ତୁଳସୀ ବିବାହ

ଉଇକିପିଡ଼ିଆ‌ରୁ
ତୁଳସୀ ବିବାହ
ତୁଳସୀ ବିବାହ ପର୍ବ
ପାଳନକାରୀହିନ୍ଦୁ
ପ୍ରକାରReligious
ପାଳନ୧ ଦିନ
ଆରମ୍ଭPrabodhini Ekadashi
ଶେଷକାର୍ତ୍ତିକ ପୂର୍ଣ୍ଣିମା
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ

ତୁଳସୀ ବିବାହ (Telugu : తులసి కళ్యాణం Tulasi Kaḷyāṇaṁ) ଏକ ହିନ୍ଦୁ ପର୍ବ ଯେଉଁଥିରେ ତୁଳସୀ (Holy Basil) ଓ ଭଗବାନ ଶାଳଗ୍ରାମ ବା ଭଗବାନ ବିଷ୍ଣୁଙ୍କର ଅଁଳା ଶାଖା (personifications of Vishnu) ମଧ୍ୟରେ ବିବାହ ଅନୁଷ୍ଠିତ ହୁଏ । ହିନ୍ଦୁ ମତରେ ବର୍ଷା ଋତୁର ଶେଷ ଓ ବିବାହ ଋତୁର ଆରମ୍ଭକୁ ତୁଳସୀ ବିବାହ ନିର୍ଦ୍ଦେଶ କରେ ।[୨][୩]

ହିନ୍ଦୁ ମାସର କ୍ୟାଲେଣ୍ଡରେ ଥିବା କାର୍ତ୍ତିକ ମାସର ପ୍ରବୋଧିନୀ ଏକାଦଶୀ (ଶୁକ୍ଳ ଏକାଦଶୀ ବା ଦ୍ୱାଦଶୀ) ଓ ପୂର୍ଣ୍ଣିମା ମଧ୍ୟରେ ଯେ କୌଣସି ଦିନ ଏହି ପର୍ବ ଅନୁଷ୍ଠିତ ହୁଏ । ବିଭିନ୍ନ ସ୍ଥାନ ଅନୁସାରେ ଏହି ଦିନ ଭିନ୍ନ ଭିନ୍ନ ହୁଏ ।[୪][୫]

ଜନଶୃତି[ସମ୍ପାଦନା]

Tulsi and Vishnu

ହିନ୍ଦୁତ୍ୱରେ ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି; ବେଳେବେଳେ ତାଙ୍କୁ ବିଷ୍ଣୁଙ୍କ ପତ୍ନୀ ଆଖ୍ୟା ଦିଆଯାଇଥିବାରୁ ତାଙ୍କୁ ବିଷ୍ଣୁପ୍ରିୟା ବା ବିଷ୍ଣୁଙ୍କ ପ୍ରେୟସୀ ଆଖ୍ୟା ଦିଆଯାଇଛି । ପଦ୍ମ ପୁରାଣରେ ତୁଳସୀ ବିବାହ ଓ ତାର ନୀତି ନିୟମ ବିଷୟ ଲିଖିତ ଅଛି ଯାହା ଜନଶ୍ରୁତିରେ ରହିଆସିଛି । [୬]

ହିନ୍ଦୁ ପୁରାଣ ଅନୁସାରେ ତୁଳସୀ ବୃକ୍ଷ ପୂର୍ବ ସମୟରେ ବୃନ୍ଦା (ତୁଳସୀର ଏକ ପ୍ରତିଶବ୍ଦ) ନାମକ ଜଣେ ମହିଳା ଥିଲେ । ସେ ଅସୁର ରାଜା ଜଳନ୍ଧରକୁ ବିବାହ କରିଥିଲେ । ତାଙ୍କର ସତୀତ୍ୱ ଓ ବିଷ୍ଣୁ ଭକ୍ତି ବଳରେ ଜଳନ୍ଧର ଅଜେୟ ଥିଲା । ଦେବତାମାନେ ମଧ୍ୟ ତାଙ୍କୁ ପରାଜିତ କରିପାରୁନଥିଲେ । ଯୁଦ୍ଧକୁ ଯିବା ବେଳେ ବୃନ୍ଦା ସ୍ବାମୀର ବିଜଯ ନିମନ୍ତେ ସଂକଳ୍ପ କରିଥିଲେ । ଏହି ଅବସରରେ ଦେବତାମାନେ ବିଷ୍ଣୁଙ୍କୁ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ତେଣୁ ଜଳନ୍ଧରର ଅନୁପସ୍ଥିତିରେ ବିଷ୍ଣୁ ତାଙ୍କ ରୂପ ଧରି ତୁଳସୀ ପାଖକୁ ଚାଲିଗଲେ । ତୁଳସୀ ତାଙ୍କୁ ଦେଖି ସଂକଳ୍ପ ତ୍ୟାଗ କରି ତାଙ୍କ ପଦସ୍ପର୍ଶ କଲେ । ସଂକଳ୍ପ ତ୍ୟାଗ କଲା କ୍ଷଣି ଶିବ ତାଙ୍କୁ ମାରିଦେଲେ ଓ ତାର କଟାମୁଣ୍ଡ ଆସି ବୃନ୍ଦାଙ୍କ ଉଆସରେ ପଡ଼ିଲା । ଏହା ଜାଣିପାରି ବୃନ୍ଦା ବିଷ୍ଣୁଙ୍କୁ ପଥର ହେବା ଅଭିଶାପ ଦେଲେ ଯାହା ଫଳରେ ବିଷ୍ଣୁ ଶାଳଗ୍ରାମ ହୋଇଗଲେ ଓ ଲକ୍ଷ୍ମୀଙ୍କଠାରୁ ତାଙ୍କର ବିଚ୍ଛେଦ ହୋଇଗଲା । ବୃନ୍ଦା ଦୁଃଖରେ ସମୁଦ୍ରରେ ଝାସ ଦେଲେ ଓ ତାଙ୍କ ଆତ୍ମାକୁ ତୁଳସୀରେ ଅବସ୍ଥାପିତ କରିଦେଲେ ।[୭]

ପୂର୍ବ ଆଶୀର୍ବାଦ ଅନୁସାରେ ପ୍ରବୋଧିନୀ ଏକାଦଶୀ ଦିନ ଶାଳଗ୍ରାମ ରୂପୀ ବିଷ୍ଣୁ ତୁଳସୀଙ୍କୁ ବିବାହ କରିଥିଲେ ।[୨][୩] ଅନ୍ୟ ଏକ ଜନଶୃତି ଅନୁସାରେ ଲକ୍ଷ୍ମୀ ଏକ ଅସୁରକୁ ମାରିବା ପରେ ତୁଳସୀ ବୃକ୍ଷ ରୂପରେ ପୃଥିବୀରେ ରହିଲେ ।[୪]

ଅନ୍ୟ ଏକ ବୈଷ୍ଣବ ଜନଶୃତି ଅନୁସାରେ ସମୁଦ୍ର ମନ୍ଥନ ଶେଷରେ ବାହାରିଥିବା ଅମୁତକୁ ଅସୁରଙ୍କୁ ନଦେଇ ବିଷଣଣୁ ଦେବତାଙ୍କୁ ଡେଲ ଓ ତାଙ୍କ ଆଖିରୁ ଆନନ୍ଦାଶୃ ବାହାରି ଅମୃତରେ ପଡ଼ି ତୁଳସୀ ବୃକ୍ଷରେ ପରିଣତ ହୋଇଗଲା ପରେ ତାଙ୍କୁ ବିବାହ କଲେ ।[୮]

ଉତ୍ସବ[ସମ୍ପାଦନା]

ତୁଳସୀ ଓ ବିଷ୍ଣୁ ବିବାହ ହିନ୍ଦୁ ମତରେ ପାଳନ କରାଯାଏ ।[୨]<ref name = "Tarlo">Emma Tarlo (1996). Clothing Matters: Dress and Identity in India. University of Chicago Press. pp. 184–5. ISBN 978-0-226-78976-7.</ref

ଆଧାର[ସମ୍ପାଦନା]

  1. "Tulsi vivah 2021, tulsi puja, tulsi marriage - Festivals of India".
  2. ୨.୦ ୨.୧ ୨.୨ R. Manohar Lall (1933). Among the Hindus: A Study of Hindu Festivals. Asian Educational Services. pp. 184–. ISBN 978-81-206-1822-0.
  3. ୩.୦ ୩.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Tarlo ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ M.M. Underhill (1991). The Hindu Religious Year. Asian Educational Services. pp. 129–131. ISBN 978-81-206-0523-7.
  5. Shubhangi Pawar; D. A. Patil (2008). Ethnobotany of Jalgaon District, Maharashtra. Daya Publishing House. p. 400. ISBN 978-81-7035-515-1.
  6. Manish Verma (2005). Fasts & Festivals Of India. Diamond Pocket Books. pp. 58–. ISBN 978-81-7182-076-4.
  7. "Tulsi Vivah, Tulsi Vivah Date 2021, Tulsi Vivah Vidhi, Tulsi Vivah Story". Astroved Astropedia. Retrieved 2021-11-15.
  8. Deshpande 2005, p. 203.