Jump to content

ଦୋଳଗୋବିନ୍ଦ ପ୍ରଧାନ

ଉଇକିପିଡ଼ିଆ‌ରୁ
ଦୋଳଗୋବିନ୍ଦ ପ୍ରଧାନ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀସଂଗ୍ରାମ କେଶରୀ ମହାପାତ୍ର
ପର ଅଧିକାରୀରାଜେନ୍ଦ୍ର ସିଂହ
ନିର୍ବାଚନ ମଣ୍ଡଳୀକଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-06-28)୨୮ ଜୁନ ୧୯୨୯
ଗତିରାଉତ ପାଟଣା, କଟକ
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୧୮(2018-09-16) (ବୟସ ୮୯)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ-ଇ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ
ରାଜେନତା
ସାରସ୍ୱତ ସାଧକ

ଦୋଳଗୋବିନ୍ଦ ପ୍ରଧାନ (୨୮ ଜୁନ ୧୯୨୯ - ୧୬ ସେପ୍ଟେମ୍ବର ୨୦୧୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ,[୧][୨][୩] ରାଜନେତା ଓ ସାରସ୍ୱତ ସାଧକ ଥିଲେ ।[୪][୫] ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ ଦୋଳଗୋବିନ୍ଦ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ ।[୪]

ଜନ୍ମ ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

[ସମ୍ପାଦନା]

ଦୋଳଗୋବିନ୍ଦ ପ୍ରଧାନ କଟକ ଜିଲ୍ଲାର ଗତିରାଉତ ପାଟଣାଠାରେ ୨୮ ଜୁନ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ୧୪ ବର୍ଷ ବୟସରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ସେ ଯୋଗଦେଇଥିଲେ । ଫଳରେ ସେ କାରାବରଣ କରି ୧୯୪୨ରୁ ୧୯୪୫ ଯାଏଁ କାରାବାସ ଭୋଗିଥିଲେ ।[୪]

ଓଡ଼ିଶା ରାଜନୀତିରେ ଯୋଗଦାନ

[ସମ୍ପାଦନା]

ଦେଶ ସ୍ୱାଧୀନ ପରେ, ଦୋଳଗୋବିନ୍ଦ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ । ସେ ପ୍ରଥମେ ତାଙ୍କ ଗାଁର ୱାର୍ଡ଼ମେମ୍ବର ନିର୍ବାଚନରୁ ରାଜନୀତିରେ ପ୍ରବେଶ କରିଥିଲେ । ଏହାପରେ ସେ ଓ୍ବାର୍ଡ ମେମ୍ବରରୁ ନାଏବ ସରପଞ୍ଚ, ସରପଞ୍ଚ, ବ୍ଲକ୍‌ ଉପାଧ୍ୟକ୍ଷ, ବ୍ଲକ୍‌ ଅଧ୍ୟକ୍ଷ, ବିଧାୟକ ଓ ବିଧାୟକରୁ ମନ୍ତ୍ରୀ ହୋଇଥିଲେ ।[୪] ୧୯୮୦ରୁ ୧୯୯୦ ମସିହା ମଧ୍ୟରେ ସେ ଦୁଇ ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହେବା ସହିତ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।[୬] ସେ ୧୯୮୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରୀମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୭]

ସାହିତ୍ୟରେ ଅବଦାନ

[ସମ୍ପାଦନା]

ଦୋଳଗୋବିନ୍ଦ ବାଲ୍ୟକାଳରୁ ଜାତୀୟ କବି ବୀରକିଶୋର ଦାସଙ୍କର ମିତ୍ର ଥିଲେ । ସେ ନିଜେ ଶ୍ରୀମଦଭଗବତ ଗୀତାର ପଦ୍ୟାନୁବାଦ କରିଥିଲେ । ତାଙ୍କ ଉଦ୍ୟମରେ ଜାତୀୟକବି ବୀରକିଶୋର ଗ୍ରନ୍ଥାବଳୀ ପ୍ରକାଶନର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ରଚିତ ପୁସ୍ତକ ଗାନ୍ଧୀକଥାକୁ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଆଧାରିତ ଏକ କାଳଜୟୀ ପୁସ୍ତକ ଭାବେ ବିବେଚନା କରାଯାଏ ।[୪]

ମୃତ୍ୟୁ

[ସମ୍ପାଦନା]

୧୬ ସେପ୍ଟେମ୍ବର ୨୦୧୮ ମସିହାରେ ଦୋଳଗୋବିନ୍ଦ କଟକଠାରେ ମୃତ୍ୟୁବରଣ କରିଥିଲେ ।[୮][୭] ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ତାଙ୍କ ଜନ୍ମସ୍ଥାନ ଗତିପାଟଣାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।[୪]

  1. ↑ "'ଟେଲ୍‌ସ ଫ୍ରମ୍‌ ସେକ୍ସପିୟର'ର ଅନୁବାଦ କରିଥିଲେ ଅନ୍ନପୂର୍ଣ୍ଣା". Sambad. 19 June 2018. Retrieved 17 September 2018.
  2. ↑ "ଓଡ଼ିଆ ଭାଷାର ପ୍ରଗତି ଦଶନ୍ଧି କାର୍ଯ୍ୟକ୍ରମ ଉଦ୍‌ଘାଟିତ". Sambad. 11 April 2018. Retrieved 17 September 2018.
  3. ↑ "ସ୍ୱାଧୀନତା ସଂଗ୍ରାମୀ ଗୌରବାବୁ ଆଉ ନାହାନ୍ତି". Sambad (in Odia). ଓଡ଼ିଶା. 12 September 2018. Archived from the original on 25 January 2025. Retrieved 17 September 2018.{{cite news}}: CS1 maint: unrecognized language (link)
  4. 1 2 3 4 5 6 "ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 22 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  5. ↑ "୧୬ରେ ଭାଷା ସୁରକ୍ଷା ସମ୍ମିଳନୀରେ ଆଇନ ଅମାନ୍ୟ ଆନ୍ଦୋଳନ ଡାକରା". Sambad. 15 October 2017. Retrieved 17 September 2018.
  6. ↑ "ଆନ୍ଦୋଳନକୁ ଓହ୍ଲାଇଲେ ମହିଳା". Sambad. 15 March 2018. Retrieved 17 September 2018.
  7. 1 2 "ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ - Dharitri.Com". Dharitri.com (in ଇଂରାଜୀ). 17 September 2018. Retrieved 17 September 2018.
  8. ↑ "ଆର ପାରିରେ ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନ". OdishaLIVE. 17 September 2018. Retrieved 17 September 2018.