ଦିୟା କୁମାରୀ

ଉଇକିପିଡ଼ିଆ‌ରୁ
ଦିୟା କୁମାରୀ
ସାଂସଦ, ଲୋକ ସଭା
Assumed office
୨୩ ମଇ ୨୦୧୯
ପୂର୍ବ ଅଧିକାରୀହରିଓମ ସିଂ ରାଠୋର
ନିର୍ବାଚନ ମଣ୍ଡଳୀଲୋକ ସଭା ନିର୍ବାଚନ ମଣ୍ଡଳୀ
ବିଧାନ ସଭା ସଦସ୍ୟ
କାର୍ଯ୍ୟକାଳ
୨୦୧୩ – ୨୦୧୮
ପର ଅଧିକାରୀଦାନିଶ ଅବରାର
ନିର୍ବାଚନ ମଣ୍ଡଳୀସାୱାଇ ମାଧୋପୁର (ରାଜସ୍ଥାନ ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1971-01-30) ୩୦ ଜାନୁଆରୀ ୧୯୭୧ (ବୟସ ୫୩)
ଜୟପୁର, ରାଜସ୍ଥାନ, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀନରେନ୍ଦ୍ର ସିଂ
ସନ୍ତାନ୩ - ପଦ୍ମନାଭ ସିଂ, ଲକ୍ଷ ରାଜ ସିଂ ଏବଂ ଗୌରବୀ କୁମାରୀ
ବାପା/ବୋଉଭବାନୀ ସିଂ
ପଦ୍ମିନୀ ଦେବୀ
ଘରସିଟି ପ୍ୟାଲେସ୍, ଜୟପୁର
ଶିକ୍ଷାଆଧୁନିକ ବିଦ୍ୟାଳୟ, ନୂଆଦିଲ୍ଲୀ
ମହାରାଣୀ ଗାୟତ୍ରୀ ଦେବୀ ବାଳିକା ପବ୍ଲିକ୍ ସ୍କୁଲ୍

ଦିୟା କୁମାରୀ (ଜନ୍ମ ୩୦ ଜାନୁଆରୀ ୧୯୭୧) ଜଣେ ଭାରତୀୟ ରାଜନେତା ଅଟନ୍ତି । ସେ ରାଜସମନ୍ଦ ସଂସଦୀୟ ଆସନରୁ ଭାରତୀୟ ସଂସଦର ସଦସ୍ୟ ଏବଂ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ପୂର୍ବରୁ ରାଜସ୍ଥାନ ବିଧାନ ସଭାରେ ସାୱାଇ ମାଧୋପୁରର ଜଣେ ବିଧାୟକ ଥିଲେ ।

ଜୀବନୀ[ସମ୍ପାଦନା]

ଜୟପୁରର ରାଜକୁମାରୀ ଦିୟା କୁମାରୀ ୩୦ ଜାନୁଆରୀ ୧୯୭୧ ମସିହାରେ ଭାରତୀୟ ସେନା ଅଧିକାରୀ ତଥା ହୋଟେଲ ବ୍ୟବସାୟୀ ଭବାନୀ ସିଂ ଏବଂ ମହାରାଣୀ ପଦ୍ମିନୀ ଦେବୀଙ୍କଠାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ବ୍ରିଟିଶ ରାଜ ସମୟରେ ଜୟପୁରର ଶେଷ ଶାସକ ମହାରାଜା ମାନ ସିଂ ଦ୍ୱିତୀୟଙ୍କ ନାତୁଣୀ ଅଟନ୍ତି ।[୨]

କୁମାରୀ ଆଧୁନିକ ବିଦ୍ୟାଳୟ (ନୂଆଦିଲ୍ଲୀ), ଜି.ଡି ସୋମାନି ମେମୋରିଆଲ ସ୍କୁଲ, ମୁମ୍ବାଇ ଏବଂ ମହାରାଣୀ ଗାୟତ୍ରୀ ଦେବୀ ଗ୍ୟାର୍ଲସ ପବ୍ଲିକ ସ୍କୁଲ, ଜୟପୁରରେ ଅଧ୍ୟୟନ କରିଥିଲେ । ଏହା ପରେ ସେ ଲଣ୍ଡନରେ ଡେକୋରେଟିଭ୍ ଆର୍ଟରେ ଏକ ପାଠ୍ୟକ୍ରମ କରିଥିଲେ ।[୩]

ସେ ଐତିହ୍ୟର ରକ୍ଷକ ଏବଂ ଜୟପୁରର ରାଜ ପରିବାରର କଳା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ରାଜକୁମାରୀ ଭାବରେ କାର୍ଯ୍ୟ କରନ୍ତି। ସେ ପାରିବାରିକ ଐତିହ୍ୟକୁ ସଜାଇବା ଏବଂ ପରିଚାଳନା କରିବା ପାଇଁ କାର୍ଯ୍ୟ କରନ୍ତି; ଯେଉଁଥିରେ ସିଟି ପ୍ୟାଲେସ୍, ଜୟପୁର, ଜୟଗଡ ଦୁର୍ଗ, ଆମେର ଏବଂ ଦୁଇଟି ଟ୍ରଷ୍ଟ: ମହାରାଜା ସାୱାଇ ସିଂ ଦ୍ୱିତୀୟ ସଂଗ୍ରହାଳୟ ଟ୍ରଷ୍ଟ, ଜୟପୁର ଏବଂ ଜୟଗଡ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଅନ୍ତର୍ଭୂକ୍ତ । ସେ ଦୁଇଟି ବିଦ୍ୟାଳୟର ଯତ୍ନ ନିଅନ୍ତି: ପ୍ୟାଲେସ ସ୍କୁଲ ଏବଂ ମହାରାଜା ସାୱାଇ ଭବାନୀ ସିଂ ସ୍କୁଲ । ସେ ତିନୋଟି ରାଜ ଭବନ ହୋଟେଲ; ରାଜମହଲ ପ୍ୟାଲେସ, ଜୟପୁର, ହୋଟେଲ ଜୟପୁର ହାଉସ, ମାଉଣ୍ଟ ଆବୁ ଏବଂ ହୋଟେଲ ଲାଲ ମହଲ ପ୍ୟାଲେସ, ଜୟପୁରକୁ ମଧ୍ୟ ପରିଚାଳନା କରନ୍ତି । [୪]

ରାଜନୈତିକ ବୃତ୍ତି[ସମ୍ପାଦନା]

ତାଙ୍କ ଜେଜେମା ରାଜମାତା ଗାୟତ୍ରୀ ଦେବୀଙ୍କୁ ଅନୁସରଣ କରି ରାଜକୁମାରୀ ଦିୟା କୁମାରୀ ଶେଷରେ ରାଜନୀତିରେ ପ୍ରବେଶ କଲେ । ସେ ଆନୁଷ୍ଠାନିକ ଭାବେ ୧୦ ସେପ୍ଟେମ୍ବର ୨୦୧୩ ମସିହାରେ ଜୟପୁରର ଏକ ରାଲିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ, ତତ୍କାଳୀନ ବିଜେପି ସଭାପତି ଶ୍ରୀ ରାଜନାଥ ସିଂ ଏବଂ ବସୁନ୍ଧରା ରାଜେଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୫] ସେ ସାୱାଇ ମାଧୋପୁରରୁ ବିଜେପି ପ୍ରାର୍ଥୀ ଭାବରେ ୨୦୧୩ ମସିହାର ରାଜସ୍ଥାନ ବିଧାନ ସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବିଧାୟକ ହୋଇଥିଲେ ।[୬] ୨୦୧୯ ମସିହାରେ ସେ ରାଜସମାନନ୍ଦରୁ ଲୋକ ସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୭]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରାଜକୁମାରୀ ଦିୟା ଏବଂ ମହାରାଜା ନରେନ୍ଦ୍ର ସିଂଙ୍କର ତିନୋଟି ସନ୍ତାନ ଥିଲେ ।[୮] ତାଙ୍କ ବଡ ପୁଅ ମହାରାଜ ପଦ୍ମନାଭ ସିଂ ୨ ଜୁଲାଇ ୧୯୯୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୨୨ ନଭେମ୍ବର ୨୦୦୨ ମସିହାରେ ସ୍ୱର୍ଗତ ମହାରାଜା ଭବାନୀ ସିଂଙ୍କଦ୍ୱାରା ରାଜକୁମାର ଭାବେ ଘୋଷିତ ହୋଇଥିଲେ ଏବଂ ୨୭ ଏପ୍ରିଲ ୨୦୧୧ ମସିହାରେ ଜୟପୁରର ସିଂହାସନ ଆରୋହଣ କରିଥିଲେ । ତାଙ୍କର ଦ୍ୱିତୀୟ ପୁଅ ରାଜକୁମାର ଲକ୍ଷ ରାଜ ସିଂ ଏବଂ ସାନ ଝିଅ ରାଜକୁମାରୀ ଗୌରବୀ କୁମାରୀ ଅଟନ୍ତି ।

ଆଧାର[ସମ୍ପାଦନା]

  1. "Members : Lok Sabha". loksabhaph.nic.in. Retrieved 6 ସେପ୍ଟେମ୍ବର 2021.}
  2. Parihar, Rohit (21 ଅଗଷ୍ଟ 2006). "New will by Gayatri Devi's late son resurfaces, ignites property war in family". India Today. Retrieved 6 ସେପ୍ଟେମ୍ବର 2021.
  3. "Royal Jaipur- Explore the Royal Landmarks in Jaipur". royaljaipur.in. Retrieved 2 December 2022.
  4. MSMS Museum
  5. "Jaipur princess joins BJP". The Telegraph. India. 11 September 2013. Archived from the original on 14 September 2013. Retrieved 22 July 2018.
  6. Joseph, Joychen (January 16, 2019). "After 21 years, Rajasthan ex-royal Diya Kumari, her hubby separated". The Times of India (in ଇଂରାଜୀ). Retrieved 2021-09-06.
  7. "Erstwhile royal family member Diya Kumari wins Rajsamand seat by over 5 lakh votes". Zee News (in ଇଂରାଜୀ). 2019-05-23. Retrieved 2021-09-06.
  8. Sebastian, Sunny (9 October 2003). "A royal surprise in Jaipur". The Hindu. Archived from the original on 13 January 2004.

ବାହାର ଆଦାହର[ସମ୍ପାଦନା]