ନିଲ୍ ମୋହନ

ଉଇକିପିଡ଼ିଆ‌ରୁ
ନିଲ୍ ମୋହନ
Born୧୯୭୩ କିମ୍ବା ୧୯୭୪
ଲକ୍ଷ୍ନୌ, ଭାରତ
Alma materଷ୍ଟାନ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟ (ସ୍ନାତକ, ଏମ୍‌ବିଏ)
Occupationବ୍ୟବସାୟ କାର୍ଯ୍ୟନିର୍ବାହୀ
Titleମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ୟୁ-ଟ୍ୟୁବ୍
Spouse
ହେମ୍ ସରିନ୍ ମୋହନ
(after ୧୯୯୬)

ନିଲ୍ ମୋହନ (ଜନ୍ମ: ୧୯୭୩ କିମ୍ବା ୧୯୭୪) ଜଣେ ଭାରତୀୟ-ଆମେରିକୀୟ ବ୍ୟବସାୟ କାର୍ଯ୍ୟନିର୍ବାହୀ, ଯିଏକି ୟୁଟ୍ୟୁବର ଚତୁର୍ଥ ତଥା ବର୍ତ୍ତମାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ସେ ଫେବୃଆରୀ ୧୬, ୨୦୨୩ରେ ସୁଜାନ ୱୋଜସିକିଙ୍କ ଇସ୍ତଫା ପରେ ଏହି ପଦରେ ଯୋଗ ଦେଇଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ

ନିଲ୍ ମୋହନ ୧୯୭୩ କିମ୍ବା ୧୯୭୪ ମସିହାରେ[୩][୪] ଭାରତର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ ।[୫] ସେ ହାଇସ୍କୁଲ ସମୟରେ ଭାରତରେ କିଛି ବର୍ଷ ରହିବା ପୂର୍ବରୁ ଆମେରିକାର ମିଚିଗାଁ ରାଜ୍ୟ ତଥା ଫ୍ଲୋରିଡାଠାରେ ରହିଥିଲେ ।[୬] ୧୯୯୦ ଦଶକରେ ସେ ଆମେରିକାକୁ ଫେରିଥିଲେ ଏବଂ ୟୁଟ୍ୟୁବରେ ଯୋଗ ଦେବା ବେଳକୁ ଜଣେ ଆମେରିକୀୟ ନାଗରିକ ହୋଇ ସାରିଥିଲେ ।[୭] ସେ ୧୯୯୬ ମସିହାରେ ଷ୍ଟାନ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ବିଦ୍ୟୁତ୍ ଓ ଅଭିବିଦ୍ୟୁତ୍ ସଙ୍କ୍ରାନ୍ତୀୟ ବୈଷୟିକ ବିଜ୍ଞାନରେ ସ୍ନାତକ କରିଥିଲେ ।[୮]

ପେଷା

ଆସେଞ୍ଚର୍ ଏବଂ ନେଟ୍ ଗ୍ରାଭିଟି

ସ୍ନାତକ ପରେ ସେ ଆସେଞ୍ଚର୍‌ରେ କାମ କରିବା ଆରମ୍ଭ କରିଥିଲେ ଏବଂ ୧୯୯୭ ମସିହାରେ ନେଟ୍ ଗ୍ରାଭିଟି ନାମକ ଏକ ଷ୍ଟାର୍ଟଅପ୍‌ରେ ଯୋଗ ଦେଇଥିଲେ, ଯେଉଁଠି ସେ ସଂସ୍ଥାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଡବଲ୍‌କ୍ଲିକ୍

୧୯୯୭ ମସିହାରେ ନେଟ୍ ଗ୍ରାଭିଟି ଡବଲ୍‌କ୍ଲିକ୍‌କୁ କିଣି ଥିଲା ଏବଂ ମୋହନ ଡବଲ୍‌କ୍ଲିକ୍‌ରେ ଯୋଗ ଦେଇ କାଲିଫର୍ଣ୍ଣିଆରୁ ନ୍ୟୁୟର୍କର କମ୍ପାନୀର ମୁଖ୍ୟାଳୟକୁ ସ୍ଥାନାନ୍ତର ହୋଇଥିଲେ । କିଛି ବର୍ଷରେ ସେ ଏହାର ବ୍ୟବସାୟିକ ପରିଚାଳନାର ଉପ-ସଭାପତି ହୋଇଥିଲେ ।

୨୦୦୩ ମସିହାରେ ସେ ଏମ୍‌ବିଏ କରିବାକୁ ଷ୍ଟାନଫୋର୍ଡ଼ ଯାଇଥିଲେ ଏବଂ ସେଠାରୁ ପାଠପଢ଼ା ଶେଷ କରିବା ପରେ ସେ ପୁଣିଥରେ ଡବଲ୍‌କ୍ଲିକ୍‌ରେ ଯୋଗ ଦେଇଥିଲେ ।

ଗୁଗୁଲ୍

ଅପ୍ରେଲ ୧୩, ୨୦୦୭ରେ, ଗୁଗୁଲ୍ ୩.୧ ବିଲିୟନ ଡଲାରରେ ଡବଲ୍‌କ୍ଲିକ୍‌କୁ କିଣିଥିଲା । ଫଳରେ ନିଲ୍ ଗୁଗୁଲ୍‌ରେ ଯୋଗ ଦେଇଥିଲେ ।[୯] ୨୦୧୦ ମସିହାରେ ଗୁଗୁଲ୍ ୮୫ ମିଲିଅନ୍ ଆମେରିକୀୟ ଡଲାର୍ ବିନିମୟରେ ଇନ୍‌ଭାଇଟ୍ ମିଡିଆକୁ କିଣିବାବେଳେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ୟୁଟ୍ୟୁବକୁ ଯିବା ପୂର୍ବରୁ ସେ ଗୁଗୁଲରେ ଭିଡିଓ ବିଜ୍ଞାପନର ଜଣେ ବରିଷ୍ଠ ଅଧିକାରୀ ଥିଲେ ।[୯]

ୟୁଟ୍ୟୁବ୍

୨୦୧୫ ମସିହାରେ ନିଲ୍ ୟୁ-ଟ୍ୟୁବ୍‌ରେ ଚିଫ୍ ପ୍ରଡକ୍ଟ ଅଫିସର୍ ଭାବରେ ଯୋଗ ଦେଇଥିଲେ ।[୧୦] ୨୦୧୦ ଦଶକର ଶେଷ ଭାଗରେ ଓ ୨୦୨୦ ଦଶକର ଆରମ୍ଭରେ ୟୁ-ଟ୍ୟୁବ‌ଦ୍ୱାରା ନୂଆ କରି ଆରମ୍ଭ କରାଯାଇଥିବା ୟୁଟ୍ୟୁବ୍ ମ୍ୟୁଜିକ୍, ୟୁଟ୍ୟୁବ୍ ଟିଭି, ୟୁଟ୍ୟୁବ୍ ପ୍ରିମିୟମ୍, ୟୁଟ୍ୟୁବ୍ ସର୍ଟସ୍ ଏବଂ ୟୁଟ୍ୟୁବ୍ ଏନ୍ଏଫ୍‌ଟିର ପରିଚାଳନା ଦ୍ୱାୟିତ୍ୱରେ ଥିଲେ ।[୧୧][୧୨]

ଫେବୃଆରୀ ୧୬, ୨୦୨୩ରେ, ୟୁ-ଟ୍ୟୁବ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜାନ ୱୋଜସିକି ଇସ୍ତଫା ଦେବା ପରେ ସେ ଏହି ପଦରେ ଯୋଗ ଦେଇଥିଲେ ।[୧୩]

ବ୍ୟକ୍ତିଗତ ଜୀବନ

ସେ ହେମା ସରିନ୍ ମୋହନଙ୍କୁ ବିବାହ କରିଛନ୍ତି, ଯିଏକି ଦୁଇ ଦଶନ୍ଧି ଧରି ବିଭିନ୍ନ ଅଣଲାଭକାରୀ ସଂସ୍ଥା ଏବଂ ଜନ-କଲ୍ୟାଣ ସଂସ୍ଥା ସହିତ ଜଡ଼ିତ ଅଛନ୍ତି ।[୧୪] ଡବଲ୍‌କ୍ଲିକ୍ ପାଇଁ କାମ କରୁଥିବା ସମୟରେ ନ୍ୟୁୟର୍କରେ ଥିବାବେଳେ ସେ ବିବାହ କରିଥିଲେ ।[୮]

ଆଧାର

  1. "Who is Neal Mohan? An Indian-American to become CEO of YouTube". The Times of India. February 17, 2023. ISSN 0971-8257. Retrieved February 16, 2023.
  2. "Changing of the Guard: YouTube CEO Susan Wojcicki Steps Down, Indian-American Neal Mohan Takes Over, New CEO of Youtube". RW Media World. February 18, 2023. Archived from the original on February 18, 2023. Retrieved February 18, 2023.
  3. "Indian-American Neal Mohan is the new CEO of YouTube". www.dailyo.in (in ଇଂରାଜୀ). Retrieved 2023-02-18.
  4. "Neal Mohan is the new YouTube chief: Who is the Indian-American taking over from Susan Wojcicki?". Firstpost (in ଇଂରାଜୀ). 2023-02-17. Retrieved 2023-02-18.
  5. Bureau, ABP News (February 16, 2023). "All About Neal Mohan, The Next Indian-American CEO Of YouTube". news.abplive.com (in ଇଂରାଜୀ). Retrieved February 17, 2023.
  6. Interviewing My Boss: YouTube's Chief Product Officer - NEAL! (in ଇଂରାଜୀ), retrieved 2023-02-17
  7. "From Lucknow to USA: Indian-American Neal Mohan's journey to becoming YouTube CEO". businessinsider.in (in ଇଂରାଜୀ). Retrieved February 17, 2023.
  8. ୮.୦ ୮.୧ Carlson, Nicholas. "Google Paid This Man $100 Million: Here's His Story". Business Insider (in ଆମେରିକୀୟ ଇଂରାଜୀ). Archived from the original on October 27, 2022. Retrieved February 16, 2023.
  9. ୯.୦ ୯.୧ Morris, Chris (February 16, 2023). "6 things to know about new YouTube chief Neal Mohan". Fast Company. Archived from the original on February 16, 2023. Retrieved February 18, 2023.
  10. Roth, Emma (February 16, 2023). "YouTube CEO Susan Wojcicki steps down after nine years at the helm". The Verge (in ଆମେରିକୀୟ ଇଂରାଜୀ). Archived from the original on February 16, 2023. Retrieved February 16, 2023.
  11. McCracken, Harry (September 17, 2021). "After a year like no other, YouTube is previewing what's next". Fast Company. Archived from the original on July 6, 2022. Retrieved February 16, 2023.
  12. Marino, Andrew (February 10, 2022). "A chat with YouTube chief product officer Neal Mohan on new features coming this year". The Verge (in ଆମେରିକୀୟ ଇଂରାଜୀ). Retrieved February 17, 2023.
  13. "YouTube CEO Wojcicki, one of the first Google employees, steps down" (in ଇଂରାଜୀ). Reuters. February 16, 2023. Archived from the original on February 16, 2023. Retrieved February 16, 2023.
  14. Bureau, ABP News (2023-02-16). "All About Neal Mohan, The Next Indian-American CEO Of YouTube". news.abplive.com (in ଇଂରାଜୀ). Retrieved 2023-02-17.