ତିଳୋତ୍ତମା ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ତିଳୋତ୍ତମା ଖୁଣ୍ଟିଆ
ମୃତ୍ୟୁ୧୨ ଅକ୍ଟୋବର ୨୦୨୨(୨୦୨୨-୧୦-୧୨) (୫୭ ବର୍ଷ)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ବୈବାହିକ-ସାଥୀହିମାଂଶୁ ସାମଲ
ସନ୍ତାନଅନୁଭୂତି ସାମଲ
ଦେବୀକା ଅରୁନ୍ଧତୀ ସାମଲ

ତିଳୋତ୍ତମା ଖୁଣ୍ଟିଆ (ମୃତ୍ୟୁ: ୧୨ ଅକ୍ଟୋବର ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରୁଥିଲେ । ତୁଳସୀ, ସିନ୍ଦୂର ବିନ୍ଦୁ, କେମିତି ଏ ବନ୍ଧନ ଭଳି ଓଡ଼ିଆ ଧାରାବାହିକରେ ସେ ଅଭିନୟ କରିଥିଲେ ।

ପରିବାର[ସମ୍ପାଦନା]

ତିଳୋତ୍ତମା ଖୁଣ୍ଟିଆ ଓଡ଼ିଆ ନାଟ୍ୟ ନିର୍ଦ୍ଦେଶକ ହିମାଂଶୁ ସାମଲଙ୍କୁ ବିବାହ କରିଥିଲେ । ତାଙ୍କ ସାନ ଝିଅ ଦେବୀକା ଅରୁନ୍ଧତୀ ସାମଲ ଜଣେ ଅଭିନେତ୍ରୀ ଭାବରେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରୁଛନ୍ତି ।[୧]

ଅଭିନୟ ଜୀବନ[ସମ୍ପାଦନା]

ତିଳୋତ୍ତମା ଖୁଣ୍ଟିଆ ଓଡ଼ିଆ ଧାରାବାହିକରେ ମା' ଭୂମିକାରେ ଅଭିନୟ କରୁଥିଲେ । ସେ ଇଟିଭି ଓଡ଼ିଆର ଧାରାବାହିକ ତୁଳସୀ, ତରଙ୍ଗ ଟିଭିର ଧାରାବାହିକ ସିନ୍ଦୂର ବିନ୍ଦୁ, କେମିତି ଏ ବନ୍ଧନ ଆଦି ଧାରାବାହିକରେ ମା' ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ ଭୂମିକା
ତୁଳସୀ ଇଟିଭି ଓଡ଼ିଆ
ସିନ୍ଦୂର ବିନ୍ଦୁ ତରଙ୍ଗ ଟିଭି
କେମିତି ଏ ବନ୍ଧନ

ମୃତ୍ୟୁ[ସମ୍ପାଦନା]

ତିଳୋତ୍ତମା ଖୁଣ୍ଟିଆ ୨୦୨୨ ମସିହାର ଅକ୍ଟୋବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ହୃଦୟକିଡନିଜନିତ ରୋଗରେ ସେ ୨ ବର୍ଷ ଧରି ପୀଡ଼ିତ ଥିଲେ ଏବଂ ୫୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "ସତର ବର୍ଷ ବୟସରେ ପରଦାରେ 'ଜେଜେ ମା' ବନିଥିଲେ ଏହି ନାୟିକା". ସମ୍ବାଦ. sambad.in. 13 October 2017. Archived from the original on 7 May 2021. Retrieved 28 December 2022.
  2. "Odia Film and TV actress Tilottama Khuntia passes away". KalingaTV (in English). Bhubaneswar. 12 October 2022. Archived from the original on 21 November 2022. Retrieved 28 December 2022.{{cite news}}: CS1 maint: unrecognized language (link)
  3. Pattnaik, Sagarika (13 October 2022). "ପରଲୋକରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ - Dharitri". Dharitri Odia News. ଭୁବନେଶ୍ୱର. Archived from the original on 28 December 2022. Retrieved 28 December 2022.