ନିଖିଳାନନ୍ଦ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ନିଖିଳାନନ୍ଦ ପାଣିଗ୍ରାହୀ
ଜନ୍ମ
ନିଖିଳାନନ୍ଦ ପାଣିଗ୍ରାହୀ
ମୃତ୍ୟୁ୧୯୪୭
ଧନନ୍ତର, ଗଞ୍ଜାମ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନହରିହର ହାଇସ୍କୁଲ, ଖଲ୍ଲିକୋଟ କଲେଜ

ନିଖିଳାନନ୍ଦ ପାଣିଗ୍ରାହୀ, ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ[୧] ଜଣେ ସାହିତ୍ୟିକ ଓ ସ୍ତମ୍ଭକାର । ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା ପାଇଁ ସେ ବିଶେଷ ପରିଚିତ । ବିଭିନ୍ନ ଖବରକାଗଜରେ ତାଙ୍କର ସ୍ତମ୍ଭ ପ୍ରକାଶ ପାଇଛି ।[୨] ଏଯାବତ ତାଙ୍କର ୪୦ଖଣ୍ଡ ବହି ଛପା ସରିଛି ଓ ୨୫୦୦ରୁ ଉର୍ଦ୍ଧ୍ୱ ନିବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି ।

ଜୀବନୀ[ସମ୍ପାଦନା]

ନିଖିଳାନନ୍ଦ, ୧୯୪୭ ମସିହାରେ, ଗଞ୍ଜାମ ଜିଲ୍ଲା ଆସିକା ନିକଟବର୍ତ୍ତୀ ଧନନ୍ତରରେ ଜନ୍ମଗ୍ରହଣ କରିଥିଲେ । ୧୯୬୧ ମସିହାରେ ସେ ଆସିକାର ହରିହର ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ । ଖଲ୍ଲିକୋଟ କଲେଜରୁ ସେ ଯୁକ୍ତ ଦୁଇ କରିଥିଲେ । ପଦାର୍ଥ ବିଜ୍ଞାନ ଅନର୍ସ ରଖି, ସେ ସ୍ନାତକ ପାସ କରି ବୁର୍ଲାରେ ମେକାନିକାଲ ଇଞ୍ଜିନିୟରିଂ ନାମ ଲେଖାଇଥିଲେ । ନାମ ଲେଖାଇବାର ମାସକ ମଧ୍ୟରେ ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ପଦାର୍ଥ ବିଜ୍ଞାନର ସ୍ନାତକୋତ୍ତର ଶ୍ରେଣୀ ଆରମ୍ଭ ହେଲା ଓ ନିଖିଳାନନ୍ଦ ସେଥିରେ ନାମ ଲେଖାଇଲେ ।[୩] ପାଠପଢ଼ା ସରିବା ଆଗରୁ ସେ ଖଲ୍ଲିକୋଟ କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଲେ । ପ୍ରଥମ ଦରମା ଥିଲା ୨୫୦ଟଙ୍କା । ୩୦ବର୍ଷ କାଳ ଅଧ୍ୟାପନା କରିବା ପରେ, ସେ ଦକ୍ଷିଣ ଓଡ଼ିଶାର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଓ ୨୦୧୫ମସିହାରେ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବାର ସୁଯୋଗ ଲାଭ କରିଥିଲେ ।[୪] ଅବସର ପରେ ସେ ସାହିତ୍ୟ ସର୍ଜନାରେ ନିମଗ୍ନ ଅଛନ୍ତି ।[୫]

ରଚନାବଳୀ[ସମ୍ପାଦନା]

  • କାଟୁନ୍
  • ଲଢୁଆ ମେଣ୍ଢାର ଜୀବନୀ
  • ଚୁଡାମଣି
  • ଯଥା ରାବଣସ୍ୟ ମନ୍ଦୋଦରୀ
  • ନାହିଁ ନାହିଁର ବନ୍ଧନ
  • ରାଧା ରଚିତ ଅଧା ସତ
  • କୁମ୍ଭକର୍ଣ୍ଣ
  • ଚେହେରା ଚୋରି
  • ମାତ୍ର ଲାଞ୍ଜଟିଏ ନାହିଁ ବୋଲି[୬]
  • ପ୍ରଜାପତି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ - ୨୦୧୧[୭]

ଆଧାର[ସମ୍ପାଦନା]

  1. http://www.odiasahitya.com/odia-literature-news/sahitya-ekademi-pakhyaru-saraswata-samaroha/
  2. "ଇ-ସିଗାରେଟ". ଧରିତ୍ରୀ ୧୫/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. Retrieved 8 November 2016.
  3. "ଆର୍କାଇଭ୍ କପି". Archived from the original on 2014-08-12. Retrieved 2016-11-08. {{cite web}}: Cite has empty unknown parameter: |1= (help)
  4. http://textbookbureauodisha.in/DirectorList.aspx
  5. "ପ୍ରଥମ ରୋଜଗାର". ଧରିତ୍ରୀ ଛୁଟିଦିନ ଜାନୁଆରୀ ୨୨-୨୮, ୨୦୧୭ ପୃଷ୍ଠା ୯. Retrieved 25 January 2017.
  6. http://nationallibrary.gov.in/showdetails.php?id=126229
  7. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୨୯- ନଭେମ୍ବର ୧୧ ପୃଷ୍ଠା ୪-୫. Retrieved 8 November 2016.