ତିତାସ ଭୌମିକ

ଉଇକିପିଡ଼ିଆ‌ରୁ
ତିତାସ ଭୌମିକ
ଜନ୍ମ
କଲିକତା, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ ଓ ମଡେଲ୍
ପ୍ରସିଦ୍ଧି'ମୋତେ ଆମି ମିଲେରେ କାକୋଲି
ଉଲ୍ଲେଖନୀୟ କୃତିତୋମୋ ଆମି ମିଲେ

ତିତାସ ଭୌମିକ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଏବଂ ଦୂରଦର୍ଶନରେ କାମ କରନ୍ତି । ସେ ବଙ୍ଗଳା ଧାରାବାହିକ ତୋମେ ଆମି ମିଲେରେ କାକୋଲି ଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ୨୦୧୧ ମସିହାରେ ସେ ପଗ୍ଲୁ ନାମକ ବଙ୍ଗଳା କଥାଚିତ୍ର ପାଇଁ ମଧ୍ୟ ବେଶ୍ ଜଣଶୁଣା । । ୱିଲିଅମ ସେକ୍ସପିଅରଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ସେ କଲିକତାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ସେକ୍ସପିୟରଙ୍କଦ୍ୱାରା ରଚିତ ଏକ ହାସ୍ୟାତ୍ମକ ନାଟକ ଟାଇମିଂ ଅଫ୍ ଦ ଶ୍ରୁର ଏକ ଦୃଶ୍ୟରେ ଅଭିନୟ କରିଥିଲେ ।[୧]

ସେ ସମଦର୍ଶୀ ଦତ୍ତଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ । ୨୦୧୮ ମସିହାରେ ଉଭୟଙ୍କ ମଧ୍ଯରେ ବିବାହ ବିଚ୍ଛେଦ ଘଟିଥିଲା । ୨୦୧୩ ମସିହାରେ ସେ ବିଗ୍ ବସ୍ ବାଂଲାର ପ୍ରଥମ ସଂସ୍କରଣରେ ଭାଗ ନେଇଥିଲେ ।

ଅଭିନୀତ ଧାରାବାହିକ[ସମ୍ପାଦନା]

  • ତାରେ ଆମି ଚୋଖେ ଦେଖିନି
  • ଘୋରେ ଫେରାର ଗାନା (ରାଇନା ଭୂମିକାରେ)
  • ତୋମାଇ ଆମି ମିଲେ (କାକୋଲି ଘୋଷ ଭୂମିକାରେ)
  • ଦୁଗ୍ଗା ଦୁଗ୍ଗା
  • ସନ୍ୟାସି ରାଜା (ରାଣୀ କନସପ୍ରଭା ଭୂମିକାରେ)
  • ମହାପ୍ରଭୁ ଶ୍ରୀ ଚୈତନ୍ୟ (ନିମାଇଙ୍କ ମାଆ ଭୂମିକାରେ)
  • ଜୟ ବାବା ଲୋକନାଥ (ସୁଧା ଭୂମିକାରେ)
  • ମୀରା
  • କୋରା ପକ୍ଷୀ (ମେଧା ସିହ୍ନା ଭୂମିକାରେ)

ଅଭିନୀତ କଥାଚିତ୍ର[ସମ୍ପାଦନା]

  • କାଦମ୍ବରୀ (୨୦୧୫)
  • ପଗ୍ଲୁ (2011)

ଆଧାର[ସମ୍ପାଦନା]

  1. "Bard-day cake & Duncan's ex-wife". The Telegraph. Archived from the original on 29 May 2014.

ବାହାର ଲିଙ୍କ୍[ସମ୍ପାଦନା]