Jump to content

ନିଭୋଲୁମାବ/ରିଲାଟଲିମାବ

ଉଇକିପିଡ଼ିଆ‌ରୁ
ନିଭୋଲୁମାବ/ରିଲାଟଲିମାବ
Combination of
NivolumabProgrammed death receptor-1 (PD-1) blocking antibody
RelatlimabLymphocyte activation gene-3 (LAG-3) blocking antibody
Clinical data
Trade namesOpdualag
data
Routes of
administration
Intravenous
Legal status
Legal status

ନିଭୋଲୁମାବ/ରିଲାଟଲିମାବ (ଇଂରାଜୀ ଭାଷାରେ Nivolumab/relatlimab), ଓପଡୁଆଲାଗ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ମିଶ୍ରିତ ଔଷଧ ଯାହା ମେଲାନୋମା ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।[୪] ଯେଉଁ କ୍ଷେତ୍ରରେ କେବଳ ଅସ୍ତ୍ରୋପଚାର ଦ୍ୱାରା ଚିକିତ୍ସା ହୋଇପାରିବ ନାହିଁ ଏବଂ PD-L1 ଅଭିବ୍ୟକ୍ତି ୧% ରୁ କମ୍ ଥାଏ, ସେପରି କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୪] [୫] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଯନ୍ତ୍ରଣା, ଥକାପଣ, ରାସ, କୁଣ୍ଡେଇ ହେବା ଏବଂ ତରଳ ଝାଡ଼ା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍ ଏବଂ କୋଲାଇଟିସ୍ ଭଳି ରୋଗ ପ୍ରତିରୋଧକ-ମଧ୍ୟସ୍ଥତା ରୋଗ ହୋଇପାରେ ଏବଂ ସଂକ୍ରମଣ ପ୍ରତିକ୍ରିୟା ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏଥିରେ ଦୁଇଟି ମୋନୋକ୍ଲୋନାଲ ଆଣ୍ଟିବଡି ଥାଏ; ନିଭୋଲୁମାବ, ଏକ ପ୍ରୋଗ୍ରାମ ହୋଇଥିବା ମୃତ୍ୟୁ ରିସେପ୍ଟର -୧ (PD-୧) ପ୍ରତିରୋଧକାରୀ ଏବଂ ରିଲାଟିମାବ୍, ଏକ ଲିମ୍ଫୋସାଇଟ୍ ଆକ୍ଟିଭେସନ୍ ଜିନ୍ -3 (LAG-3) ପ୍ରତିରୋଧକାରୀ ଥାଏ ।[୪] [୩]

ଏହି ମିଶ୍ରଣକୁ ୨୦୨୨ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୪] [୩] ୨୦୨୨ ସୁଦ୍ଧା ବ୍ରିଟେନରେ ଏହା ଅନୁମୋଦିତ ହୋଇନଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ପ୍ରତି ୪ ସପ୍ତାହରେ ଏହା ପିଛା ପ୍ରାୟ ୨୯,୦୦୦ ଡଲାର ଖର୍ଚ୍ଚ ହୁଏ ।[୬]

ଆଧାର[ସମ୍ପାଦନା]

  1. "Archive copy". Archived from the original on 2022-11-22. Retrieved 2022-11-22.{{cite web}}: CS1 maint: archived copy as title (link)
  2. "Archive copy". Archived from the original on 2022-11-22. Retrieved 2022-11-22.{{cite web}}: CS1 maint: archived copy as title (link)
  3. ୩.୦ ୩.୧ ୩.୨ "Opdualag EPAR". European Medicines Agency. 18 July 2022. Archived from the original on 22 September 2022. Retrieved 22 September 2022.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Opdualag- nivolumab and relatlimab-rmbw injection". DailyMed. 18 March 2022. Archived from the original on 30 July 2022. Retrieved 22 March 2022.
  5. ୫.୦ ୫.୧ "Relatlimab + nivolumab". SPS - Specialist Pharmacy Service. 27 April 2018. Archived from the original on 12 August 2022. Retrieved 12 December 2022.
  6. "Opdualag Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 12 December 2022.