ତିଲକା ମାଁଝୀ
ବାବା ତିଲକା ମାଁଝୀ ଜଣେ ଭାରତୀୟ ପ୍ରଥମ ଆଦିବାସୀ ସଂଗ୍ରାମୀ ଯାହାଙ୍କ ନେତୃତ୍ୱରେ ୧୭୮୫ ମସିହାରେ ବ୍ରିଟିଶ ସରକାରଙ୍କର ଅତ୍ୟାଚାର ବିରୁଦ୍ଧରେ ଏକ ସ୍ୱର ଉତ୍ତୋଳନ କରିଥିଲେ । ଏ ବିଦ୍ରୋହ ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ୱାଧିନତା ସଂଗ୍ରାମ ଏବଂ ମଙ୍ଗଲ ପାଣ୍ଡେଙ୍କ ସମୟର ଅନେକ ପୁର୍ବରୁ ହୋଇଥିବା ହେତୁ ତିଲକା ମାଁଝୀଙ୍କୁ ପ୍ରଥମ ସ୍ୱାଧିନତା ସଂଗ୍ରାମୀ ବୋଲି ମଧ୍ୟ ଦାବି କରାଯାଏ ।[୧]
ପରିଚୟ[ସମ୍ପାଦନା]
ତିଲକା ମାଁଝୀ ବିହାରରେ ଥିବା ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ତିଲକପୁର ଗ୍ରାମରେ ୧୧ ଫେବ୍ରୁୟାରୀ ୧୭୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । [୨] ତାଙ୍କ ପିତାଙ୍କର ନାଁ ସୁନ୍ଦରମୋହନ ମୁର୍ମୁ ଥିଲା । ଛୋଟ ବେଳୁ ସେ ପାହାଡିଆ ଅଞ୍ଚଳରେ ବଢିଥିବାରୁ କୁସ୍ତି ଲଢିବା,ଗଛ ଚଢିବା ଏବଂ ପଶୁ ପକ୍ଷୀ ମାନଙ୍କୁ ଶିକାର କରିବାରେ ନିପୁଣ ଥିଲେ । ସେ ଉଭୟ ବ୍ରିଟିଶ ଏବଂ ଜମିଦାରି ବିରଦ୍ଧରେ ସଂଗ୍ରାମ କରିଥିଲେ । ପରେ ୧୭୮୫ରେ ତାଙ୍କୁ ଗିରଫକରି, ଗୋଟିଏ ଘୋଡା ଲାଞ୍ଜରେ ବାନ୍ଧି ଘୋଷାଡି ଥିଲେ ଏବଂ ଭାଗଲପୁର କଲେକ୍ଟର ଅଫିସ ସାମ୍ନାରେ ଥିବା ବରଗଛରେ ଫାଶୀକରି ଝୁଲାଇ ଦିଆଯାଇଥିଲା ।[୩]