ଦକ୍ଷିଣମୂର୍ତ୍ତି ମନ୍ଦିର

ଉଇକିପିଡ଼ିଆ‌ରୁ
ଦକ୍ଷିଣମୂର୍ତ୍ତି ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଦକ୍ଷିଣମୂର୍ତ୍ତି ଶିବ
Location
ସ୍ଥାନVadodara
Stateଗୁଜରାଟ
Countryଭାରତ
Architecture
Typeଆଧୁନିକ ସ୍ଥାପତ୍ୟ (Modern architecture)
ଭାରତୀୟ ଆର୍ମି (Indian Army)
Completed୧୯୬୬


ଦକ୍ଷିଣମୂର୍ତ୍ତି ମନ୍ଦିର ବା ଇଏମଇ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା୧୯୬୬ ମସିହାରେ ତିଆରି ହୋଇ ପ୍ରଭୁ ଶିବଙ୍କୁ ସମର୍ପିତ ହୋଇଛି [୧] ଯାହାକୁ ଭଦୋଦରା (Vadodara) ସହରସ୍ଥିତ ଭାରତୀୟ ସେନା ବାହିନୀ (Indian Army Corps of EME) ପରିଚାଳନା କରନ୍ତି । ଏହାର ଅନୁପମ ଡିଜାଇନ ଓ ସ୍ଥାପତ୍ୟ ଉପରେ ଆଲୁମିନିଅମ ଚାଦର ଘୋଡ଼ାଯାଇଛି । ଏହି ମନ୍ଦିର ସୃଷ୍ଟିର ଭାବନା ତଥା ପ୍ଲାନ ଜଣେ ମରାଠୀ ଲେଖକ ତଥା ସ୍ଥାପତ୍ୟ ମାଧବ ଆଚବଲଙ୍କ ମାନସ ପ୍ରସ୍ତୁତ । ଉଭୟ ଭକ୍ତ ଓ ପରିବ୍ରାଜକ ନିମନ୍ତେ ଏହା ଏକ ଆକର୍ଷଣୀୟ ଓ ଏକକ ମନ୍ଦିର ।[୨]

ଇତିହାସ[ସମ୍ପାଦନା]

ଏହି ମନ୍ଦିର ଇଏମଇ ସ୍କୁଲର ପୂର୍ବତନ ଖ୍ରୀଷ୍ଟିୟାନ କମାଣ୍ଡର ବ୍ରିଗ ଏ.ଏଫ. ଇଉଗୀନଙ୍କର (Brig A.F. Eugene) ଅସାମାନ୍ୟ ବୁଦ୍ଧି ଯୋଗୁ ତିଆରି ହୋଇଥିଲା ।[୩] ଏହି ମନ୍ଦିରରେ ଦେଶର ଅଧିକାଂଶ ବଡ଼ ଧର୍ମର ଧର୍ମନିରପେକ୍ଷତାର ଚିହ୍ନ ମିଳେ ଯାହା ଭାରତର ଏକ ବିଶେଷତ୍ୱ ଭାବରେ ଦେଖିବାକୁ ମିଳେ । [୪]

  • ମନ୍ଦିରର ଶୀର୍ଷରେ ଥିବା କଳଶ ହିନ୍ଦୁ (Hinduism) ଧର୍ମର ସୂଚନା ଦିଏ ।
  • ଗମ୍ବୁଜଟି ଇସଲାମ (Islamic) ସ୍ଥାପତ୍ୟର ସୂଚନା ଦିଏ ।
  • ଟାୱାର ଶୈଳୀ ଖ୍ରୀଷ୍ଟିୟାନ (Christianity) ଧର୍ମ ସୂଚନା ଦିଏ ।
  • ସ୍ୱର୍ଣ୍ଣିମ ଶିଖର ବୌଦ୍ଧ (Buddhist) ଧର୍ମର ସୂଚନା ଦିଏ ।
  • ସମ୍ପୂର୍ଣ୍ଣ ମନ୍ଦିର ଜୈନ (Jain) ଧର୍ମ ପରମ୍ପରା ସୂଚନା ଦିଏ ।
  • ମନ୍ଦିର ମଧ୍ୟସ୍ଥ ଅଗ୍ନି ଜୋରାଷ୍ଟ୍ରିଆନ (Zoroastrianism) ଧର୍ମ ସୂଚନା ଦିଏ ।

ମନ୍ଦିରର ମୂଖ୍ୟ ଦେବତା ଦକ୍ଷିଣ ଦିଗକୁ ମୁହଁ କରିଛନ୍ତି । ପ୍ରଭୁ ଦକ୍ଷିଣେଶ୍ୱର ଏତଦ୍ୱାରା ପୃଥିବୀକୁ ଶିକ୍ଷା ଦେଉଥିବା ଜଣାଯାଏ ।[୫] ମହାବଳୀପୁରମରୁ ଏକ ଗଣେଶ ବିଗ୍ରହ ଆଣି ଏଠାରେ ରଖାଯାଇଛି । ଶିବ ବିଗ୍ରହ ପଛ ପାଖରେ ଏକ ରୂପା ଆର୍ଚ୍ଚ ଉପରେ ଓଁ ନମଃ ଶିବାୟ ଲେଖାଯାଇଛି । ଏହା ବ୍ୟତୀତ ମନ୍ଦିର ଚାରିପାଖରେ ଶହ ଶହ ଦେବାଦେବୀଙ୍କର ବିଗ୍ରହ ଅଛି । ସେଗୁଡ଼ିକ ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବା ଜଣାଯାଏ ଓ ଏହି ବିଗ୍ରହମାନଙ୍କର ଅମରନାଥ ମନ୍ଦିରର ଶିବ ବିଗ୍ରହ ସହିତ ସାମଞ୍ଜସ୍ୟ ଅଛି । ଭକ୍ତ ଓ ପର୍ଯ୍ୟଟକ ନିମନ୍ତେ ମନ୍ଦିର ସକାଳ ୬:୩୦ରୁ ସନ୍ଧ୍ୟା ୮:୩୦ ପର୍ଯ୍ୟନ୍ତ ଖୋଲାରହେ । ମନ୍ଦିର ପରିସରରେ ଗାଢ ଶାଗୁଆ ଦୃଶ୍ୟ ଅତି ସୁନ୍ଦର ଦେଖାଯାଏ ଯାହାର ରକ୍ଷଣାବେକ୍ଷଣ ଭାରତୀୟ ସେନା ବାହିନୀ କରନ୍ତି ।[୬]

ଆଧାର[ସମ୍ପାଦନା]

  1. "EME Temple, Vadodara - History, Timings, How to Reach, Location, Map". Gujarat Expert (in ଆମେରିକୀୟ ଇଂରାଜୀ). 2017-12-12. Retrieved 2019-05-02.
  2. "EME Temple, Electrical and Mechanical Engineering, Vadodara, Tourism Hubs, Gujarat, India". www.gujarattourism.com. Archived from the original on 2014-08-31.
  3. "EME Temple, Vadodara - History, Timings, How to Reach, Location, Map". Gujarat Expert (in ଆମେରିକୀୟ ଇଂରାଜୀ). 2017-12-12. Retrieved 2019-05-02.
  4. "EME Temple (Dakshinamurti Temple)". 15 February 2008.
  5. HoVB (2008-02-15). "EME Temple (Dakshinamurti Temple)". History of Vadodara - Baroda (in ଆମେରିକୀୟ ଇଂରାଜୀ). Retrieved 2019-05-02.
  6. "EME Temple Vadodara".