ଦେବାଶିଷ ମହାପାତ୍ର

ଉଇକିପିଡ଼ିଆ‌ରୁ
ଦେବାଶିଷ ମହାପାତ୍ର
ଜନ୍ମ
ଦେବାଶିଷ ମହାପାତ୍ର

(1954-09-15) ୧୫ ସେପ୍ଟେମ୍ବର ୧୯୫୪ (ବୟସ ୬୯)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ପିତାମାତା(s)ରମେଶ ଚନ୍ଦ୍ର ମହାପାତ୍ର, ସୌଦାମିନୀ ଦେବୀ

ଦେବାଶିଷ ମହାପାତ୍ର (ଜନ୍ମ: ୧୫ ସେପ୍ଟେମ୍ବର ୧୯୫୪) ଜଣେ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ।[୧][୨] ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ସେ ଜଣେ ବ୍ୟାଙ୍କ ଅଧିକାରୀ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିସାରିଛନ୍ତି ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ ଓ ପରିବାର[ସମ୍ପାଦନା]

ଦେବାଶିଷ ୧୯୫୪ ମସିହାରେ ବାରିପଦାର ଦେଉଳସାହିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପିତା ରମେଶ ଚନ୍ଦ୍ର ମହାପାତ୍ର ଓ ମାତା ସୌଦାମିନୀ ଦେବୀଙ୍କର ଅଷ୍ଟମ ସନ୍ତାନ । ଦେବାଶିଷଙ୍କର ପିଲାଦିନ କଟକର ଝାଞ୍ଜିରିମଙ୍ଗଳାରେ ବିତିଥିଲା । ତାଙ୍କ ପିତା ରମେଶ ଚନ୍ଦ୍ର ଜଣେ ଛଉ ନାଚ କଳାକାର ଥିଲେ । ମା ସୌଦାମିନୀ ଦେବୀ ମଧ୍ୟ ଗୀତ ଗାଉଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ତାଙ୍କର ବଡ଼ ଭାଇ ଥିଲେ । ତାଙ୍କ ପରିବାରରେ ସଙ୍ଗୀତର ମାହୋଲ ଥିଲା । କଟକରେ ବଡ଼ଭାଇ ଶାନ୍ତନୁ ସଙ୍ଗୀତର ସୂର କରିବାବେଳେ ଦେବାଶିଷ ତାଙ୍କ ପାଖରେ ବସି ଶୁଣୁଥିଲେ । ଏଥିରୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ବଢ଼ୁଥିଲା ।

ସଙ୍ଗୀତ ସାଧନା[ସମ୍ପାଦନା]

୧୯୬୪ ମସିହାରେ କଟକର ରାଣୀହାଟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ସ୍କୁଲରେ ଅନୁଷ୍ଠିତ ହେଉଥିବା ସଙ୍ଗୀତ ପ୍ରତିଯୋଗୀତା ପାଇଁ ବଡ଼ଭାଇଙ୍କୁ ଏକ ଗୀତ ଶିଖେଇଦେବାକୁ ଅନୁରୋଧ କରିଥିଲେ । ବଡ଼ଭାଇ ତାଙ୍କୁ ବନ୍ଧୁ ପ୍ରଣବ ପଟ୍ଟନାୟକଙ୍କୁ ଗୀତ ଶିଖିବାକୁ କହିଥିଲେ । ପ୍ରଣବ ତାଙ୍କୁ ନିଜ ଗୀତ ଆଗୋ ବନହଂସୀ ଶିଖେଇ ଦେଇଥିଲେ । ସେ ଗୀତ ପରିବେଷଣ କରି ଦେବାଶିଷ ସ୍କୁଲ ପ୍ରତିଯୋଗୀତାରେ ପ୍ରଥମ ପୁରସ୍କାର ଲାଭ କରିଥିଲେ । ଏହାପରେ ସ୍କୁଲରେ ସେ ଜଣେ କଣ୍ଠଶିଳ୍ପୀ ଭାବରେ ପରିଚିତ ହେଲେ ଓ ସମସ୍ତେ ତାଙ୍କୁ ଶାନ୍ତନୁ ମହାପାତ୍ରଙ୍କ ଭାଇ ଭାବରେ ଚିହ୍ନିଲେ । ପରେ ସେ ଓଡ଼ିଶାର ସବୁ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଲେ ଓ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

କଣ୍ଠଦାନ କରିଥିବା କଥାଚିତ୍ର[ସମ୍ପାଦନା]

  • ମନ ମନ୍ଦିର
  • ଚିଲିକାତୀରେ
  • ମାନସୀ
  • ପ୍ରିୟତମା
  • ବଳିଦାନ
  • ଅଗ୍ନିପରୀକ୍ଷା
  • ଡୋରା'
  • ପକା କମ୍ବଳ ପୋତ ଛତା
  • ଜଗାବଳିଆ
  • ଟିକେ ହସ ଟିକେ ଲୁହ
  • କି ହେବ ଶୁଆ ପୋଷିଲେ
  • ଯାହାକୁ ରଖିବେ ଅନନ୍ତ
  • ଲାଲ୍ ପାନ ବିବି
  • ଉଦଣ୍ଡୀ ସୀତା
  • ଲକ୍ଷେ ଶିବ ପୂଜି ପାଇଛି ପୁଅ
  • ଦୁନିଆ ଦୁନିଆ ଦି ଦିନିଆ
  • ସୁଭଦ୍ରା
  • ସାଖି ରହିବ ମୋ ଶାଂଖା ସିନ୍ଦୁର
  • ଅର୍ଜୁନ
  • ଗୋଲାମଗିରି
  • ଜୀବନ ସଂଗ୍ରାମ
  • ବଗୁଲା ବଗୁଲୀ
  • ହୀରାନୀଳା
  • ପଞ୍ଜୁରୀ ଭିତରେ ଶାରୀ
  • ତୋ ବିନୁ ଅନ୍ୟ ଗତି ନାହିଁ
  • ମୁକ୍ତିତୀର୍ଥ
  • ପଥର ଖସୁଛି ବଡ଼ ଦେଉଳୁ
  • କୋଟିଏ ମଣିଷ ଗୋଟିଏ ଜଗା
  • ହରି ଭାଇ ହାରେନା
  • ଶୋଧ ହିନ୍ଦୀ ଚଳଚ୍ଚିତ୍ର

ଲୋକପ୍ରିୟ ଗୀତ[ସମ୍ପାଦନା]

  • ଏଇ ପ୍ରୀତି ଫୁଲ ଝରା ପଥେ
  • ଜହ୍ନ ଉଠିଥିବ ତାରା ଫୁଟିଥିବ
  • ପାନ ଗୁଆ ଖଇର ଗୁଆକାତି
  • ଶୁଆ ପୋଷିଥିଲା କେତେ ସେନେହ ଦେଇ[୩]

ଆଧାର[ସମ୍ପାଦନା]

  1. AKASHVANI (XXXVIII, No.12 ed.). All India Radio (AIR), New Delhi. 18 MARCH 1973. Retrieved 11 April 2022. {{cite book}}: Check date values in: |date= (help)
  2. Orissa Society of Americas 27th Annual Convention Souvenir. Odisha Society of the Americas. 1996. Retrieved 11 April 2022.
  3. "ଗୀତ ଗବାକ୍ଷ". No. ସମ୍ବାଦ ରବିବାର ୧୦/୦୧/୨୦୨୨ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 11 April 2022. Retrieved 11 April 2022.

ଅଧିକ ତଥ୍ୟ[ସମ୍ପାଦନା]