ନିର୍ମଳା (ଉପନ୍ୟାସ)
ନିର୍ମଳା (ଦ ସେକେଣ୍ଡ ୱାଇଫ୍) | |
---|---|
ଲେଖକ | ପ୍ରେମଚାନ୍ଦ |
ମୂଳ ନାମ | निर्मला |
ଅନୁବାଦକ | ଆଲୋକ ରାଏ ଏବଂ ଡେଭିଡ୍ ରବିନ୍[୧] |
ମଲାଟ ଚିତ୍ରକର | ଓରିଏଣ୍ଟ୍ ପେପର୍ବ୍ୟାକ୍ସ୍ (ଆଲୋକ ରାୟ) ଏବଂ ଅକ୍ସଫୋର୍ଡ ଇଣ୍ଡିଆ ପେପର୍ବ୍ୟାକ୍ସ୍ (ଡେଭିଡ୍ ରବିନ୍) |
ଦେଶ | ଭାରତ |
ଭାଷା | ହିନ୍ଦୀ |
ବିଭାଗ | କାଳ୍ପନିକ |
ISBN | 9780195658262 |
ନିର୍ମଳା (ହିନ୍ଦୀ : निर्मला କିମ୍ବା ଦ ସେକେଣ୍ଡ୍ ୱାଇଫ୍ (୨ୟ ପତ୍ନୀ)[୧] ଏକ ହିନ୍ଦୀ କାଳ୍ପନିକ ଉପନ୍ୟାସ । ଏହି ଉପନ୍ୟାସଟିର ରଚନା କରିଥିଲେ ହିନ୍ଦୀ ଏବଂ ଉର୍ଦ୍ଦୁ ଲେଖକ ପ୍ରେମଚାନ୍ଦ । ଏହି ଉପନ୍ୟାସଟିର କାହାଣୀ ଏକ ଅଳ୍ପ ବୟସ୍କା ଯୁବତୀ ଉପରେ ଆଧାରିତ । ସେ ତା'ର ପିତା ବୟସର ଜଣେ ମୃତଦାର (ପତ୍ନୀ ମରିଯାଇଥିବା ପୁରୁଷ) ସହ ଜବରଦସ୍ତି ବିବାହ କରିଥିଲା । ଉପନ୍ୟାସଟିର ପୃଷ୍ଠଭୂମି ସେ ଯୁବତୀଟି ବିବାହ କରିଥିବା ଲୋକର ବଡ଼ ପୁଅର ସମ୍ପର୍କ ସେ ଯୁବତୀ ରହ ରହିଥିବା କଥା ବର୍ଣ୍ଣନା କରିଛି ଏବଂ ଶେଷର ତା'ର ବଡ଼ ପୁଅ ମୃତ୍ୟ ଆଡ଼କୁ ଗତି କରିଛି ।
ଏହି ଉପନ୍ୟାସଟିର ୧୯୨୭ ମସିହାରେ ପ୍ରଥମ ଥର ପାଇଁ ପ୍ରକାଶ ପାଇଥିଲା, ଯେଉଁଥିରେ ନିର୍ମଳାର ବିବାହକୁ ନେଇ ଉଠିଥିବା ସେତେବେଳର ଭାରତୀୟ ଯୌତୁକ ପ୍ରଥା ବିଷୟରେ ବର୍ଣ୍ଣନା କରାଯାଇଥିଲା । ତତ୍ସହିତ ସେତେବେଳର ବିବାହ ଉପରେ କିଛି ବିଷୟରେ ଦର୍ଶାଯାଇଥିଲା । ଏହି ଉପନ୍ୟାସଟିରେ ୧୯୨୦ ମସିହରେ ଭାରତରେ ଚାଲୁଥିବା ସାମାଜିକ ଚାଲିଚଳନ, ପ୍ରଥା ଏବଂ କୁସଂସ୍କାରକୁ ଲୋକଚୋଚନକୁ ଆଣିବା ପାଇଁ ବିଭିନ୍ନ କାଳ୍ପନିକ ବିଷୟବସ୍ତୁ ଯୋଡ଼ାଯାଇଥିଲା । ୧୯୨୮ ମସିହାରେ ଏହି ଉପନ୍ୟାସଟିର ପରବର୍ତ୍ତୀ ଭାଗ ଏକ ମହିଳା ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହା ଏକ ଧାରାବାହିକ ଲେଖା ଭାବରେ ପ୍ରକାଶିତ ହୋଇଥିଲା । ଏହି ଲେଖାଗୁଡ଼ିକରେ ନିର୍ମଳାର ନାରୀବାଦୀ ଚିନ୍ତାଧାରା ଉପରେ ମୁଖ୍ୟତଃ ବର୍ଣ୍ଣନା କରାଯାଇଥିଲା । ଏହି ଉପନ୍ୟାସଟି ୧୯୩୬ ମସିହାରେ ପ୍ରକାଶିତ ପ୍ରେମଚାନ୍ଦଙ୍କର ଅନ୍ୟ ଏକ ଉପନ୍ୟାସ ଗୋଦାନ ସହି କିଛିମାତ୍ରାରେ ସମ୍ବନ୍ଧ ରଖେ । ଗୋଦାନ ବହିଟି ମୁଖ୍ୟତଃ ଗୋଟିଏ ଗାଁ'ରେ ଥିବା ଗରିବତା ଉପରେ ହିଁ ରଚନା କରାଯାଇଥିଲା । ନିର୍ମଳା ଉପନ୍ୟାସଟି ଅନେକ ଭାଷାରେ ଅନୁବାଦ କରାଯାଇଥିଲା । ଏହା ୧୯୮୮ ମସିହାରେ ପ୍ରଥମ ଥର ପାଇଁ ଇଂରାଜୀରେ ଅନୁବାଦ କରାଯାଇଥିଲା । ଏହାର ଇଂରାଜୀ ଅନୁବାଦ କରିଥିଲେ ଡେଭିଡ୍ ରବିନ୍, ସେ ଯାହାର ନାମ ରଖିଥିଲେ ଦ ସେକେଣ୍ଡ୍ ୱାଇଫ୍ (୨ୟ ପତ୍ନୀ) ଏବଂ ପରେ ୧୯୯୯ ମସିହାରେ ପ୍ରେମଚାନ୍ଦଙ୍କର ନାତି ଆଲୋକ ରାୟ ଏହାକୁ ସମାନ ନିର୍ମଳା ଶୀର୍ଷକରେ ଅନୁବାଦ କରିଥିଲେ ।
କାହାଣୀ
[ସମ୍ପାଦନା]ଉଦୟଭାନୁ ଲାଲ, ଜଣେ ପେସାଦାର ଓକିଲ, ତାଙ୍କର ୧୫ ବର୍ଷିଆ ଝିଅ ନିର୍ମଳାର ବାହାଘର ବାଲଚନ୍ଦ୍ର ସିହ୍ନାଙ୍କର ପୁଅ ଭୁବନମୋହନ ସିହ୍ନାଙ୍କ ସହ ଠିକ୍ କରିଥିଲେ । ପରେ ଉଦୟଭାନୁଙ୍କର ପ୍ରତିଦ୍ୱନ୍ଦି ଓକିଲ । ସେ ତାଙ୍କ ସହ ଏକ ଫାଶୀ ମକୋଦ୍ଦମାରେ ହାରିଯାଇ କାରାବାସ ଗ୍ରହଣ କରିଥିଲେ, ତାଙ୍କର ହତ୍ୟା କରିଦେଲେ । ଉଦୟଭାନୁଙ୍କର ମୃତ୍ୟୁ ଯୋଗୁଁ ଭୁବନମୋହନ ଏବଂ ବାଲଚନ୍ଦ୍ର ତାଙ୍କର ବିବାହ ପ୍ରସ୍ତାବ ନିର୍ମଳା ସହ ଭାଙ୍ଗିଦେଲେ, କାରଣ ଉଦୟଭାନୁଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ପାଖରେ ଆଉ କୌଣସି ସେମିତି ଆଖିଦୃଶିଆ ସମ୍ପତ୍ତିବାଡ଼ି କି ଧନଦୌଲତ ନ ଥିଲା । ପାରିବାରିକ ଅସୁବିଧା ଏବଂ ଧନରାଶିର ଅଭାବ ଯୋଗୁଁ ନିର୍ମଳାର ମାଆ କଲ୍ୟାଣୀ, ତାକୁ ତୋତାରାମ ସହ ବିବାହ କରିବାକୁ ନିଷତ୍ତି ନେଲେ । ତୋତାରାମ ପେସାରେ ଜଣେ ଓକିଲ ଏବଂ ସେ ନିର୍ମଳାଠାରୁ ୨୦ବର୍ଷ ବଡ଼ ଥିଲା । ଧନର ଅଭାବ କାରଣରୁ ନିର୍ମାଳଙ୍କୁ ତୋତାରାମଙ୍କ ସହ ବିବାହ କରିବାକୁ ପଡ଼ିଥିଲା ।[୨] ତୋତାରାମ ତାଙ୍କର ସୁନ୍ଦରୀ ଯୁବା ପତ୍ନୀଙ୍କୁ ଖୁସି କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣେଇଲେ, ମାତ୍ର କୌଣସି ଉପାୟରେ ସେ ତାଙ୍କର ମନ ଜିଣିପାରିଲେନି । ନିର୍ମାଳାଙ୍କର ତୋତାରାମଙ୍କ ପ୍ରତି କୌଣସି ପ୍ରକାରର ଭାବନା ବା ପ୍ରେମ ନ ଥିଲା, ଥିଲା କେବଳ ସମ୍ମାନ ଏବଂ କର୍ତ୍ତବ୍ୟର ଭାବନା, ଯାହାକି ତାଙ୍କୁ ତାଙ୍କର ପତ୍ନୀଙ୍କଠାରୁ ଆଶାଥିବା ପ୍ରେମଠାରୁ ବହୁତ କମ୍ ଥିଲା ।
ତୋତାରମଙ୍କର ପ୍ରଥମ ପତ୍ନୀଙ୍କର ୩ଟି ପୁଅ ଥିଲେ । ତାଙ୍କର ବଡ଼ ପୁଅ ମାନସରାମ ନିର୍ମଳାଠାରୁ ମାତ୍ର ଗୋଟିଏ ବର୍ଷ ବଡ଼ ଥିଲା । ମାନସରାମ ଏବଂ ନିର୍ମଳାଙ୍କର ସମ୍ପର୍କ ବିଷୟରେ ତୋତାରାମଙ୍କୁ ସନ୍ଦେହ ହେଲା, ଯାହା ଫଳରେ ସେ ମାନସଙ୍କୁ ଛାତ୍ରାବାସରେ ରହିବାକୁ ପଠାଇଦେଲେ । ଏହାପରେ ମାନସଙ୍କର ଛାତ୍ରାବାସରେ ବହୁତ ଦେହ ଖରାପ ହେଲା । ମାନସଙ୍କର ଚିକିତ୍ସା କରୁଥିବା ଡାକ୍ତର ଥିଲେ ଭୁବନରାମ । ସେ ନିର୍ମଳାଙ୍କ ବିଷୟରେ ଶୁଣିବା ପରେ ତାଙ୍କ ସାନ ଭାଇର ବାହାଘର ନିର୍ମଳାର ସାନ ଭଉଣୀ କ୍ରିଷ୍ଣା ସହ କରାଇଦେଲେ । ଏହାପରେ ଭୁବନରାମ ନିର୍ମଳା ଏବଂ ତା'ର ସଙ୍କଟ ବିଷୟରେ ଭାଳିହେଲେ, ମାତ୍ର କିଛି ଦିନରେ ସେ ଯକ୍ଷ୍ମାରେ ପ୍ରାଣ ହରେଇଲେ ।[୧] ଏହାପରେ ତୋତାରାମଙ୍କର ବଡ଼ ପୁଅ ମାନସରାମର ମୃତ୍ୟୁ ହୋଇଗଲା ଏବଂ ତାଙ୍କର ସାନ ପୁଅ ଜିୟାରାମ ତାଙ୍କ ଉପରେ ସବୁ ଦୋଷ ଲଦିଲା ଆଉ କିଛି ଦିନ ପରେ ସେ ନିର୍ମଳାଙ୍କର ସମସ୍ତ ଅଳଙ୍କାର ନେଇ ଘରୁ କେଉଁଆଡ଼େ ଚାଲିଗଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ମଧ୍ୟ ଆତ୍ମହତ୍ୟା କରିଦେଲା । ତୋତାରାମଙ୍କର ୩ୟ ପୁତ୍ର ସିୟାରାମ ଏକ ଭଣ୍ଡ ବାବାଙ୍କଦ୍ୱାରା ଅନୁ୍ପ୍ରାଣିତ ହୋଇ ଘର ଛାଡ଼ି ଚାଲିଗଲା । ଦୁଇ ପୁଅଙ୍କୁ ହରାଇ ତୋତାରାମ ତାଙ୍କର ଏକମାତ୍ର ଜୀବିତ ପୁତ୍ର ସିୟାରାମଙ୍କୁ ଖୋଜିବାରେ ଲାଗିପଡ଼ିଲେ । ଏହି ସବୁ ଦୁଃଖ ଦେଖି ନିର୍ମଳା ଧୀରେ ଧୀରେ ଭାଙ୍ଗି ପଡ଼ିଲା ଏବଂ ତା'ର ଏକମାତ୍ର ଶିଶୁ କନ୍ୟାକୁ ତୋତାରାମଙ୍କର ବିଧବା ଝିଅ ରୁକ୍ମଣୀଙ୍କୁ ଦେଇ ନିଜେ ମଧ୍ୟ ମୃତ୍ୟୁବରଣ କଲା । କିଛିଦିନ ପରେ ତୋତାରାମ ଘରକୁ ଫେରି ନିର୍ମଳାର ପ୍ରାଣତ୍ୟାଗ ବିଷୟରେ ଜାଣିଲେ ।[୩][୪]
ଚରିତ୍ର
[ସମ୍ପାଦନା]- ନିର୍ମଳା: ନାୟିକା, ଜଣେ ୧୫ ବର୍ଷିୟା ଯୁବତୀ ଯିଏକି ତା'ଠାରୁ ୨୦ ବର୍ଷ ବଡ଼ ତୋତାରାମ ନାମକ ଜଣେ ଓକିଲକୁ ବିବାହ କରିଥିଲା ।
- (ମୁନସି) ତୋତାରାମ: ନିର୍ମଳାର ୩୫ ବର୍ଷିଆ ପତି
- ରୁକ୍ମଣୀ: ତୋତାରାମଙ୍କର ବିଧବା ଝିଅ
- ମାନସରାମ: ତୋତାରମଙ୍କର ବଡ଼ ପୁଅ (ପ୍ରଥମ ପତ୍ନୀଙ୍କ ଗର୍ଭରୁ), ଯାହାଙ୍କ ଉପରେ ତା'ର ପିତା ତା'ର ସାବତ ମାଆ ସହ ସମ୍ପର୍କ ଅଛି ବୋଲି ସନ୍ଦେହ କରି ତାକୁ ଘରୁ ବାହାର କରିଦିଅନ୍ତି ଏବଂ ସେ ଏକ ହୋଟଲରେ ବାସ କରେ ଓ ଧୀରେ ଧୀରେ ମୃତ୍ୟୁବରଣ କରେ ।
- ଜିୟାରାମ: ତୋତାରାମଙ୍କର ୨ୟ ପୁତ୍ର (ପ୍ରଥମ ପତ୍ନୀଙ୍କ ଗର୍ଭରୁ) । ସେ ତା'ର ଭାଇର ମୃତ୍ୟ ପାଇଁ ତା'ର ପିତାଙ୍କୁ ଦାୟୀ କରେ ଏବଂ ନିର୍ମଳାଙ୍କର ଅଳଙ୍କାର ହଜିଯିବା ପରେ ସେ ଘର ଛାଡ଼େ ଏବଂ ପରେ ଆତ୍ମହତ୍ୟା କରେ ।
- ସିୟାରାମ: ତୋତାରାମଙ୍କର ପ୍ରଥମ ପତ୍ନୀଙ୍କ ଗର୍ଭରୁ ୩ୟ ପୁଅ । ସେ ଜଣେ ଭଣ୍ଡାବାବଙ୍କ ପ୍ରରୋଚନାରେ ଘର ଛାଡ଼ି ଚାଲିଯାଇଥିଲା ।
- ଭୁବନମୋହନ ସିହ୍ନା: ନିର୍ମାଳର ବିବାହ ପାଇଁ ପ୍ରଥମେ ଠିକ୍ ହୋଇଥିବା ବର । ସେ ନିର୍ମଳାର ପିତାଙ୍କର ହତ୍ୟା ପରେ ଯୌତୁକ ନ ମିଳିବା ଯୋଗୁଁ ତା'ର ନିର୍ମଳା ସହ ବିବାହ ବନ୍ଦ କରିଦେଇଥିଲା ।
- ସୁଧା: ଭୁବନମୋହନର ସ୍ତ୍ରୀ ଏବଂ ନିର୍ମଳାର ସ୍ତୀ । ଭୁବନ ତା' ମଧ୍ୟମରେ ଜାଣିବାକୁ ପାଇଲା କି ନିର୍ମଳା ହେଉଛି ସେଇ ଝିଅ, ଯାହାକୁ ସେ ଯୌତୁକ ପାଇଁ ବିବାହ କରିବାକୁ ମନା କରିଦେଇଥିଲା । ସୁଧାଙ୍କର କଟୁ ମନ୍ତବ୍ୟ ଭୁବନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଥିଲା ।
- ଉଦୟଭାନୁ ଲାଲ: ନିର୍ମଳାର ବାପା
- କଲ୍ୟାଣୀ: ନିର୍ମଳାର ମାଆ ଯିଏକି ତୋତାରାମ ସହ ନିର୍ମଳାକୁ ବିବାହ ପାଇଁ ସବୁ ପରିସ୍ଥିତିରେ ବାଧ୍ୟ କରିଥିଲେ ।
- ବାଲଚନ୍ଦ୍ର ସିହ୍ନା: ଭୁବନ ସିହ୍ନାର ବାପା
- ପଣ୍ଡିତ ମୋତରମ୍: ଜଣେ ବୁଦ୍ଧିମାନ ବ୍ରାହ୍ମଣ
- ଭୁଙ୍ଗି: ତୋତାରାମଙ୍କର ଘରର ଚାକରାଣୀ
- ଆଶା: ତୋତାରାମଙ୍କର ୨ୟ ପତ୍ନୀ ତଥା ନିର୍ମଳାଙ୍କର ଝିଅ
- ରଙ୍ଗିଲି ବାଇ: ବାଲଚନ୍ଦ୍ର ସିହ୍ନାଙ୍କର ପତ୍ନୀ
- କ୍ରିଷ୍ଣା: ନିର୍ମଳାର ଭଉଣୀ
ପ୍ରକାଶନ
[ସମ୍ପାଦନା]ସେତେବେଳେ ପ୍ରେମଚାନ୍ଦଙ୍କର ଏହି ଉପନ୍ୟାସ ନିର୍ମଳା ଭାରତରେ ସବୁଠାରୁ ଅଧିକ ଲୋକପ୍ରିୟ ଉପନ୍ୟାସ ଥିଲା । ଯେତେବେଳେ ଭାରତୀୟ ସମାଜରେ ମହିଳାମାନଙ୍କୁ ଯୌତୁକ ପାଇଁ ଅଧିକ ଉତ୍ପୀଡ଼ିତ ହେବାକୁ ପଡ଼ୁଥିଲା, ସେହି ସମୟରେ ଏହି ବହିଟି ବିଭିନ୍ନ ଲେଖକି ଓ କବି ତଥା ସଭିଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।[୫] ଏହି ଉପନ୍ୟାସଟି ସମ୍ପୂର୍ଣ୍ଣ ପ୍ରକାଶ ପାଇବା ପୂର୍ବରୁ ୧୯୨୫ ମସିହା ନଭେମ୍ବର ମାସରୁ ଚାନ୍ଦ୍ ନାମକ ଏକ ମାସିକ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।[୬] ଇଏ ସେହି ସମୟର କଥା, ଯେତେବେଳେ ପ୍ରଥମେ ପ୍ରଥମେ ସାମାଜିକ କୁସଂସ୍କାର ଏବଂ ଅବହେଳାକୁ ନେଇ ତାଙ୍କର କାଳ୍ପନିକ ଲିଖନ ଆରମ୍ଭ କରିଥିଲେ ।[୫][୭] ପ୍ରେମଚାନ୍ଦଙ୍କର ଅନ୍ୟ କାମଠାରୁ ଏହି ଉପନ୍ୟାସ, ନିର୍ମଳାରେ ବର୍ଣ୍ଣିତ ବିଷୟ ଅଧିକ ଗାମ୍ଭିର୍ଯ୍ୟପୂର୍ଣ୍ଣ ଥିଲା ଏବଂ ଏହାର ଅନ୍ତ ମଧ୍ୟ କିଛି ଭିନ୍ନ ଥିଲା । [୮] ଏହି ଉପନ୍ୟାସଟି ପ୍ରଥମଥର ପାଇଁ ୧୯୮୮ ମସିହାରେ ଇଂରାଜୀରେ ଅନୁବାଦ କରାଯାଇଥିଲା ।[୫][୯]
ଅନ୍ୟାନ୍ୟ କାର୍ଯ୍ୟ
[ସମ୍ପାଦନା]ଇଟାଲୀୟ ଶିକ୍ଷାବିତ୍ ଫ୍ରନ୍ସେସ୍କା ଓର୍ସିନି ପ୍ରେମଚନ୍ଦଙ୍କ ଏହି ଉପନ୍ୟାସଟିକୁ ସାମାଜିକ ଅସୁବିଧାକୁ ନାଟକୀୟ ଢଙ୍ଗରେ ପ୍ରକାଶ କରିବାର ଏକ ନିଖୁଣ କଳା ଭାବରେ ପ୍ରଶଂସା କରିଥିଲେ ।
ଏହି ଉପନ୍ୟାସଟିର କାହାଣୀକୁ ନେଇ ଅନେକ ଗୁଡ଼ିଏକ ଚଳଚ୍ଚିତ୍ର ତିଆରି କରାଯାଇଛି । ତେହରୀର୍ ମୁନ୍ସି ପ୍ରେମଚାନ୍ଦ କି ନାମକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଗୀତିକାର ତଥା ନିର୍ଦ୍ଦେଶକ ଗୁଲ୍ଜାର୍ । ଏହି ଚଳଚ୍ଚିତ୍ରଟି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ଏହି ଚଳଚ୍ଚିତ୍ରଟିରେ ନିର୍ମଳା ଭୂମିକାରେ ଅଭିନୟ କରିଥିଲେ ମରାଠୀ ଅଭିନେତ୍ରୀ ଅମୃତା ସୁଭାଷ । ଅମୃତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଅନେକ ପ୍ରଶଂସା କରିଥିଲେ ସମୀକ୍ଷକଠାରୁ ଦର୍ଶକ ଯାଏଁ ।[୧୦][୧୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shodhganga" (PDF). Retrieved May 4, 2014.
- ↑ "Nirmala by Premchand in Hindi". Google. Retrieved April 5, 2014.
- ↑ Tribune India. "Tribuneindia". Retrieved November 24, 2014.
- ↑ "OUP". Oxford Databases. Retrieved October 3, 2014.
- ↑ ୫.୦ ୫.୧ ୫.୨ Rubin, David (2005). "Translator's Introduction". The Second Wife. Orient Paperbacks. pp. 9–10. ISBN 812220418X.
- ↑ Prakash Chandra Gupta (1998). Makers Of Indian Literature Prem Chand. Sahitya Akademi. p. 35. ISBN 8126004282.
- ↑ David Rubin (2005-12-01). The Second Wife Translated from Hindi. ISBN 9788122204186.
- ↑ Rubin, David (2005). "Translator's Introduction". The Second Wife. Orient Paperbacks. pp. 5–6. ISBN 812220418X.
- ↑ "NTM" (PDF). Retrieved January 26, 2015.
- ↑ Tankha, Madhur (May 3, 2014). "Premchand had a great influence on me: Gulzar". The Hindu. Retrieved October 9, 2014.
- ↑ HARISH TRIVEDI. "Outlook India". Outlook India. Retrieved December 8, 2014.