ତୀବ୍ର ଅଙ୍ଗ ଇସ୍କେମିଆ

ଉଇକିପିଡ଼ିଆ‌ରୁ
Acute limb ischaemia
Acute limb ischemia, acute arterial occlusion
Acute embolism to the right femoral artery resulting in ischemia
ବିଭାଗVascular surgery
ଲକ୍ଷଣPale, painful, numb, immobile, pulseless, cool limb[୧]
ଆକ୍ରାନ୍ତ ସମୟHours to days[୨]
କାରଣThrombosis, embolism, dissection, trauma[୨]
ବିପଦ କାରକSmoking, diabetes, obesity, sedentary lifestyle, family history, high cholesterol, high blood pressure, atrial fibrillation[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by CT angiogram[୧]
ସଠିକ ରୋଗ ନିର୍ଣ୍ଣୟChronic limb ischemia[୨]
ଔଷଧUnfractionated heparin, pain management[୧]
ଚିକିତ୍ସାSurgery, thrombolysis[୧]
ପୁନଃପୌନିକ15 to 22 per 100,000 per year[୧][୩]

ତୀବ୍ର ଅଙ୍ଗ ଇସ୍କେମିଆ ( ALI ) ରୋଗ ହେଲେରେ ଅବୟବରେ ରକ୍ତ ପ୍ରବାହ ହଠାତ୍ ହ୍ରାସ ହୁଏ । [୪] ରୋଗର ଲକ୍ଷଣଗୁଡିକରେ ଅବୟବ ଫିକା ଦେଖାଯାଏ, କାଲୁଆ, ଯନ୍ତ୍ରଣାଦାୟକ, ଚଳତ୍ ଶକ୍ତିହୀନ, ନାଡ଼ିହୀନ ଏବଂ ଅବୟବ ଥଣ୍ଡା ଲାଗେ ।[୫] ଯେ କୌଣସି ଅଙ୍ଗ ଜଡିତ ହୋଇପାରେ, ଗୋଡ ସାଧାରଣତଃ ପ୍ରଭାବିତ ହୋଇଥାଏ । [୧] ରୋଗ ଜଟିଳ ହେଲେ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ । [୧]

ପ୍ରାନ୍ତୀୟ ଧମନୀ ରୋଗ ଥିଲେ ଥ୍ରୋମ୍ବୋସିସ ହେବା ଏହାର ସାଧାରଣ କାରଣ (PAD) ଚିବେଚିତ ହୋଇଥାଏ । [୫] ଅନ୍ୟାନ୍ୟ କାରଣ ମଧ୍ୟରେ ଏମ୍ବୋଲିଜ୍ମ, ଡିସେକସନ କିମ୍ବା ଆଘାତ ହୋଇପାରେ । [୬] ଧୂମପାନ, ମଧୁମେହ, ମେଦବହୁଳତା, ଏକାକୀ ଜୀବନ, ପାରିବାରିକ ଇତିହାସ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପ ଭଳି ବିପଦ କାରକଗୁଡ଼ିକ ଯୋଗୁ ଏହି ରୋଗ ହୋଇପାରେ । [୧] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ସିଟି ଅଞ୍ଜିଓଗ୍ରାମ କରି ନିଶ୍ଚିତ କରାଯାଇଥାଏ। [୧] କ୍ରନିକ ଅଙ୍ଗ ଇସ୍କେମିଆରେ ଲକ୍ଷଣ ଧୀରେ ଧୀରେ ବିକଶିତ ହୁଏ, କୌଣସି ନାଡି ନ ଥାଇପାରେ ଓ ୨ ସପ୍ତାହରୁ ଅଧିକ ସମୟ ‌ ଲକ୍ଷଣ ଦେଖାଯାଏ । [୭]

ଚିକିତ୍ସା ସାଧାରଣତଃ ତୁରନ୍ତ ଅସ୍ତ୍ରୋପଚାରଦ୍ୱାରା ହୋଇଥାଏ; ଯେଉଁଥିରେ ସର୍ଜିକାଲ ବାଇପାସ, ଏଣ୍ଡଆର୍ଟେରେଲ୍ଟୋମି କିମ୍ବାଏମ୍ବୋଲେକ୍ଟୋମି କରାଯାଏ । [୧] ଅସ୍ତ୍ରୋପଚାରକୁ ଅପେକ୍ଷା କରିବା ସମୟରେ ଅବିଭକ୍ତ ହେପାରିନ୍ ଏବଂ ଯନ୍ତ୍ରଣା ନିବାରକ ଔଷଧ ବାରମ୍ବାର ପ୍ରଦାନ କରାଯାଏ । [୧] ଯଦି ଚିକିତ୍ସା ବିଳମ୍ବ ହୁଏ ତେବେ ଆମ୍ପ୍ୟୁଟେସନ୍ ଆବଶ୍ୟକ ହୋଇପାରେ । [୧] ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ପ୍ରାୟ ୧୫% ଲୋକ ଏକ ବର୍ଷ ମଧ୍ୟରେ ମୃତ୍ୟୁବରଣ କରନ୍ତି । [୬]

ପ୍ରତିବର୍ଷ ଏହି ରୋଗରେ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୫ରୁ ୨୨ ଜଣ ପିଡ଼ିତ ହୋଇଥାଅନ୍ତି ।[୫] [୪] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୧] [୮] [୧] ପ୍ରୟ ୭୫ ବର୍ଷ ବୟସରେ ଏହି ରୋଗ ହୁଏ । ଇସକେମିଆ ଶବ୍ଦଟି ଗ୍ରୀକ୍ ଭାଷାରୁ ନିଆଯାଇଛି; ଇସ୍କିନ୍ର ଅର୍ଥ ହେଉଛି "ଧରିବା" ଏବଂ ହାମା ଅର୍ଥ "ରକ୍ତ" । [୯]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Smith, DA; Lilie, CJ (January 2021). "Acute Arterial Occlusion". PMID 28722881. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ Creager, Mark A.; Kaufman, John A.; Conte, Michael S. (2012). "Acute Limb Ischemia". New England Journal of Medicine. 366 (23): 2198–2206. doi:10.1056/NEJMcp1006054. PMID 22670905.
  3. Santistevan, JR (November 2017). "Acute Limb Ischemia: An Emergency Medicine Approach". Emergency medicine clinics of North America. 35 (4): 889–909. doi:10.1016/j.emc.2017.07.006. PMID 28987435.
  4. ୪.୦ ୪.୧ Santistevan, JR (November 2017). "Acute Limb Ischemia: An Emergency Medicine Approach". Emergency medicine clinics of North America. 35 (4): 889–909. doi:10.1016/j.emc.2017.07.006. PMID 28987435.
  5. ୫.୦ ୫.୧ ୫.୨ Smith, DA; Lilie, CJ (January 2021). "Acute Arterial Occlusion". PMID 28722881. {{cite journal}}: Cite journal requires |journal= (help)
  6. ୬.୦ ୬.୧ Creager, Mark A.; Kaufman, John A.; Conte, Michael S. (2012). "Acute Limb Ischemia". New England Journal of Medicine. 366 (23): 2198–2206. doi:10.1056/NEJMcp1006054. PMID 22670905.
  7. Farber, A (12 July 2018). "Chronic Limb-Threatening Ischemia". The New England Journal of Medicine. 379 (2): 171–180. doi:10.1056/NEJMcp1709326. PMID 29996085.
  8. Lanzer, Peter; Topol, Eric J. (2002). Pan Vascular Medicine: Integrated Clinical Management (in ଇଂରାଜୀ). Springer Science & Business Media. p. 1353. ISBN 978-3-540-41484-1. Archived from the original on 2021-08-27. Retrieved 2021-03-04.
  9. "Definition of ISCHEMIA". www.merriam-webster.com (in ଇଂରାଜୀ). Archived from the original on 23 September 2020. Retrieved 4 March 2021.