ଧନୁର୍ଜୟ ଲାଗୁରୀ
ଦେଖଣା
ଧନୁର୍ଜୟ ଲାଗୁରୀ | |
|---|---|
| ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୫ – ୧୯୯୦ | |
| ପୂର୍ବ ଅଧିକାରୀ | ସହରାଇ ଓରାମ |
| ପର ଅଧିକାରୀ | ସହରାଇ ଓରାମ |
| ନିର୍ବାଚନ ମଣ୍ଡଳୀ | ଚମ୍ପୁଆ |
| ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୫ – ୨୦୦୦ | |
| ପୂର୍ବ ଅଧିକାରୀ | ସହରାଇ ଓରାମ |
| ପର ଅଧିକାରୀ | ସହରାଇ ଓରାମ |
| ନିର୍ବାଚନ ମଣ୍ଡଳୀ | ଚମ୍ପୁଆ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୦ ଜୁଲାଇ ୧୯୪୭ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ସାବିତ୍ରୀ ଲାଗୁରୀ |
| ସନ୍ତାନ | ୧ ପୁଅ, ୧ ଝିଅ |
| ବାପା/ବୋଉ | ରନ୍ଦା ଲାଗୁରୀ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଧନୁର୍ଜୟ ଲାଗୁରୀ (ଜନ୍ମ: ୧୦ ଜୁଲାଇ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ଧନୁର୍ଜୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୫ ଓ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଧନୁର୍ଜୟ ଲାଗୁରୀ ୧୯୪୭ ମସିହାର ଜୁଲାଇ ମାସ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ରନ୍ଦା ଲାଗୁରୀ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ । ତାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ଲାଗୁରୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଧନୁର୍ଜୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]