ଦଶପଲ୍ଲା ରାଜ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଦଶପଲ୍ଲା ରାଜ୍ୟ
ଦଶପଲ୍ଲା / दस्पल्ला
Flag of {{{official_name}}}
Flag
Location of {{{official_name}}}
Public Domain This article incorporates text from a publication now in the public domainChisholm, Hugh, ed. (1911). Encyclopædia Britannica (Eleventh ed.). Cambridge University Press.


ଦଶପଲ୍ଲା ରାଜ୍ୟ  (ଓଡ଼ିଆ: ଦଶପଲ୍ଲା; ହିନ୍ଦୀ : दस्पल्ला) ବ୍ରିଟିଶ ଶାସନ ସମୟର ଏକ ଭାରତୀୟ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ କୁଞ୍ଜବନଗଡ ଥିଲା । ଏହା ବର୍ତମାନ ଓଡ଼ିଶା ରାଜ୍ୟର  ନୟାଗଡ ଜିଲ୍ଲାରେ ରହିଛି । 

ଦଶପଲ୍ଲା ରାଜୟା 15 ତମ ଶତାବ୍ଦୀର ଶେଷ ଭାଗରେ ବୌଦ ରାଜ୍ୟରୁ ଅଲଗା ହେଇ ସ୍ଥାପିତ ହେଇଥିଲା । ମିଳିଥିବା ଦଲିଲ ଅନୁସାରେ ବୌଦ୍ଧର ରାଜା ନାରାୟଣ ଭଞ୍ଜ ଦେଓଙ୍କ ପୁତ୍ର କନିଷ୍ଠ  ନାରଣ ଦେବ 1498 ମସିହାରେ ଏହାକୁ ବୌଦ୍ଧରୁ ବିଚ୍ଛିନ୍ନ କରି ଅଲଗା ରାଜ୍ୟ ଭାବେ ଶାସନ କଲେ । 

ଇତିହାସ [ସମ୍ପାଦନା]

 ମିଳୁଥିବା ପୁସ୍ତକ ଓ ଲେଖା ଅନୁସାରେ ପୂର୍ବରୁ ଦଶପଳ୍ଳା ନାମକ ସ୍ଥାନ ନଥିଲା । ଏହା ବୌଦ୍ଧ ରାଜ୍ୟର ଅଂଶ ଥିଲା । ସେଠାରେ ରାଜପୁତ ବଂଶର  ଭଞ୍ଜ ରାଜା ରାଜୁତି  କରୁଥିଲେ । ସେ ସମୟରେ ରାଜା ବୀର ଭଞ୍ଜ ଓ ତାଙ୍କର ପ୍ପୁତୁରା ସାଲ ଭଞ୍ଜଙ୍କ ମଧ୍ୟରେ ବିବାଦ ହେଲା । ସାଲ ଭଞ୍ଜ ପୁରୀର ଗଜପତି ମହାରାଜଙ୍କୁ ଦେଖା କରିବାକୁ ଜଗନ୍ନାଥ ସଡକରେ ପୁରୀ ଉଦେଶ୍ୟରେ ବାହାରିଲେ । ବାଟରେ ତାଙ୍କ ଅନୁଗାମୀ ମାନଙ୍କ ସହ ସେ ପଦ୍ମତୋଳା ଘାଟ ନାମକ ସ୍ଥାନରେ ଥିବା ସମୟରେ ନୟାଗଡ ରାଜ୍ୟର ରାଜା ଖବର ପାଇ ତାଙ୍କ ପାଖକୁ ଆସି ତାଙ୍କ ସହ ଚୁକ୍ତି କରି ସାଲ  ଭଞ୍ଜଙ୍କୁ ସେହି ଅଞ୍ଚଳର ରାଜା ଘୋଷଣା କାଲେ । ବୀର ଭଞ୍ଜ ଏହା ଜାଣି ତାଙ୍କର ସେନା ଧରି ଆକ୍ରମଣ କାଲେ । ହେଲେ ସାଲ ଓ ନୟାଗଡ ରାଜ୍ୟର ମିଳିତ ସେନାଦ୍ୱାରା ପରାସ୍ତ ହେଲେ ।  କୁହାଯାଇ ଯେହେତୁ ଯୁଦ୍ଧଦ୍ୱାରା ସାଲ ଭଞ୍ଜ "ଯଶ" ପ୍ରାପ୍ତ ହେଲେ ସେହି ଅନୁସାରେ ରାଜ୍ୟର ନାମ ଯଶପଳ୍ଳା ଦିଆଗଲା । କିନ୍ତୁ ପ୍ରାଚୀନ ଇତିହାସକାର ମାନେ କୁହନ୍ତି ଯେହେତୁ ସାଲ ଭଞ୍ଜଙ୍କ ରାଜ୍ୟରେ ମାତ୍ର ଦଶଟି ପଲ୍ଲା ବା ଗ୍ରାମ ଥିଲା ତାହାକୁ ଦଶପଲ୍ଲା କୁହାଗଲା । ଏହି ଘଟନା 1495ରେ ଘଟିଥିଲା । ସାଲ ଭଞ୍ଜ 3 ବର୍ଷ ଶାସନ କଳା ପରେ ତାଙ୍କ ପୁତ୍ର ନରନ ଭଞ୍ଜ ରାଜା ହେଲେ । 

ଦଶପଲ୍ଲର ରାଜଧାନୀ ବାଦମୂଳରୁ ଗଣିଆ , ତାହାପରେ ମଧ୍ୟଖଣ୍ଡ , ଓ ପୁରୁଣା ଦଶପଲ୍ଲାକୁ ବଦଳିଥିଲା । ଭଞ୍ଜ ବଂଶର ନବମ ରାଜା ପଦ୍ମନାଭ ଭଞ୍ଜ କନ୍ଧ ଜାତିର ମୁଖ୍ୟ କୁଞ୍ଜ ମାଲିକଙ୍କୁ ପରାସ୍ତ କରି କୁଞ୍ଜବନଗଡରେ ତାଙ୍କର ରାଜଧାନୀ କଲେ ।  କୁଞ୍ଜବନଗଦ କୁଞ୍ଜ ମାଲିକଙ୍କ ନାମରେ ହେଇଥିଲା । .[୧]

ଶାସକ ମାନେ [ସମ୍ପାଦନା]

ଗୁରୀ ଚରଣ ଦେଓ 1803ରେ ଶାସନ ଭାର ନେଲା ପରେ ତାଙ୍କ ବଂଶର ଦାୟାଦ ମାନେ ଶାସନ କରିଥିଲେ [୨]

  • 1653 – 1701 Chakradhar Deo Bhanj
  • 1701 – 1753 Padmanav Deo Bhanj
  • 1753 – 1775 Trilochan Deo Bhanj
  • 1775 – 1795 Makunda Bhank Deo Bhanj
  • 1795 – 1805 Guri Charan Deo Bhanj
  • 1805 – 1845 Krishna Chanda Deo Bhanj
  • 1845 – 1861 Madhusudan Deo Bhanj
  • 1861 – Jan 1873 Narsimha Deo Bhanj
  • 28 Jan 1873 – 21 May 1874 Chaitan Deo Bhanj (b. 1854 – d. ....)

ରାଜା ସମୂହ [ସମ୍ପାଦନା]

  • 21 May 1874 – 1896 Chaitan Deo Bhanj (s.a.)
  • 1896 – 11 Dec 1913 Narayan Deo Bhanj (b. 1860 – d. 1913)
  • 11 Dec 1913 – 15 Aug 1947 Kishor Chandra Deo Bhanj (b. 1908 – d. 1960)
  • 11 Dec 1913 – 3 Mar 1930 .... -Regent

ପୁନଶ୍ଚ ଦେଖାଣ [ସମ୍ପାଦନା]

  • Eastern States Agency
  • Political integration of India

ଆଧାର ସମୂହ [ସମ୍ପାଦନା]