ଧିରଜଲାଲ ଦେଶାଇ
ଧିରଜଲାଲ ଭୁଲାଭାଇ ଦେଶାଇ (୨୨ ଜୁନ୍ ୧୯୦୮ - ୨୧ ମାର୍ଚ୍ଚ ୧୯୫୧) ଜଣେ ଭାରତୀୟ କୂଟନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ଧିରୁଭାଇ ନାମରେ ସେ ବେଶ୍ ଜଣାଶୁଣା ଥିଲେ । ସେ ସୁଇଜରଲ୍ୟାଣ୍ଡରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ତଥା ସର୍ବଭାରତୀୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୪୧ ମସିହାରେ ବମ୍ବେ ପ୍ରାଦେଶିକ କଂଗ୍ରେସ କମିଟି (ବିପିସିସି)ର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧] ସେ ବ୍ରିଟିଶ ଭାରତର ବମ୍ବେରେ ଜନ୍ମଗ୍ରହଣ କରିଥିଲେ ଏବଂ ବିଶିଷ୍ଟ ଓକିଲ ତଥା ନେତା ଭୁଲାଭାଇ ଦେଶାଇଙ୍କ ପୁଅ ଥିଲେ ।[୨]
ଜୀବନି
[ସମ୍ପାଦନା]ସେ ବମ୍ବେର ଏଲଫିନ୍ଷ୍ଟୋନ୍ କଲେଜ, ଭରଦାର ନୂତନ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ଭାରତର ସୁପ୍ରିମକୋର୍ଟରେ ବାରିଷ୍ଟର ଏବଂ ବମ୍ବେ ପ୍ରେସିଡେନ୍ସିରେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ଥିଲେ । ଏତଦ୍ ବ୍ୟତୀତ ସେ ଆମେରିକୀୟ ସିଆନାମିଡର କାଲକୋ କେମିକାଲ୍ କମ୍ପାନୀର ଭାରତୀୟ ଶାଖା ଆମେର ଟ୍ରେଡିଂ କର୍ପୋରେସନର ନିର୍ଦ୍ଦେଶକ ଥିଲେ ।
ଦେଶାଇ ୧୭ ଡିସେମ୍ବର ୧୯୪୮ରୁ ୨୧ ମାର୍ଚ୍ଚ ୧୯୫୧ ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ ।[୩] ସେ ୧୯୪୧ ମସିହାରେ ବମ୍ବେ ପ୍ରାଦେଶିକ କଂଗ୍ରେସ କମିଟି (ବିପିସିସି)ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ବିଶେଷ କରି ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ତାଙ୍କ ଓଜସ୍ୱିନୀ ଭାଷଣ ପାଇଁ ଜଣାଶୁଣା ଥିଲେ । ସେ ସ୍ୱାଧୀନତା ଏବଂ ଆତ୍ମନିର୍ଭରଶୀଳତାର ଜଣେ ଦୃଢ ପ୍ରବକ୍ତା ଥିଲେ । କଂଗ୍ରେସ ଦଳ ପ୍ରତି ବ୍ରିଟିଶ ସାମ୍ରାଜ୍ୟର ନକାରାତ୍ମକ ମନୋଭାବ ଏବଂ ସ୍ୱାଧୀନ ବକ୍ତବ୍ୟର ଅଧିକାରକୁ ଅସ୍ୱୀକାର କରିଥିବାରୁ ସେ ଏହାର ଘୋର ବିରୋଧ କରିଥଲେ ।
ଦେଶାଇ ବମ୍ବେର ବିଭିନ୍ନ ସ୍ଥାନରେ ବକ୍ତୃତା ପ୍ରଦାନ କରିଥିଲେ ଏବଂ ପ୍ରାୟତଃ ଶ୍ରମିକ ଶ୍ରେଣୀର ଦର୍ଶକଙ୍କ ସହ ବାର୍ତାଳାପ କରୁଥିଲେ । ସେମାନଙ୍କୁ ଅଳ୍ପ ରୋଜଗାରର ମାଧ୍ୟମ ଭାବରେ ଦିନକୁ ଅତି କମରେ ଅଧ ଘଣ୍ଟା ପାଇଁ ଚରଖା ଚଳାଇବାକୁ ଉତ୍ସାହିତ କରୁଥିଲେ ।
୨୧ ମାର୍ଚ୍ଚ ୧୯୫୧ରେ ବର୍ନରେ ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଧୀରଜଲାଲ ଦେଶାଇଙ୍କର ମୃତ୍ୟୁ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Dhirajlal Desai: Unsung Heroes of India's freedom struggle". Ministry of Culture. Retrieved 17 January 2023.
- ↑ Mahotsav, Amrit. "Dhirajlal Desai". Azadi Ka Amrit Mahotsav, Ministry of Culture, Government of India. Retrieved 15 August 2023.
- ↑ "Embassy of India, Berne, Switzerland : Ambassadors of India". www.indembassybern.gov.in. Retrieved 15 August 2023.