Jump to content

ତୀବ୍ର ବିକିରଣ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ

 

Acute radiation syndrome
Radiation poisoning, radiation sickness, radiation toxicity
Radiation causes cellular degradation by autophagy.
ବିଭାଗCritical care medicine
ଲକ୍ଷଣEarly: Nausea, vomiting, loss of appetite[]
Later: Infections, bleeding, dehydration, confusion[]
ଆକ୍ରାନ୍ତ ସମୟWithin days[]
କାରଣLarge amounts of ionizing radiation over a short period of time[]
ରୋଗ ନିର୍ଣ୍ଣୟ ପଦ୍ଧତିBased on history of exposure and symptoms[]
ଚିକିତ୍ସାSupportive care (blood transfusions, antibiotics, colony stimulating factors, stem cell transplant)[]
PrognosisDepends on the exposure dose[]
ପୁନଃପୌନିକRare[]

ତୀବ୍ର ବିକିରଣ ସିଣ୍ଡ୍ରୋମ ( ଏଆରଏସ ), ଅନ୍ୟ ନାମ ବିକିରଣ ରୋଗ ବା ବିକିରଣ ବିଷାକ୍ରିୟା, ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବିକିରଣ ସଂସ୍ସର୍ଶରେ ଆସିଲେ ସୃଷ୍ଟି ହୁଏ । [] ଲକ୍ଷଣ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇପାରେ ଏବଂ ଅନେକ ମାସ ପର୍ଯ୍ୟନ୍ତ ରହିପାରେ | [] [] [] ପ୍ରଥମ କିଛି ଦିନ ମଧ୍ୟରେ ଲକ୍ଷଣରେ ସାଧାରଣତଃ ଅଇ, ବାନ୍ତି ସ‌ହିତ ଖାଦ୍ୟ ଅରୁଚି ହୁଏ | [] ଏହା ପରେ କିଛି ଘଣ୍ଟା କିମ୍ବା ସପ୍ତାହ ପର୍ଯ୍ୟନ୍ତ ସାମାନ୍ୟ ଲକ୍ଷଣ ଅନୁଭୁତ ହୁଏ ଯାହା ପରବର୍ତ୍ତୀ ସମୟରେ ଅତିରିକ୍ତ ଲକ୍ଷଣ ସ‌ହ ବିକଶିତ ହୁଏ ଏବଂ ପରେ ଆରୋଗ୍ୟ କିମ୍ବା ମୃତ୍ୟୁ ହୁଏ | []

ତୀବ୍ର ବିକିରଣ ସିଣ୍ଡ୍ରୋମରେ ବିକିରଣର ମୋଟ ମାତ୍ରା ୦.୭ ଜିୱାଇ (Gy) (70 ରାଡସ୍) ଥାର ଯାହା ସାଧାରଣତଃ ଶରୀର ବାହାରେ ଥିବା ଉତ୍ସରୁ କିଛି ମିନିଟ୍ ମଧ୍ୟରେ ଆସେଥାଏ | [] ଏହିପରି ବିକିରଣର ଉତ୍ସ ହଠାତ୍ କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ହୋଇପାରେ | [] ଏଗୁଡ଼ିକ ରିଆକ୍ଟର, ସାଇକ୍ଲୋଟ୍ରନସ ଏବଂ କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ କେତେକ ଉପକରଣରୁ ଆସିଥାଇପାରେ | [] ଏହାକୁ ସାଧାରଣତଃ ତିନି ପ୍ରକାରରେ ବିଭକ୍ତ କରାଯାଏ; ଅସ୍ଥି ମଜ୍ଜା ସିଣ୍ଡ୍ରୋମ ୦.୭ ଜିୱାଇରୁ ୧୦ ୦.୭ ଜିୱାଇ, ପାକଅନ୍ତନଳୀ ଏବଂ ନ୍ୟୁରୋଭାସ୍କୁଲାର ସିଣ୍ଡ୍ରୋମ ଦ୍ୱୟରେ ୫୦ଜିୱାଇରୁ ଅଧିକ ଡୋଜରେ ଦେଖାଯାଏ । [] [] ଅଧିକ ଗତିରେ ବିଭାଜିତ ହେଉଥିବା ଜୀବ କୋଷ ଗୁଡ଼ିକ ଅଧିକ ପ୍ରଭାବିତ ହୁଅନ୍ତି | [] ଅଧିକ ମାତ୍ରାର ସଂସ୍ପର୍ଶରେ ଆସିଲେ ଏହା ଡିଏନଏର କ୍ଷତି ଘଟାଏ ଯାହା ଅପୂରଣୀୟ ହୋଇପାରେ | [] ବିକିରଣ ସଂସ୍ପର୍ଶର ଇତିହାସ ଏବଂ ଲକ୍ଷଣ ଉପରେ ରୋଗ ନିର୍ଣ୍ଣ‌ୟ କରାଯାଏ । [] ବାରମ୍ବାର ସମ୍ପୁର୍ଣ୍ଣ ରକ୍ତ କଣିକା ଗଣନା (ସିବିସି) କରି ସଂସ୍ପର୍ଶର ଗମ୍ଭୀରତାର ସୂଚନା ମିଳିପାରେ | []

ତୀବ୍ର ବିକିରଣ ସିଣ୍ଡ୍ରୋମର ଚିକିତ୍ସାରେ ସାଧାରଣତଃ ସାହାଯ୍ୟକାରୀ ଯତ୍ନ ଆବଶ୍ୟକ ହୁଏ । [] ଏଥିରେ ରକ୍ତଦାନ, ଆଣ୍ଟିବାୟିଟିକସ, କଲୋନୀ-ଉତ୍ତେଜନାକାରୀ ଫ୍ୟାକ୍ଟର କିମ୍ବା ଷ୍ଟେମ ଜୀବକୋଷ ପ୍ରତିରୋପଣ ଆବଶ୍ୟକ ହୁଏ ।[] ଯଦି ଚର୍ମରେ କିମ୍ବା ପେଟରେ ରେଡିଓଆକ୍ଟିଭ୍ ପଦାର୍ଥ ରହିଥାଏ ତେବେ ଏହାକୁ ବାହାର କରିବା ଉଚିତ୍ | [] ରେଡୋଓଆୟୋଡିନ ଯଦି ପ୍ରଶ୍ୱାସରେ କିମ୍ବା ଖା‌ଦ୍ୟରେ ଗ୍ରହଣ କରାଯାଉଥିଲା ତେବେ ପୋଟାସିୟମ୍ ଆୟୋଡିଡ୍ ଦିଆଯାଇପାରେ | [] ଲିଉକେମିଆ ଏବଂ ଅନ୍ୟାନ୍ୟ କର୍କଟ ଭଳି ରୋଗରୁ ବଞ୍ଚିଥିବା ଲୋକଙ୍କର ଯଥାମାନ୍ୟ ପରିଚାଳନା କରାଯାଏ । [] ସ୍ୱଳ୍ପ ମିଆଦି ଫଳାଫଳ ସଂସ୍ପର୍ଶର ମାତ୍ରା ଉପରେ ନିର୍ଭର କରେ | []

ତୀବ୍ର ବିକିରଣ ସିଣ୍ଡ୍ରୋମ ସାଧାରଣତଃ ବିରଳ ଅଟେ | [] ଗୋଟିଏ ବିକିରଣ ଘଟଣାରେ ଅପେକ୍ଷାକୃତ ଅଧିକ ସଂଖ୍ୟକ ଲୋକ ପ୍ରଭାବିତ ହୋଇପାରନ୍ତି | [] ହିରୋସିମା ନାଗାସକି ଉପରେ ପଡ଼ିଥିବା ବମ ଏବଂ ଚେର୍ନୋବିଲ ଶକ୍ତି ପ୍ଲାଣ୍ଟ ବିପର୍ଯ୍ୟ‌ୟରେ ଉଲ୍ଲେଖନୀୟ ଘଟଣା ଘଟିଥିଲା। [] ସ୍ୱଳ୍ପ ମାତ୍ରାର ବିକିରଣ ଦୀର୍ଘ ଦିନ ଧରି ହେଲେ କ୍ରନିକ ବିକିରଣ ସିଣ୍ଡ୍ରୋମ ଦେଖାଯାଏ ଓ ଏହା ତୀବ୍ର ବିକିରଣ ସିଣ୍ଡ୍ରୋମଠାରୁ ଭିନ୍ନ ଅଟେ | [] []

  1. 1 2 3 4 5 6 7 8 9 10 11 12 "A Fact Sheet for Physicians". CDC. CDC Radiation Emergencies Acute Radiation Syndrome (in ଆମେରିକୀୟ ଇଂରାଜୀ). 22 April 2019. Retrieved 17 May 2019.
  2. 1 2 3 4 5 6 7 8 9 "Radiation Sickness". National Organization for Rare Disorders. Retrieved 6 June 2019.
  3. 1 2 3 4 5 6 7 8 Donnelly, EH; Nemhauser, JB; Smith, JM; Kazzi, ZN; Farfán, EB; Chang, AS; Naeem, SF (June 2010). "Acute radiation syndrome: assessment and management". Southern Medical Journal. 103 (6): 541–6. doi:10.1097/SMJ.0b013e3181ddd571. PMID 20710137.
  4. Xiao M, Whitnall MH (January 2009). "Pharmacological countermeasures for the acute radiation syndrome". Curr Mol Pharmacol. 2 (1): 122–133. doi:10.2174/1874467210902010122. PMID 20021452.
  5. Chao, NJ (April 2007). "Accidental or intentional exposure to ionizing radiation: biodosimetry and treatment options". Experimental Hematology. 35 (4 Suppl 1): 24–7. doi:10.1016/j.exphem.2007.01.008. PMID 17379083.
  6. Acosta, R; Warrington, SJ (January 2019). "Radiation Syndrome". PMID 28722960. {{cite journal}}: Cite journal requires |journal= (help)
  7. Akleyev, Alexander V. (2014). "chronic%20radiation%20syndrome"&pg=PA1 Chronic Radiation Syndrome (in ଇଂରାଜୀ). Springer Science & Business Media. p. 1. ISBN 9783642451171.
  8. Gusev, Igor; Guskova, Angelina; Mettler, Fred A. (2001). Medical Management of Radiation Accidents (in ଇଂରାଜୀ). CRC Press. p. 18. ISBN 9781420037197.