ ଘାଟି ସାହିତ୍ୟ ସମ୍ମାନ - ୧୯୯୭[୧]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୨୦୦୨[୨]
ରଚନାବଳୀ[ସମ୍ପାଦନା]
- ସୂର୍ଯ୍ୟ ହେନୋ ନାମି ଆହେ ଏଇ ନଦୀୟେଦି - ୧୯୬୩
- ମାନସ ପ୍ରତିମା - ୧୯୭୧
- ଫୁଲି ଥାକା ସୂର୍ଯ୍ୟମୂଖୀ ଫୁଲତୋର ପିନେ - ୧୯୭୧
- କବିତା (ସାହିତ୍ୟ ଏକାଡେମୀ ପ୍ରକାଶନ) - ୨୦୦୧ISBN 81-260-1058-4.
- Selected Poems Of Nilmani Phookan - ୨୦୦୭ (କୃଷ୍ଣ ଦଲାଲ ବରୁଆଙ୍କଦ୍ୱାରା ଅନୁବାଦିତ) ISBN 81-260-2433-XISBN 81-260-2433-X.
ଆଧାର[ସମ୍ପାଦନା]
- ↑ "Another plume in writer's crown". The Telegraph. 13 April 2008.
- ↑ "Bhisham Sahni, Kaifi Azmi in Sahitya Akademi". The Tribune. 20 February 2002.
ବାହାର ଆଧାର[ସମ୍ପାଦନା]
- Modern Indian literature, an anthology, Volume 2. Sahitya Akademi. 1992. ISBN 81-7201-324-8.
- * Laureate of Assam-Nilamani Phookan( FacenFcats.com)
- Exploring Life, poems by Nilmani Phookan at Assam Tribune
- Poems by Nilmani Phookan