Jump to content

ତିଲକା ମାଁଝୀ

ଉଇକିପିଡ଼ିଆ‌ରୁ
(ତିଲକା ମାଝୀରୁ ଲେଉଟି ଆସିଛି)
ଝାଡଖଣ୍ଡର ଦୁମକାରେ ଥିବା ତିଲକା ମାଁଝୀ ପ୍ରତିମୂର୍ତ୍ତି

ବାବା ତିଲକା ମାଁଝୀ ଜଣେ ଭାରତୀୟ ପ୍ରଥମ ଆଦିବାସୀ ସଂଗ୍ରାମୀ ଯାହାଙ୍କ ନେତୃତ୍ୱରେ ୧୭୮୫ ମସିହାରେ ବ୍ରିଟିଶ ସରକାରଙ୍କର ଅତ୍ୟାଚାର ବିରୁଦ୍ଧରେ ଏକ ସ୍ୱର ଉତ୍ତୋଳନ କରିଥିଲେ ।[] ଏ ବିଦ୍ରୋହ ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏବଂ ମଙ୍ଗଳ ପାଣ୍ଡେଙ୍କ ସମୟର ଅନେକ ପୁର୍ବରୁ ହୋଇଥିବା ହେତୁ ତିଲକା ମାଁଝୀଙ୍କୁ ପ୍ରଥମ ସ୍ୱାଧିନତା ସଂଗ୍ରାମୀ ବୋଲି ମଧ୍ୟ ଦାବି କରାଯାଏ ।[]

ପରିଚୟ

[ସମ୍ପାଦନା]

ତିଲକା ମାଁଝୀ ବିହାରରେ ଥିବା ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ତିଲକପୁର ଗ୍ରାମରେ ୧୧ ଫେବ୍ରୁୟାରୀ ୧୭୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । [] ତାଙ୍କ ପିତାଙ୍କର ନାଁ ସୁନ୍ଦରମୋହନ ମୁର୍ମୁ ଥିଲା । ଛୋଟ ବେଳୁ ସେ ପାହାଡ଼ିଆ ଅଞ୍ଚଳରେ ବଢିଥିବାରୁ କୁସ୍ତି ଲଢିବା,ଗଛ ଚଢିବା ଏବଂ ପଶୁ ପକ୍ଷୀମାନଙ୍କୁ ଶିକାର କରିବାରେ ନିପୁଣ ଥିଲେ । ସେ ଉଭୟ ବ୍ରିଟିଶ ଏବଂ ଜମିଦାରି ବିରଦ୍ଧରେ ସଂଗ୍ରାମ କରିଥିଲେ । ପରେ ୧୭୮୫ରେ ତାଙ୍କୁ ଗିରଫକରି, ଗୋଟିଏ ଘୋଡ଼ା ଲାଞ୍ଜରେ ବାନ୍ଧି ଘୋଷାଡି ଥିଲେ ଏବଂ ଭାଗଲପୁର କଲେକ୍ଟର ଅଫିସ ସାମ୍ନାରେ ଥିବା ବରଗଛରେ ଫାଶୀକରି ଝୁଲାଇ ଦିଆଯାଇଥିଲା ।[]

  1. "UTKAL PRASANGA NOVEMBER 2022..." magazines.odisha.gov.in. Archived from the original on 2023-04-30. Retrieved 2025-04-16.
  2. https://madrascourier.com/biography/tilka-manjhi-indias-first-and-forgotten-freedom-fighter/
  3. http://www.jagran.com/jharkhand/sahibganj-8806138.html
  4. http://www.indiastudychannel.com/resources/165593-Biography-of-Tilka-Majhi-1750-1785.aspx