ପ୍ରେମଚାନ୍ଦ
Munshi Premchand | |
---|---|
ମୂଳନାମ | मुंशी प्रेमचंद / منشی پریم چند |
ଜନ୍ମ | Dhanpat Rai Srivastav ୩୧ ଜୁଲାଇ ୧୮୮୦ Lamhi, North-Western Provinces, British India |
ମୃତ୍ୟୁ | ୮ ଅକ୍ଟୋବର ୧୯୩୬ (୫୬ ବର୍ଷ) Varanasi, United Provinces, British India |
ବୃତ୍ତି | Writer, Novelist |
ଭାଷା | Hindustani (Hindi-Urdu) |
ଜାତୀୟତା | Indian |
ସାହିତ୍ୟ କୃତି | Godaan, Bazaar-e-Husn, Karmabhoomi, Shatranj ke khiladi |
ଜୀବନ ସାଥି | Shivarani Devi |
ସନ୍ତାନ | Sripath Rai, Amrit Rai, Kamala Devi |
ଦସ୍ତଖତ | ![]() |
ପ୍ରେମଚନ୍ଦଙ୍କ ଜନ୍ମ ୩୧ ଜୁଲାଇ, ୧୮୮୦ ମସିହାରେ ଉତ୍ତର ପ୍ରଦେଶ ବନାରସର (ଏବେକା ବାରଣାସୀ) ଲମହିଠାରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଥିଲା ଧନପତ୍ ରାୟ ଶ୍ରୀବାସ୍ତବ ଓ ଉପନାମ ନବାବ ରାୟ । ତାଙ୍କର ସବୁ ଲେଖା ଗୁ୍ଡ଼ିକରେ ସିଏ ଅଧିକତର ଉପନାମ ହିଁ ବ୍ୟବହାର କରିଛନ୍ତି । ପ୍ରେମଚନ୍ଦଙ୍କ ଲେଖାଗୁ୍ଡ଼ିକ ପଢ଼ି ଖୁସି ହୋଇ ସମାଜରେ ତାଙ୍କ ପ୍ରେମୀମାନେ ତାଙ୍କୁ ମୁଂଶୀ ପ୍ରେମଚନ୍ଦ ଭାବେ ପ୍ରସିଦ୍ଧ କରିଛନ୍ତି । ସିଏ ଉର୍ଦ୍ଦୁ ଓ ହିନ୍ଦି ଭାଷାରେ ପ୍ରାୟ ୧୫ଟି ଉପାନ୍ୟାସ, ୨୫୦ କ୍ଷୁଦ୍ର ଗଳ୍ପ, କେତେଗୁଡ଼ିଏ ନିବନ୍ଧ ମଧ୍ୟ ଲେଖିଛନ୍ତି । ତାଙ୍କର ଉପନ୍ୟାସ ଗୁଡ଼ିକ ମଧ୍ୟରୁ ସେବାସଦନ, ରଙ୍ଗମଞ୍ଚ, ଗବନ, ନିର୍ମଳା ଓ ଗୋଦାନ ବହୁ ପ୍ରଚଳିତ ।
ବାଲ୍ୟ ଜୀବନ[ସମ୍ପାଦନା]
ପ୍ରେମଚନ୍ଦଙ୍କ ପିତା ମୁନସି ଅଜାଇବ ଲାଲ ଜଣେ ପୋଷ୍ଟଲ କଳ୍କ୍ ଥିଲେ । ପ୍ରେମଚନ୍ଦ ପିଲାବେଳେ ତାଙ୍କ ଗାଁରୁ ଦୁଇ କିଲୋମିଟର ଦୁରରେ ଥିବା ଲାଲ ପୁର ଗାଁର ଗୋଟିଏ ମାଦ୍ରାସାରେ ପାଠ ପଢ଼ୁଥିଲେ । ମାଦ୍ରାସାକୁ ଗୋଟିଏ ଯୋଗ୍ୟ ସ୍କୁଲ ଭାବରେ ଗଣା ଯାଏ ନାହିଁ । ସେଠାରେ ସେ ଜଣେ ମୌଲଭି (ମୌଲଭି - ମୁସଲମାନଙ୍କ ଭାଷାରେ ଜଣେ ଧାର୍ମିକ ବିଦ୍ୱାନ)ଙ୍କ ଠାରୁ ଉର୍ଦ୍ଦୁ ଓ ପରସିଅନ ଭାଷାର ଶିକ୍ଷା ଗ୍ରହଣ କରୁଥିଲେ । ମାତ୍ର ଆଠ ବର୍ଷ ବୟସରେ ତାଙ୍କ ମା' ଏ ସଂସାର ଛାଡ଼ି ଚାଲିଯାଇଥିଲେ । ଜେଜେମା ତାଙ୍କ ଭରଣ ପୋଷଣର ଦାୟିତ୍ୱ ନେଇଥିଲେ । ମାତ୍ର ୧୫ ବର୍ଷ ବୟସରେ, ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର ବିବାହ ହୋଇଥିଲା । ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ବୟସରେ ବଡ଼ ଓ ଦେଖିବାକୁ ଅସୁନ୍ଦର ଥିଲେ । ତାଙ୍କ ବିବାହର ମାତ୍ର ଏକ ବର୍ଷ ପରେ ତାଙ୍କ ବାପାଙ୍କର କାଳ ହୋଇଗଲା ।
ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |