ଦେଶରାଜ ପଟେରିୟା

ଉଇକିପିଡ଼ିଆ‌ରୁ
ଦେଶରାଜ ପଟେରିୟା
ଜନ୍ମ(1953-07-25)୨୫ ଜୁଲାଇ ୧୯୫୩
ତିନ୍ଦାନୀ, ଛତ୍ରପୁର, ମଧ୍ୟପ୍ରଦେଶ
ମୃତ୍ୟୁ୫ ସେପ୍ଟେମ୍ବର ୨୦୨୦(2020-09-05) (ବୟସ ୬୭)
ବୃତ୍ତିଲୋକଗୀତ ଗାୟକ
ପ୍ରସିଦ୍ଧିରାଧେଶ୍ୟାମ ରାମାୟଣ, ରାମ ବିବାହ, ପୁଷ୍ପ ବାଟିକା

ଦେଶରାଜ ପଟେରିୟା ଜଣେ ଭାରତୀୟ ଲୋକଗୀତ ଗାୟକ ଥିଲେ । ବୁନ୍ଦେଲଖଣ୍ଡର ଏହି ଗାୟକ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ବୁନ୍ଦେଲି ଲୋକ ଗୀତର ପ୍ରଚାର ପ୍ରସାର କରାଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପାଟାରିୟା ୧୯୫୩ ମସିହାର ଜୁଲାଇ ୨୫ ତାରିଖରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ତିନ୍ଦାନୀଠାରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସେ ସଙ୍ଗୀତରେ ଡିପ୍ଲୋମା କରିଥିଲେ । ସେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ, ଯେଉଁଠି ସେ ସନ୍ଧ୍ୟା ସମୟରେ ସଙ୍ଗୀତ ପରିବେଷଣ କରୁଥିଲେ ।

ପେଷା[ସମ୍ପାଦନା]

୧୯୭୨ ମସିହାରେ ସେ ଜଣେ ମଞ୍ଚ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଛତ୍ରପୁର ଆକାଶବାଣୀ କେନ୍ଦ୍ର ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୦ ଦଶକରେ ଅନେକ ଲୋକଗୀତ ଗୀତ ଗାଇଥିଲେ, ଯାହାକି କ୍ୟାସେଟ୍ ଜରିଆରେ ଉପଲବ୍ଧ ହୋଇଥିଲା । ସେ ପାଞ୍ଚ ଦଶନ୍ଧି ମଧ୍ୟରେ ୧୦ ହଜାରରୁ ଅଧିକ ଲୋକଗୀତର ସଂଯୋଜନା କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଦେଶରାଜ ପଟେରିୟା ୨୦୨୦ ମସିହାର ସେପ୍ଟେମ୍ବର ୫ ତାରିଖରେ ୬୭ ବର୍ଷ ବୟସରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୨][୩][୪][୫]

ଆଧାର[ସମ୍ପାଦନା]

  1. The Asian Age (6 September 2020). "Famous Bundeli Folk Singer Dies" – via PressReader.
  2. India Today (5 September 2020). "Bundelkhand folk singer Deshraj Pateriya dies at 67". www.indiatoday.in (in English).{{cite web}}: CS1 maint: unrecognized language (link)
  3. "Shri Deshraj Pateriya enriched regional folk music CM Shri Chouhan expresses grief over demise of Shri Pateria". mpinfo.org. 5 September 2020.
  4. School Hos (5 September 2020). "Bundelkhand Folk Singer Deshraj Pateriya Died". schoolhos.com. Archived from the original on 13 May 2021. Retrieved 18 March 2023.
  5. msn News (5 September 2020). "Bundelkhand folksinger Deshraj Pateriya dies at 67". msn.com/.

ବାହାର ଲିଙ୍କ୍[ସମ୍ପାଦନା]