ତୀବ୍ର ବିକିରଣ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ

 

Acute radiation syndrome
Radiation poisoning, radiation sickness, radiation toxicity
Radiation causes cellular degradation by autophagy.
ବିଭାଗCritical care medicine
ଲକ୍ଷଣEarly: Nausea, vomiting, loss of appetite[୧]
Later: Infections, bleeding, dehydration, confusion[୧]
ଆକ୍ରାନ୍ତ ସମୟWithin days[୧]
କାରଣLarge amounts of ionizing radiation over a short period of time[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on history of exposure and symptoms[୨]
ଚିକିତ୍ସାSupportive care (blood transfusions, antibiotics, colony stimulating factors, stem cell transplant)[୩]
PrognosisDepends on the exposure dose[୨]
ପୁନଃପୌନିକRare[୩]

ତୀବ୍ର ବିକିରଣ ସିଣ୍ଡ୍ରୋମ ( ଏଆରଏସ ), ଅନ୍ୟ ନାମ ବିକିରଣ ରୋଗ ବା ବିକିରଣ ବିଷାକ୍ରିୟା, ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବିକିରଣ ସଂସ୍ସର୍ଶରେ ଆସିଲେ ସୃଷ୍ଟି ହୁଏ । [୧] ଲକ୍ଷଣ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇପାରେ ଏବଂ ଅନେକ ମାସ ପର୍ଯ୍ୟନ୍ତ ରହିପାରେ | [୧] [୩] [୪] ପ୍ରଥମ କିଛି ଦିନ ମଧ୍ୟରେ ଲକ୍ଷଣରେ ସାଧାରଣତଃ ଅଇ, ବାନ୍ତି ସ‌ହିତ ଖାଦ୍ୟ ଅରୁଚି ହୁଏ | [୧] ଏହା ପରେ କିଛି ଘଣ୍ଟା କିମ୍ବା ସପ୍ତାହ ପର୍ଯ୍ୟନ୍ତ ସାମାନ୍ୟ ଲକ୍ଷଣ ଅନୁଭୁତ ହୁଏ ଯାହା ପରବର୍ତ୍ତୀ ସମୟରେ ଅତିରିକ୍ତ ଲକ୍ଷଣ ସ‌ହ ବିକଶିତ ହୁଏ ଏବଂ ପରେ ଆରୋଗ୍ୟ କିମ୍ବା ମୃତ୍ୟୁ ହୁଏ | [୧]

ତୀବ୍ର ବିକିରଣ ସିଣ୍ଡ୍ରୋମରେ ବିକିରଣର ମୋଟ ମାତ୍ରା ୦.୭ ଜିୱାଇ (Gy) (70 ରାଡସ୍) ଥାର ଯାହା ସାଧାରଣତଃ ଶରୀର ବାହାରେ ଥିବା ଉତ୍ସରୁ କିଛି ମିନିଟ୍ ମଧ୍ୟରେ ଆସେଥାଏ | [୧] ଏହିପରି ବିକିରଣର ଉତ୍ସ ହଠାତ୍ କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ହୋଇପାରେ | [୫] ଏଗୁଡ଼ିକ ରିଆକ୍ଟର, ସାଇକ୍ଲୋଟ୍ରନସ ଏବଂ କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ କେତେକ ଉପକରଣରୁ ଆସିଥାଇପାରେ | [୨] ଏହାକୁ ସାଧାରଣତଃ ତିନି ପ୍ରକାରରେ ବିଭକ୍ତ କରାଯାଏ; ଅସ୍ଥି ମଜ୍ଜା ସିଣ୍ଡ୍ରୋମ ୦.୭ ଜିୱାଇରୁ ୧୦ ୦.୭ ଜିୱାଇ, ପାକଅନ୍ତନଳୀ ଏବଂ ନ୍ୟୁରୋଭାସ୍କୁଲାର ସିଣ୍ଡ୍ରୋମ ଦ୍ୱୟରେ ୫୦ଜିୱାଇରୁ ଅଧିକ ଡୋଜରେ ଦେଖାଯାଏ । [୧] [୩] ଅଧିକ ଗତିରେ ବିଭାଜିତ ହେଉଥିବା ଜୀବ କୋଷ ଗୁଡ଼ିକ ଅଧିକ ପ୍ରଭାବିତ ହୁଅନ୍ତି | [୩] ଅଧିକ ମାତ୍ରାର ସଂସ୍ପର୍ଶରେ ଆସିଲେ ଏହା ଡିଏନଏର କ୍ଷତି ଘଟାଏ ଯାହା ଅପୂରଣୀୟ ହୋଇପାରେ | [୨] ବିକିରଣ ସଂସ୍ପର୍ଶର ଇତିହାସ ଏବଂ ଲକ୍ଷଣ ଉପରେ ରୋଗ ନିର୍ଣ୍ଣ‌ୟ କରାଯାଏ । [୨] ବାରମ୍ବାର ସମ୍ପୁର୍ଣ୍ଣ ରକ୍ତ କଣିକା ଗଣନା (ସିବିସି) କରି ସଂସ୍ପର୍ଶର ଗମ୍ଭୀରତାର ସୂଚନା ମିଳିପାରେ | [୧]

ତୀବ୍ର ବିକିରଣ ସିଣ୍ଡ୍ରୋମର ଚିକିତ୍ସାରେ ସାଧାରଣତଃ ସାହାଯ୍ୟକାରୀ ଯତ୍ନ ଆବଶ୍ୟକ ହୁଏ । [୩] ଏଥିରେ ରକ୍ତଦାନ, ଆଣ୍ଟିବାୟିଟିକସ, କଲୋନୀ-ଉତ୍ତେଜନାକାରୀ ଫ୍ୟାକ୍ଟର କିମ୍ବା ଷ୍ଟେମ ଜୀବକୋଷ ପ୍ରତିରୋପଣ ଆବଶ୍ୟକ ହୁଏ ।[୩] ଯଦି ଚର୍ମରେ କିମ୍ବା ପେଟରେ ରେଡିଓଆକ୍ଟିଭ୍ ପଦାର୍ଥ ରହିଥାଏ ତେବେ ଏହାକୁ ବାହାର କରିବା ଉଚିତ୍ | [୨] ରେଡୋଓଆୟୋଡିନ ଯଦି ପ୍ରଶ୍ୱାସରେ କିମ୍ବା ଖା‌ଦ୍ୟରେ ଗ୍ରହଣ କରାଯାଉଥିଲା ତେବେ ପୋଟାସିୟମ୍ ଆୟୋଡିଡ୍ ଦିଆଯାଇପାରେ | [୨] ଲିଉକେମିଆ ଏବଂ ଅନ୍ୟାନ୍ୟ କର୍କଟ ଭଳି ରୋଗରୁ ବଞ୍ଚିଥିବା ଲୋକଙ୍କର ଯଥାମାନ୍ୟ ପରିଚାଳନା କରାଯାଏ । [୨] ସ୍ୱଳ୍ପ ମିଆଦି ଫଳାଫଳ ସଂସ୍ପର୍ଶର ମାତ୍ରା ଉପରେ ନିର୍ଭର କରେ | [୨]

ତୀବ୍ର ବିକିରଣ ସିଣ୍ଡ୍ରୋମ ସାଧାରଣତଃ ବିରଳ ଅଟେ | [୩] ଗୋଟିଏ ବିକିରଣ ଘଟଣାରେ ଅପେକ୍ଷାକୃତ ଅଧିକ ସଂଖ୍ୟକ ଲୋକ ପ୍ରଭାବିତ ହୋଇପାରନ୍ତି | [୬] ହିରୋସିମା ନାଗାସକି ଉପରେ ପଡ଼ିଥିବା ବମ ଏବଂ ଚେର୍ନୋବିଲ ଶକ୍ତି ପ୍ଲାଣ୍ଟ ବିପର୍ଯ୍ୟ‌ୟରେ ଉଲ୍ଲେଖନୀୟ ଘଟଣା ଘଟିଥିଲା। [୧] ସ୍ୱଳ୍ପ ମାତ୍ରାର ବିକିରଣ ଦୀର୍ଘ ଦିନ ଧରି ହେଲେ କ୍ରନିକ ବିକିରଣ ସିଣ୍ଡ୍ରୋମ ଦେଖାଯାଏ ଓ ଏହା ତୀବ୍ର ବିକିରଣ ସିଣ୍ଡ୍ରୋମଠାରୁ ଭିନ୍ନ ଅଟେ | [୭] [୮]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "A Fact Sheet for Physicians". CDC. CDC Radiation Emergencies Acute Radiation Syndrome (in ଆମେରିକୀୟ ଇଂରାଜୀ). 22 April 2019. Retrieved 17 May 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Radiation Sickness". National Organization for Rare Disorders. Retrieved 6 June 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Donnelly, EH; Nemhauser, JB; Smith, JM; Kazzi, ZN; Farfán, EB; Chang, AS; Naeem, SF (June 2010). "Acute radiation syndrome: assessment and management". Southern Medical Journal. 103 (6): 541–6. doi:10.1097/SMJ.0b013e3181ddd571. PMID 20710137.
  4. Xiao M, Whitnall MH (January 2009). "Pharmacological countermeasures for the acute radiation syndrome". Curr Mol Pharmacol. 2 (1): 122–133. doi:10.2174/1874467210902010122. PMID 20021452.
  5. Chao, NJ (April 2007). "Accidental or intentional exposure to ionizing radiation: biodosimetry and treatment options". Experimental Hematology. 35 (4 Suppl 1): 24–7. doi:10.1016/j.exphem.2007.01.008. PMID 17379083.
  6. Acosta, R; Warrington, SJ (January 2019). "Radiation Syndrome". PMID 28722960. {{cite journal}}: Cite journal requires |journal= (help)
  7. Akleyev, Alexander V. (2014). "chronic%20radiation%20syndrome"&pg=PA1 Chronic Radiation Syndrome (in ଇଂରାଜୀ). Springer Science & Business Media. p. 1. ISBN 9783642451171.
  8. Gusev, Igor; Guskova, Angelina; Mettler, Fred A. (2001). Medical Management of Radiation Accidents (in ଇଂରାଜୀ). CRC Press. p. 18. ISBN 9781420037197.