Jump to content

ନାଲଡେମେଡାଇନ

ଉଇକିପିଡ଼ିଆ‌ରୁ
ନାଲଡେମେଡାଇନ
Clinical data
Trade namesSymproic, Rizmoic
SynonymsS-297,995
AHFS/Drugs.commonograph
MedlinePlusa617031
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
Pharmacokinetic data
Protein binding93–94%
Metabolismprimarily CYP3A4
Elimination half-life11 hrs
ExcretionUrine, feces
Identifiers
  • 17-(cyclopropylmethyl)-6,7-didehydro-4,5α-epoxy-3,6,14-trihydroxy-N-[2-(3-phenyl-1,2,4-oxadiazol-5-yl)propan-2-yl]morphinan-7-carboxamide
Chemical and physical data
FormulaC32H34N4O6
Molar mass୫୭୦.୬୫ g·mol−1
3D model (JSmol)
  • CC(C)(c1nc(no1)c2ccccc2)NC(=O)C3=C([C@H]4[C@@]56CCN([C@@H]([C@@]5(C3)O)Cc7c6c(c(cc7)O)O4)CC8CC8)O
  • InChI=1S/C32H34N4O6/c1-30(2,29-33-27(35-42-29)18-6-4-3-5-7-18)34-28(39)20-15-32(40)22-14-19-10-11-21(37)25-23(19)31(32,26(41-25)24(20)38)12-13-36(22)16-17-8-9-17/h3-7,10-11,17,22,26,37-38,40H,8-9,12-16H2,1-2H3,(H,34,39)/t22-,26+,31+,32-/m1/s1
  • Key:AXQACEQYCPKDMV-RZAWKFBISA-N

ନାଲଡେମେଡାଇନ (ଇଂରାଜୀ ଭାଷାରେ Naldemedine) ସିମ୍ପ୍ରୋଏକ୍ ଏବଂ ରିଜମୋୟିକ୍ ଦ୍ୱୟ ବେପାର ନାମ, ହେଉଛି ଏକ ଔଷଧ ଯାହାକି କ୍ରନିକ୍ ଅଣ-କର୍କଟ ରୋଗରେ ହେଉଥିବା ଯନ୍ତ୍ରଣାରେ ଓପିଓଏଡ ପ୍ରଭାବିତ କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ରେଚକ ଔଷଧ ପ୍ରଭାବଶାଳୀ ନଥାଏ ସେତେବେଳେ ଏହା ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ କଷ୍ଟ, ଅଇ ଓ ତରଳ ଝାଡ଼ା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟାରେ ପାକଅନ୍ତନଳୀ ଛିଦ୍ର, ଆଲର୍ଜି ଓ ଓପିଓଏଡ ପ୍ରତ୍ୟାହାର ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଟେ ।[୩] ଏହା ପ୍ରାନ୍ତୀୟ କ୍ରିୟାକାରୀ μ-ଓପିଓଏଡ ରିସେପ୍ଟର ଯାହା ଅନ୍ତନଳୀରେ ରିସେପ୍ଟର ସ‌ହିତ ଓପିଓଏଡ ଅନୁବନ୍ଧିତ ହେବାକୁ ପ୍ରତିରୋଧ କରେ ।[୨] ଏହା ସାଧାରଣତଃ ଯନ୍ତ୍ରଣା ପରିଚାଳନାକୁ ପ୍ରଭାବିତ କରେନି ।[୪]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ନାଲଡେମେଡାଇନ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୩୩୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୨ ପାଉଣ୍ଡ ହୋଇଥାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Naldemedine Monograph for Professionals". Drugs.com (in ଇଂରାଜୀ). Archived from the original on 8 June 2021. Retrieved 11 November 2021.
  2. ୨.୦ ୨.୧ ୨.୨ "Rizmoic". Archived from the original on 29 December 2019. Retrieved 11 November 2021.
  3. "Naldemedine (Symproic) Use During Pregnancy". Drugs.com (in ଇଂରାଜୀ). Archived from the original on 27 October 2020. Retrieved 11 November 2021.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 70. ISBN 978-0857114105.
  5. "Symproic Prices, Coupons & Savings Tips - GoodRx". GoodRx. Archived from the original on 15 November 2021. Retrieved 11 November 2021.