ଦେବୀ ପ୍ରସାଦ ମିଶ୍ର
ଦେବୀ ପ୍ରସାଦ ମିଶ୍ର | |
---|---|
![]() | |
ବିଧାୟକ: ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ଏବେଯାଏଁ | |
ପୂର୍ବ ଅଧିକାରୀ | ତ୍ରିଲୋଚନ ମାନସିଂହ ହରିଚନ୍ଦନ |
ନିର୍ବାଚନ ମଣ୍ଡଳୀ | ବଡ଼ମ୍ବା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୬ ଜାନୁଆରୀ ୧୯୫୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ଅନସୂୟା ମିଶ୍ର |
ବାପା/ବୋଉ | ରଘୁନାଥ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦେବୀ ପ୍ରସାଦ ମିଶ୍ର (ଜନ୍ମ: ୨୬ ଜାନୁଆରୀ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଦେବୀ ପ୍ରସାଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ଦେବୀ ପ୍ରସାଦ ମିଶ୍ର ୧୯୫୯ ମସିହାର ଜାନୁଆରୀ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ମିଶ୍ର ଏବଂ ପତ୍ନୀଙ୍କ ନାମ ଅନସୂୟା ମିଶ୍ର ।[୧] ଦେବୀ ପ୍ରସାଦଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ଦେବୀ ପ୍ରସାଦ ମିଶ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ସେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ବଡ଼ମ୍ବା | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ବଡ଼ମ୍ବା | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ବଡ଼ମ୍ବା | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ବଡ଼ମ୍ବା | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ବଡ଼ମ୍ବା | ବିଜୁ ଜନତା ଦଳ |
୨୦୧୯ | -- | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ବଡ଼ମ୍ବା | ବିଜୁ ଜନତା ଦଳ |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ "Shri Debiprasad Mishra". odishaassembly.nic.in. Odisha Assembly. Retrieved 5 March 2020.
