ଦୁଃଶାସନ

ଉଇକିପିଡ଼ିଆ ରୁ
Jump to navigation Jump to search

ପ୍ରାଚୀନ ହିନ୍ଦୁ ମହାକାବ୍ୟ ମହାଭାରତ ଅନୁଯାୟୀ ଦୁଃଶାସନ କୁରୁ ରାଜବଂଶର ରାଜା ଧୃତରାଷ୍ଟ୍ରଙ୍କ ଦ୍ୱିତୀୟ ପୁତ୍ର ଥିଲେ । ପଶାଖେଳରେ ହାରିବା ପରେ ଦୁର୍ଯ୍ୟୋଧନଙ୍କ ନିର୍ଦ୍ଦେଶରେ ଦୁଃଶାସନ ହିଁ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିବାକୁ ଅପଚେଷ୍ଟା କରିଥିଲେ ।[୧] କୌରବ ଶହେ ଭାଇଙ୍କ ମଧ୍ୟରେ ଦୁଃଶାସନ ଥିଲେ ଦୁର୍ଯ୍ୟୋଧନଙ୍କ କନିଷ୍ଠ ଭାଇ ।

ଜନ୍ମ[ସମ୍ପାଦନା]

ଯେତେବେଳେ ଧୃତରାଷ୍ଟ୍ରର ରାଣୀ ଗାନ୍ଧାରୀଙ୍କ ଗର୍ଭଧାରଣ ଏକ ଅସାଧାରଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଡି ଚାଲିଲା, ସେତେବେଳେ ସେ ଅତିଷ୍ଠ ହୋଇପଡିଲେ । ଏଥି ସହ ରାଣୀ କୁନ୍ତୀ ସେତେବେଳକୁ ତିନୋଟି ସନ୍ତାନ ଜନ୍ମ କରିସାରିଥିବାରୁ, ତାଙ୍କ ପ୍ରତି ଈର୍ଷା ବଶତଃ ନିଜ ଗର୍ଭକୁ ପିଟିବାକୁ ଲାଗିଲେ । ତାଙ୍କର ଏଭଳି କାର୍ଯ୍ୟକଳାପ ହେତୁ, ତାଙ୍କ ଗର୍ଭରୁ ଏକ ବିରାଟ ଧୂସର ରଙ୍ଗର ମାଂସ ପିଣ୍ଡୁଳା ଜନ୍ମ ନେଲା । ଏଥିରେ ଗାନ୍ଧାରୀ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ତାଙ୍କୁ ଶତାଧିକ ପୁତ୍ରର ଆଶୀର୍ବାଦ ଦେଇଥିବା ମହାନ ଋଷି ବେଦବ୍ୟାସଙ୍କୁ ସ୍ମରଣ କରିଥିଲେ ।[୨] ତେବେ ବେଦବ୍ୟାସଙ୍କ ଆଶୀର୍ବାଦରେ ସେ ଶତପୁତ୍ରର ଜନନୀ ହୋଇପାରିଥିଲେ ।

ଦୁଃଶାସନ ତାଙ୍କ ବଡ଼ ଭାଇ ଦୁର୍ଯ୍ୟୋଧନଙ୍କ ଆଜ୍ଞାଧୀନ ଥିଲେ । ଦୁର୍ଯ୍ୟୋଧନ ଏବଂ ଶକୁନିଙ୍କ ସହିତ ପାଣ୍ଡବଙ୍କୁ ହତ୍ୟା କରିବା ପାଇଁ ସେ ବିଭିନ୍ନ ଯୋଜନା ଏବଂ ଷଡ଼ଯନ୍ତ୍ରରେ ମଧ୍ୟ ଲିପ୍ତ ଥିଲେ ।

ଦ୍ରୌପଦୀଙ୍କ ବସ୍ତ୍ର ହରଣ[ସମ୍ପାଦନା]

ଯୁଧିଷ୍ଠିର ପଶାଖେଳରେ ତାଙ୍କ ରାଜ୍ୟ, ତାଙ୍କ ଭାଇ ଏବଂ ତାଙ୍କ ପତ୍ନୀ ଦ୍ରୌପଦୀଙ୍କୁ ହରାଇବା ପରେ, ଦୁଃଶାସନ ତାଙ୍କ ଭାଇ ଦୁର୍ଯ୍ୟୋଧନଙ୍କ ଆଦେଶ କ୍ରମେ ଦ୍ରୌପଦୀଙ୍କୁ ରାଜସଭାକୁ ଟାଣି ନେଇଥିଲେ ଏବଂ ତାଙ୍କ ବସ୍ତ୍ର ହରଣ ପୂର୍ବକ ତାଙ୍କୁ ଅସମ୍ମାନ କରିବାକୁ ଚେଷ୍ଟା କରିଥିଲେ । ଦ୍ରୌପଦୀ କୃଷ୍ଣଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ଫଳରେ କୃଷ୍ଣ ଦ୍ରୌପଦୀଙ୍କ ଲୁଗାକୁ ଏତେ ଲମ୍ବା କରିଦେଲେ ଯେ ଦୁଃଶାସନ ଶତ ଚେଷ୍ଟା କରି ମଧ୍ୟ ଦ୍ରୌପଦୀଙ୍କୁ ଉଲଗ୍ନ କରିପାରିଲା ନାହିଁ । ଏକତ୍ରିତ ହୋଇଥିବା ଲୋକମାନେ ଏଭଳି ଚମତ୍କାରରେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଦୁଃଶାସନଙ୍କୁ ନିନ୍ଦା କରିଥିଲେ ଏବଂ ଦ୍ରୌପଦୀଙ୍କୁ ପ୍ରଶଂସା କରିଥିଲେ । ତେବେ ଦ୍ରୌପଦୀଙ୍କୁ ତାଙ୍କ କେଶ ଟାଣି ରାଜଦରବାରକୁ ଟାଣି ନିଆଯାଇ ଅପମାନିତ କରାଯାଇଥିବାରୁ ଏହି ଅପମାନ ପରେ ଦ୍ରୌପଦୀ ଶପଥ ନେଇଥିଲେ ଯେ ଦୁଃଶାସନ ରକ୍ତରେ କେଶସ୍ନାନ ନ ହେବା ପର୍ଯ୍ୟନ୍ତ ସେ ନିଜ କେଶକୁ ବାନ୍ଧିବେ ନାହିଁ । ନୀରବରେ ଦ୍ରୌପଦୀଙ୍କ ଅପମାନକୁ ଆଉ ଦେଖିପାରୁ ନଥିବା ଭୀମ ଯୁଦ୍ଧରେ ଦୁଃଶାସନଙ୍କ ଛାତି ଚିରି ତାଙ୍କ ରକ୍ତ ପିଇବାକୁ ଶପଥ କରିଥିଲେ । ଭୀମ ଆହୁରି ମଧ୍ୟ କହିଥିଲେ ଯେ ଯଦି ସେ ତାଙ୍କ ଶପଥ ପୂରଣ କରିପାରନ୍ତି ନାହିଁ, ତେବେ ସେ ସ୍ୱର୍ଗରେ ତାଙ୍କର ପୂର୍ବପୁରୁଷଙ୍କୁ ଭେଟିବେ ନାହିଁ ।[୩]

ମୃତ୍ୟୁ[ସମ୍ପାଦନା]

କୁରୁକ୍ଷେତ୍ର ଯୁଦ୍ଧର ଷୋଡଶ ଦିନରେ ଦୁଃଶାସନ ଯୁଦ୍ଧକ୍ଷେତ୍ରରେ ଭୀମଙ୍କୁ ଭେଟିଥିଲେ । ଦୁଃଶାସନଙ୍କ ତୀର ଭୀମଙ୍କ ବାହୁକୁ ବିଦ୍ଧ କରିଥିଲା । ତା’ପରେ ଭୀମ କ୍ରୋଧରେ ଏକ ଶସ୍ତ୍ର ଫୋପାଡି ଦେଲେ ଯାହା ଦୁଃଶାସନର ରଥକୁ ଭାଙ୍ଗି । ଫଳରେ ଦୁଃଶାସନ ନିଜ ରଥରୁ ଖସି ପଡିଲେ । ଭୂମିରେ ପଡି ଦୁଇ ଯୋଦ୍ଧା ମଲ୍ଲଯୁଦ୍ଧ କଲେ । ଭୀମ ଦୁଃଶାସନର ବେକକୁ ନିଜ ଗୋଡରେ ଦଳିଦେଇ କହିଲେ କେଉଁ ହାତରେ ସେ ଦ୍ରୌପଦୀଙ୍କ କେଶ ଟାଣିଥିଲା । ତେବେ ଦୁଃଶାସନ ନିର୍ଲ୍ଲଜ ଭାବରେ ନିଜର ଡାହାଣ ହାତ ଦେଖାଇ କହିଲା ଯେ ଏହି ହାତରେ ହିଁ ସେ ଦ୍ରୌପଦୀଙ୍କ କେଶ ଟାଣିଥିଲା । ଏଥିରେ କ୍ରୋଧିତ ହୋଇ ଭୀମ ଦୁଃଶସାନଙ୍କ ଡାହାଣ ହାତକୁ ଧରି ବଳପୂର୍ବକ ଛିଣ୍ଡାଇ ଦେଇଥିଲେ । ତା’ପରେ ଭୀମ ଖାଲି ହାତରେ ଦୁଃଶାସନଙ୍କ ଛାତି ଚିରି ଗରମ ରକ୍ତ ପାନ କଲେ । ଏହା ପରେ ଭୀମ ଖଣ୍ଡାଦ୍ୱାରା ଦୁଃଶାସନଙ୍କ ମୁଣ୍ଡ କାଟି ଦୁଃଶାସନଙ୍କ ଦେହ ଉପରେ ନାଚିବାକୁ ଲାଗିଲେ । ଦୁଃଶାସନଙ୍କ ମୃତ୍ୟୁ କୌରବଙ୍କୁ, ବିଶେଷ ଭାବରେ ଦୁର୍ଯ୍ୟୋଧନଙ୍କୁ ମର୍ମାହତ କରିଥିଲା । ଦୁଃଶାସନଙ୍କ ମୃତ୍ୟୁ ପରେ ତାଙ୍କର ଅବଶିଷ୍ଟ ୧୦ ଭାଇ ପ୍ରତିଶୋଧ ପରାୟଣ ହୋଇ ଭୀମଙ୍କ ସହ ଲଢିଥିଲେ, କିନ୍ତୁ ଭୀମ ମାତ୍ର ୧୦ଟି ତୀରରେ ସେମାନଙ୍କୁ ପରାସ୍ତ ତଥା ହତ୍ୟା କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "Containing Part VIII. Karna Parva. IX. Saila Parva. X. Sauptika Parva. XI. Stri Parva. XII. Santi Parva ; Edited And Carefully Collated With The Best Manuscripts In The Library Of The Sanscrita College Of Calcutta, By Nimachand Siromani And Jaya Gopála Tirkalanka, Pandits Of The College, And Ráma Govinda, Pandit To The Asiatic Society, And Published By The Asiatic Society Of Bengal". www.books.google.co.in (in ସଂସ୍କୃତ). Printed At The Baptist Mission Press. 1837. Retrieved 5 January 2021.
  2. "The Mahabharata, Book 1: Adi Parva: Sambhava Parva: Section CXV". www.sacred-texts.com. Retrieved 5 January 2021.
  3. "The Clothes of Draupadi". Devdutt. 2 August 2006. Retrieved 5 January 2021.
  4. "जानिए, महाभारत में दुशासन वध की कहानी". Jansatta (in ହିନ୍ଦୀ). 8 May 2017. Retrieved 5 January 2021.