ଦି ଟେଷ୍ଟ ଅଫ ମାଇ ଲାଇଫ

ଉଇକିପିଡ଼ିଆ‌ରୁ
ଦି ଟେଷ୍ଟ ଅଫ ମାଇ ଲାଇଫ: ଫ୍ରମ କ୍ରିକେଟ ଟୁ କ୍ୟାନସର ଆଣ୍ଡ ବ୍ୟାକ  
Thetestofmylife.jpeg
ଲେଖକଯୁବରାଜ ସିଂହ
ଦେଶଭାରତ
ଭାଷାଇଂରାଜୀ
ବିଷୟଆତ୍ମଜୀବନୀ
ବିଭାଗଆତ୍ମଜୀବନୀ
ପ୍ରକାଶକର୍ଯାଣ୍ଡମ ହାଉସ ଇଣ୍ଡିଆ/ଇବରି ପ୍ରେସ
ପ୍ରକାଶ ତାରିଖମାର୍ଚ ୧୯, ୨୦୧୩
ମାଧ୍ୟମ ପ୍ରକାରମୁଦ୍ରିତ (କାଗଜ ବନ୍ଧେଇ )
ପୃଷ୍ଠା୨୧୬
ISBN818400298X

ଦି ଟେଷ୍ଟ ଅଫ ମାଇ ଲାଇଫ: ଫ୍ରମ କ୍ରିକେଟ ଟୁ କ୍ୟାନସର ଆଣ୍ଡ ବ୍ୟାକ ଭରତାୟ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ଆତ୍ମଜୀବନୀ ଓ ଏହା ୨୦୧୩ ମସିହା ମାର୍ଚ୍ଚ ୨୦୧୩ରେ ଉନ୍ମୋଚିତ ହେଇଥିଲା ।

ଏହି ପୁସ୍ତକ ୨୦୧୩ ମସିହା ମାର୍ଚ ମାସ ୧୯ ତାରିଖରେ ଉନ୍ମୋଚିତ ହେଲା ପରେ ଏହାର ପ୍ରଥମ ୨0ଟି କପିକୁ ଅନଲାଇନ ମାଧ୍ୟମରେ ନିଲାମ କରାଯାଇଥିଲା ଓ ଏହାର ମୂଳ ମୂଲ୍ୟ ନିଲାମ ପାଇଁ ୫୦୦୦ ଟଙ୍କା ରଖା ଯାଇଥିଲା ।[୧][୨]

ଏହି ପୁସ୍ତକରେ ଯୁବରାଜ ସିଂହ ତାଙ୍କ କ୍ରିକେଟ ଜୀବନର ଉତ୍ଥାନ-ପତନ ବିଷୟ ବର୍ଣ୍ଣନା ଦେଇଛନ୍ତି । ତାଙ୍କର କଠିନତମ ସମୟଗୁଡିକ ଓ କିପରି ସେଥିରୁ ମୁକ୍ତ ହେଲେ ସେ ବିଷୟରେ ସେ ପାଠକଙ୍କ ଜାଣିବା ପାଇଁ ବିଷଦ ଭାବରେ ଲେଖିଛନ୍ତି । ତାଙ୍କ ଜୀବନକୁ ବିପଦ ସାଜିଥିବା ଭୟଙ୍କର କାନସରରେ ଆକ୍ରାନ୍ତ ହେବା ଓ ଦୃଢ଼ ମନୋବଳ ସହକାରେ ମୁକ୍ତି ଲାଭକରି ପୁଣି ଜାତୀୟ ତଥା ଆନ୍ତର୍ଜାତିକ କ୍ରିକେଟରେ ନିଜ ସ୍ଥାନ ଫେରି ପାଇବା ବିଷୟରେ ସେ ବର୍ଣ୍ଣନା ଦେଇଛନ୍ତି ।

୨୦୦୭ରେ ହେଇଥିବା ଟି୨୦ ବିଶ୍ୱ କପରେ ଅବଶ୍ୱସନୀୟ ଭାବରେ ଇଂଲଣ୍ଡ ବିରୁଦ୍ଧରେ ପ୍ରତିଦ୍ୱନ୍ଦିତାରେ ସ୍ତୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଚ୍ଛକ୍କା ମାରି ଚହଲା ପକେଇଥିବା ଯୁବରାଜଙ୍କ ସଫଳ ଖେଳ ସହାୟତାରେ ଭାରତ ଚମ୍ପିୟାନ ହେଇଥିଲା । ୨୦୧୧ ମସିହା ବିଶ୍ୱ କପ କ୍ରିକେଟରେ ମଧ୍ୟ ଯୁବରାଜ ଚମତ୍କାର ପ୍ରଦର୍ଶନ କରିବା ଫଳରେ ଭାରତ ଚମ୍ପିୟାନ ହେଇଥିଲା ଓ ଯୁବରଜ ସେଥିରେ "ପ୍ଲେୟାର ଅଫ ଥି ଟୁର୍ଣମେଣ୍ଟ" ବା ଶ୍ରେଷ୍ଠ ଖେଳାଳି ଘୋଷିତ ହେଇଥିଲେ । ଜନପ୍ରିୟତାରେ ଯୁବରାଜଙ୍କ ସ୍ଥାନ ସଚିନ ତେନ୍ଦୁଲକରଙ୍କ ପରେ ଅଗ୍ର ଭାଗରେ ଥିଲା ।

ଯୁବରାଜଙ୍କ ପିତା ଯୋଗରାଜ ସିଂହ ମଧ୍ୟ ଜଣେ କ୍ରିକେଟ ଖେଳାଳି ଥିଲେ । କିନ୍ତୁ ସେ ଆନ୍ତର୍ଜାତୀୟ କ୍ଷେତ୍ରରେ ବିଶେଷ ସଫଳତା ପାଇ ନ ଥିଲେ । ତେଣୁ ତାଙ୍କ ପୁତ୍ର ଯୁବରାଜଙ୍କୁ ସେ ପିଲା ଦିନେ ତାଙ୍କ ଇଚ୍ଛା ନ ଥିଲେ ମଧ୍ୟ କ୍ରିକେଟ ଖେଳିବାକୁ ବାଧ୍ୟ କରିଥିଲେ ବୋଲି ଯୁବରାଜ ତାଙ୍କ ପୁସ୍ତକରେ ସ୍ୱୀକାର କରିଛନ୍ତି ।

ଦି ଟେଷ୍ଟ ଅଫ ମାଇ ଲାଇଫ ପୁସ୍ତକ ଦୁଇଭାଗରେ ବିଭକ୍ତ । ପ୍ରଥମ ପ୍ରସ୍ଥରେ ସେ ତାଙ୍କର ବାଲ୍ୟକାଳ , ଏକ ଶ୍ରେଷ୍ଠ କ୍ରିକେଟ ଖେଳାଳୀ ଭାବରେ ଜାତୀୟ ସ୍ତରରେ ଉଭା ହେବା ବିଷୟ ରହିଛି । ଦ୍ୱିତୀୟ ଭାଗରେ ସେ କ୍ୟାନସରରେ ପୀଡ଼ିତ ହେଇ ଜୀବନ ସହ ସଂଗ୍ରାମ କରି ଆମେରିକାରେ ଚିକିସ୍ଥିତ ହେଇ ଭଲ ହେବା ଓ ଆତ୍ମବିଶ୍ୱାସ ବଳରେ ପୁନର୍ବାର କଠିନ ତାଲିମ ନେଇ ପୁଣି ଅନ୍ତର୍ଜାତିକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ପାରିବା ବିଷୟ ଲେଖିଛନ୍ତି । ତାଙ୍କର ଏହି କ୍ୟାନସର ସହ ସଂଘର୍ଷ ଓ ସେଥିରୁ ବାରଟି ପୁନର୍ବାର ଜାତୀୟ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ହେବାକୁ କରିଥିବା ସଂଘର୍ଷ ସାରା ବିଶ୍ୱ ପାଇଁ ଏକ ଅନୁପ୍ରାଣିତ କରିବା ପରି ଆଦର୍ଶ ବୋଲି କୁହାଯାଏ ।

୨୦୦୭ଟି୨୦ ବିଶ୍ୱକପ ବେଳକୁ ସେ ଜାଣିନଥିଲେ ମଧ୍ୟ କ୍ୟାନସରରେ ପୀଡ଼ିତ ହେଇସାରିଥିଲେ । ତାଙ୍କ ଶରୀର ଅବସ୍ଥା ଭଲ ନଥିଲା । ତେବେ ସେ ସଚିନ ତେନ୍ଦୁଲକର , ଜାହିର ଖାନଙ୍କ ପରି ବରିଷ୍ଠ ଖେଳାଳିଙ୍କ ପକ୍ଷରୁ ଉତ୍ସାହ ପାଇ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ ।

ପୁସ୍ତକର ଶେଷ ଭାଗ ଯୁବରାଜ ସିଂହ ବଡ଼ ମର୍ମଭେଦୀ ଭାବରେ ବର୍ଣ୍ଣନା କରିଛନ୍ତି । ସାରା ଦେଶ ତାଙ୍କୁ ଅପେକ୍ଷା କରିଥିଲା ଦେଖିବାକୁ ସେ ପୁଣି ଫର୍ମ ଫେରି କ୍ରିକେଟକୁ ଆସି ପାରୁଛନ୍ତି କି ନାହି। ନିଉଜିଲାଣ୍ଡ ସହ ବିଶାଖାପାଟଣାଠାରେ ତାଙ୍କର ପ୍ରଥମ ଏକଦିବସୀୟ ପ୍ରତ୍ୟାବର୍ତ୍ତନ ମ୍ୟାଚ ହେବାର ଥିଲା । କିନ୍ତୁ ବର୍ଷ ଯୋଗୁ ତାହା ହେଇପାରିଲା ନାହି । ତାହା ପରେ ଚେନ୍ନଇରେ ସେ ପରବର୍ତ୍ତୀ ମ୍ୟାଚ ଖେଳିଲେ । କିନ୍ତୁ ପୂରୁଣା ଫର୍ମ ଫେରିବା ନିଶ୍ଚୟ କଷ୍ଟକର ଥିଲା । ତେବେ ସେ ଚେଷ୍ଟା ଜାରି ରଖିଲେ ।


ଭାରତ-ଇଂଲଣ୍ଡ ସିରିଜ ୨୦୧୭ ପ୍ରଦର୍ଶନ[ସମ୍ପାଦନା]

ଘରେଇ ରଣଜୀ ଟ୍ରଫି ମ୍ୟାଚରେ ପୂର୍ବ ସିଜନରେ ଭଲ ପ୍ରଦର୍ଶନ ଦେଇ ପରି ନଥିବା ଯୁବରାଜ 2016 ମସିହା ରଣଜୀ ଟ୍ରଫିରେ ଚମତ୍କାର ଖେଳ ଦେଖେଇ ଥିଲେ । ସେ ପଞ୍ଜାବ ଦଳର ମଧ୍ୟ ପ୍ରଦେଶ ବିରୁଦ୍ଧ ମ୍ୟାଚରେ 164 ରନର ପାରି ଖେଳିଥିଲେ ଯାହା ମଧ୍ୟରେ ୨୪ଟି ଚଉକା ଥିଲା । ପଞ୍ଜାବ ପାଇଁ ୫ଟି ମ୍ୟାଚରେ ସେ ଏକ ଦ୍ୱିଶତକ ସହ ୬୭୨ ରନ ସଂଗ୍ରହ କରି ପୁଣି ଫର୍ମର ଶିଖରରେ ପହଞ୍ଚି ଥିବାର ପ୍ରମାଣ ଦେଇଥିଲେ ।[୩] ତାହା ପରେ ତାଙ୍କୁ ଭାରତ-ଇଂଲଣ୍ଡ ଏକଦିବାସୀୟ ସିରିଜ ପାଇଁ ମନୋନୟନ କରାଯାଇଥିଲା । ପୁନେଠାରେ ହେଇଥିବା ପ୍ରଥମ ଏକ ଦିବାସୀୟରେ ସେ ଦୁର୍ଭାଗ୍ୟଜନକ ଭାବରେ ଆଉଟ ହେଇଯାଇଥିଲେ । ଜାନୁଆରୀ ୧୯ ତାରିଖରେ କଟକଠାରେ ହେଇଥିବା ଦ୍ୱିତୀୟ ମ୍ୟାଚରେ ସେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଭାରତ ୩୫ ରନରେ ୩ଟି ୱିକେଟ ହରେଇଥିବା ଅବସ୍ଥାରେ ଆସି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ମିଶି ଚତୁର୍ଥ ୱିକେଟ ପାଇଁ ୨୫୬ ରନ ଯୋଡିଲେ ଓ ଏଥିରେ ଯୁବରାଜଙ୍କ ସର୍ବଶ୍ରେଷ୍ଠ ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ସ୍କୋର ୧୫୦ ସାମିଲ ଥିଲା ।[୪] ଯୁବରାଜ ଏହି ସ୍କୋର ସେ ୧୨୭ ବଲରେ ୩ଟି ଛକା ସହିତ କରିଥିଲେ । [୫]

ପୁସ୍ତକର ଛାୟା ଲେଖକ ଓ ସମର୍ପଣ[ସମ୍ପାଦନା]

ଯୁବରାଜଙ୍କ ଜୀବନୀକୁ ଛାୟା ଲେଖକ ଭାବରେ ଶାରଦା ଉଗ୍ର ଓ ନିଶାନ୍ତ ଜିତ ଅରୋରା ଲେଖିଛନ୍ତି ଯୁବରାଜ ଏହି ପୁସ୍ତକଟି ତାଙ୍କ ମା ଶବନମ ସିଂହଙ୍କ ପାଇଁ ସମର୍ପିତ କରିଛନ୍ତି । ତାଙ୍କ ପିତାଙ୍କ ପରି ତାଙ୍କ ମାଁ ଯୁବରାଜ ସିଂହଙ୍କୁ ଉତ୍ଥାନ ପତନ ସବୁ ସମୟରେ ମାନସିକ ସାହାଯ୍ୟ ପ୍ରଦାନ କରିଆସୁଛନ୍ତି ।

ଅଧିକ ପଠନ[ସମ୍ପାଦନା]

  • "The Test of My Life: From Cricket to Cancer and Back"[୬]

References[ସମ୍ପାଦନା]

  1. Yuvraj Singh's memoir to be auctioned online before it hits stands | Cricket - News | NDTVSports.com
  2. {http://articles.timesofindia.indiatimes.com/2013-03-08/top-stories/37560461_1_yuvraj-singh-cancer-detection-centres-highest-bidders}[dead link]
  3. http://www.hindustantimes.com/cricket/yuvraj-singh-s-performance-in-ranji-trophy-was-key-in-selection-says-msk-prasad/story-cshm6o0Rfkq3JtcVe0DF8O.html
  4. http://www.firstpost.com/sports/india-vs-england-2nd-odi-ms-dhoni-yuvraj-singh-have-proved-they-are-one-of-the-greatest-pairs-ever-3213776.html
  5. http://www.hindustantimes.com/cricket/live-cricket-score-india-vs-england-2nd-odi-cuttack-ind-eye-series/story-VF8kMaI1iTulUvcoh5H7aP.html
  6. http://www.amazon.in/Test-My-Life-Cricket-Cancer/dp/818400298X