ଦେବେନ୍ଦ୍ର କହଁର

ଉଇକିପିଡ଼ିଆ‌ରୁ
ଦେବେନ୍ଦ୍ର କହଁର
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀପଦ୍ମନାଭ ବେହେରା
ପର ଅଧିକାରୀଡୁଗୁନି କହଁର
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-07-08) ୮ ଜୁଲାଇ ୧୯୭୩ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀରଶ୍ମୀ ପ୍ରଭା କହଁର
ବାପା/ବୋଉକାନ୍ତେଶ୍ୱର କହଁର (ବାପା)
ବୃତ୍ତିରାଜନୀତିଜ୍ଞ

ଦେବେନ୍ଦ୍ର କହଁର (ଜନ୍ମ: ୮ ଜୁଲାଇ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦେବେନ୍ଦ୍ର କହଁର ୧୯୭୩ ମସିହାର ଜୁଲାଇ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାନ୍ତେଶ୍ୱର କହଁର ଓ ପତ୍ନୀଙ୍କ ନାମ ରଶ୍ମୀ ପ୍ରଭା କହଁର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦେବେନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ବିବାଦ[ସମ୍ପାଦନା]

୨୦୧୮ ମସିହାରେ ଯୌତୁକ ପାଇଁ ନିଜ ପତ୍ନୀଙ୍କୁ ହଇରାଣ କରିବା ଏବଂ ଜଣେ ମହିଳାଙ୍କୁ ମାଡ଼ପିଟ କରିଥିବା ଅଭିଯୋଗରେ ପୋଲିସ୍ ଦେବେନ୍ଦ୍ରକୁ ଗିରଫ କରିଥିଲା ।[୨] ୨୦୨୧ ମସିହାର ଫେବୃଆରୀ ୯ ତାରିଖ କିଛି ପର୍ଯ୍ୟଟକଙ୍କୁ ମାଡ଼ମାରି ଟଙ୍କା ଡକାୟତି କରିବା ଘଟଣାରେ ତାଙ୍କୁ ପୋଲିସ୍‌ଦ୍ୱାରା ଗିରଫ କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Debendra Kanhar". odishaassembly.nic.in. Odisha Assembly. Retrieved 16 April 2021.
  2. "Former Odisha MLA accused of torturing wife for dowry | Sambad English". Sambad English (in English). Phulbani: sambadenglish.com. 17 October 2018. Archived from the original on 1 December 2020. Retrieved 17 April 2021.{{cite news}}: CS1 maint: unrecognized language (link)
  3. "ଡକାୟତି ମାମଲାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଗିରଫ | Sambad". ସମ୍ବାଦ (in ଓଡ଼ିଆ). ଫୁଲବାଣୀ‌: sambad.in. 23 February 2021. Archived from the original on 17 April 2021. Retrieved 17 April 2021.{{cite news}}: CS1 maint: unrecognized language (link)