ଥିଓଟେପା
| Clinical data | |||
|---|---|---|---|
| Trade names | Tepadina | ||
| AHFS/Drugs.com | monograph | ||
| MedlinePlus | a682821 | ||
| data | |||
| Pregnancy category |
| ||
| Routes of administration | Intravenous, intracavitary, intravesical | ||
| Legal status | |||
| Legal status | |||
| Pharmacokinetic data | |||
| Metabolism | Liver (CYP2B, CYP3A) | ||
| Elimination half-life | 1.5–4.1 hours | ||
| Excretion | Kidney 6 hours for thiotepa 8 hours for TEPA | ||
| Identifiers | |||
| |||
| ECHA InfoCard | 100.000.124 | ||
| Chemical and physical data | |||
| Formula | C6H12N3PS | ||
| Molar mass | ୧୮୯.୨୨ g·mol−1 | ||
| 3D model (JSmol) | |||
| |||
| |||
| (verify) | |||
ଥିଓଟେପା (ଇଂରାଜୀ ଭାଷାରେ Thiotepa), ଟେପାଡିନା ବ୍ରାଣ୍ଡ ନାମରେ ବିକ୍ରି ହୁଏ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏଥିରେ ମୂତ୍ରାଶୟ କର୍କଟ, ସ୍ତନ କର୍କଟ, ଓଭାରି କର୍କଟ ଏବଂ ଲିମ୍ଫୋମା ଇତ୍ୟାଦି କର୍କଟ ରୋଗ ଅନ୍ତର୍ଭୁକ୍ତ ।[୨] ତଥାପି ଏହିପରି ବ୍ୟବହାର ସ୍କଟଲାଣ୍ଡରେ ସୁପାରିଶ କରାଯାଏ ନାହିଁ ।[୩] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଆଖି ଡ୍ରପ୍ ଭାବରେ ଟେରିଜିଅମ ରୋଗରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ କଣିକା, ଗ୍ରାଫ୍ଟ-ବନାମ-ହୋଷ୍ଟ ରୋଗ, ପରିସ୍ରାରେ ରକ୍ତ ଏବଂ ମ୍ୟୁକୋସା ପ୍ରଦାହ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ କର୍କଟ ଏବଂ ଆନାଫାଇଲାକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ଆଲକିଲେଟିଙ୍ଗ ଏଜେଣ୍ଟ ଏବଂ ଶୀଘ୍ର ବିଭାଜନ କରୁଥିବା କୋଷଗୁଡିକ ଦେଇ କାର୍ଯ୍ୟକ୍ଷମ ହୁଏ ।[୧]
୧୯୫୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଥିଓଟେପା ଅନୁମୋଦିତ ହୋଇଥିଲା ।[୨] ଏହା ୨୦୧୦ରେ ୟୁରୋପରେ ଅନୁମୋଦିତ ହୋଇଥିଲା, ଯଦିଓ ଏହା ପୂର୍ବରୁ ଦଶନ୍ଧି ଧରି ବ୍ୟବହୃତ ହୋଇଆସୁଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୦୦ ମିଗ୍ରା ପାଇଁ ପ୍ରାୟ ୩୬୦୦ ଡଲାର ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Tepadina EPAR". European Medicines Agency (EMA). Archived from the original on 6 March 2021. Retrieved 30 April 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Thiotepa Monograph for Professionals". Drugs.com (in ଇଂରାଜୀ). Archived from the original on 13 August 2020. Retrieved 3 October 2021.
- ↑ ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 950. ISBN 978-0-85711-369-6.
{{cite book}}: CS1 maint: date format (link) - ↑ "Thiotepa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 3 October 2021.