ତିଲକା ମାଁଝୀ

ଉଇକିପିଡ଼ିଆ‌ରୁ
ଝାଡଖଣ୍ଡର ଦୁମକାରେ ଥିବା ତିଲକା ମାଁଝୀ ପ୍ରତିମୂର୍ତ୍ତି

ବାବା ତିଲକା ମାଁଝୀ ଜଣେ ଭାରତୀୟ ପ୍ରଥମ ଆଦିବାସୀ ସଂଗ୍ରାମୀ ଯାହାଙ୍କ ନେତୃତ୍ୱରେ ୧୭୮୫ ମସିହାରେ ବ୍ରିଟିଶ ସରକାରଙ୍କର ଅତ୍ୟାଚାର ବିରୁଦ୍ଧରେ ଏକ ସ୍ୱର ଉତ୍ତୋଳନ କରିଥିଲେ । ଏ ବିଦ୍ରୋହ ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏବଂ ମଙ୍ଗଳ ପାଣ୍ଡେଙ୍କ ସମୟର ଅନେକ ପୁର୍ବରୁ ହୋଇଥିବା ହେତୁ ତିଲକା ମାଁଝୀଙ୍କୁ ପ୍ରଥମ ସ୍ୱାଧିନତା ସଂଗ୍ରାମୀ ବୋଲି ମଧ୍ୟ ଦାବି କରାଯାଏ ।[୧]

ପରିଚୟ[ସମ୍ପାଦନା]

ତିଲକା ମାଁଝୀ ବିହାରରେ ଥିବା ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ତିଲକପୁର ଗ୍ରାମରେ ୧୧ ଫେବ୍ରୁୟାରୀ ୧୭୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । [୨] ତାଙ୍କ ପିତାଙ୍କର ନାଁ ସୁନ୍ଦରମୋହନ ମୁର୍ମୁ ଥିଲା । ଛୋଟ ବେଳୁ ସେ ପାହାଡ଼ିଆ ଅଞ୍ଚଳରେ ବଢିଥିବାରୁ କୁସ୍ତି ଲଢିବା,ଗଛ ଚଢିବା ଏବଂ ପଶୁ ପକ୍ଷୀମାନଙ୍କୁ ଶିକାର କରିବାରେ ନିପୁଣ ଥିଲେ । ସେ ଉଭୟ ବ୍ରିଟିଶ ଏବଂ ଜମିଦାରି ବିରଦ୍ଧରେ ସଂଗ୍ରାମ କରିଥିଲେ । ପରେ ୧୭୮୫ରେ ତାଙ୍କୁ ଗିରଫକରି, ଗୋଟିଏ ଘୋଡ଼ା ଲାଞ୍ଜରେ ବାନ୍ଧି ଘୋଷାଡି ଥିଲେ ଏବଂ ଭାଗଲପୁର କଲେକ୍ଟର ଅଫିସ ସାମ୍ନାରେ ଥିବା ବରଗଛରେ ଫାଶୀକରି ଝୁଲାଇ ଦିଆଯାଇଥିଲା ।[୩]

ଆଧାର[ସମ୍ପାଦନା]