ୱିଲିଅମ ସେକ୍ସପିଅର
William
Shakespeare | |
---|---|
![]() The Chandos portrait, artist and authenticity unconfirmed. National Portrait Gallery, London. | |
ଜନ୍ମ ଓ ଜନ୍ମସ୍ଥାନ | Baptised 26 April 1564 (birth date unknown) Stratford-upon-Avon, Warwickshire, England |
ମୃତ୍ୟୁ | 23 April 1616 (aged 52) Stratford-upon-Avon, Warwickshire, England |
ବୃତ୍ତି | Playwright, poet, actor |
ଜାତୀୟତା | English |
ସମୟ | English Renaissance |
ଜୀବନ ସାଥି | |
ସନ୍ତାନ | |
ଜ୍ଞାତି କୁଟୁମ୍ବ |
|
ଦସ୍ତଖତ | ![]() |
ୱିଲିଅମ୍ ସେକ୍ସପିଅର ଜଣେ ଇଂରେଜ କବି, ନାଟ୍ୟକାର ଓ ଅଭିନେତା ଥିଲେ । ଇଂରାଜୀ ଭାଷାର ଶ୍ରେଷ୍ଠତମ ଲେଖକ ଭାବେ ସେ ପରିଗଣିତ । "ବାର୍ଡ୍ ଅଫ୍ ଏଭୋନ୍" (ଏଭୋନର ଗୀତି କବି) ନାମରେ ପ୍ରସିଦ୍ଧ ଏହି ମହାକବିଙ୍କୁ ଇଂଲଣ୍ଡର ଜାତୀୟ କବି ବୋଲି ମଧ୍ୟ ଗ୍ରହଣ କରାଯାଏ । ତାଙ୍କ ରଚନା ସବୁ ମଧ୍ୟରେ ୩୮ଟି ନାଟକ, ୧୫୪ ସନେଟ, ଦୁଇଟି ଦୀର୍ଘ କବିତା ଓ କେତୋଟି କ୍ଷୁଦ୍ର ଧାଡି କବିତା ଅନ୍ତର୍ଭୁକ୍ତ । ତାଙ୍କ ନାଟକ ସବୁ ଅନେକ ଭାଷାରେ ଅନୂଦିତ ହୋଇଛି ।
ଇଂଲଣ୍ଡର ଏଭୋନ ନଦୀ କୂଳରେ ଥିବା ଷ୍ଟ୍ରାଟଫୋଡ ସହରରେ ତାଙ୍କର ଜନ୍ମ ହୋଇଥିଲା । ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ଓ ତାଙ୍କର ତିନୋଟି ସନ୍ତାନ ଥିଲେ । ୧୫୮୫ରୁ ୧୫୯୨ ମସିହା ମଧ୍ୟରେ ସେ ଲଣ୍ଡନ ସହରରେ ଏକ ସଫଳ ନାଟ୍ୟକାର, ଅଭିନେତା ଓ ନାଟକ କମ୍ପାନୀର ମାଲିକ ଭାବେ ବୃତ୍ତି ଆରମ୍ଭ କରିଥିଲେ । ପାଖାପାଖି ୪୯ ବର୍ଷ ବୟସରେ ସେ ଅବସର ଗ୍ରହଣ କରି ଷ୍ଟ୍ରାଟଫୋଡ ସହରକୁ ଫେରି ଯାଇଥିଲେ । ୩ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଖୁବ କମ ତଥ୍ୟ ମିଳୁଥିବାରୁ ଏ ବିଷୟରେ ଅନେକ କଳ୍ପନା-ଜଳ୍ପନା ହୋଇଛି ।
ସେକ୍ସପିଅରଙ୍କ ଐତିହାସିକ ବିଷୟଠାରୁ ନେଇ ହାସ୍ୟରସାତ୍ମକ ବିଷୟ ପର୍ଯ୍ୟନ୍ତ ନାଟକ ସବୁ ରଚନା କରିଥିଲେ । ତାଙ୍କର ବିଷାଦତ୍ମକ ରଚନା ସବୁ ମଧ୍ୟରେ ମ୍ୟାକବେଥ, ହାମଲେଟ, ଓଥେଲୋ ଆଦି ଅନ୍ତର୍ଭୁକ୍ତ, ଯାହାକୁ ଇଂରାଜୀ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ରଚନା ସବୁ ମଧ୍ୟରେ ବିବେଚନା କରାଯାଏ ।
ଜୀବନୀ[ସମ୍ପାଦନା]
ବାଲ୍ୟ ଜୀବନ[ସମ୍ପାଦନା]
ସେକ୍ସପିଅରଙ୍କ ଜନ୍ମ ଆଭୋନ୍ ନଦୀ କୂଳରେ ଥିବା ଷ୍ଟ୍ରାର୍ଟଫୋଡ଼ ସହରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ଜନ ସେକ୍ସପିଅର ଓ ମାତାଙ୍କ ନାମ ମ୍ୟାରୀ ଆର୍ଡ଼େନ । ତାଙ୍କର ପ୍ରକୃତ ଜନ୍ମ ତିଥୀ ଯଦିଓ ଅଜଣା ତଥାପି ପାରମ୍ପରିକ ଭାବେ ଏହା ୨୩ ଅପ୍ରେଲରେ ପାଳନ କରାଯାଏ । ତାଙ୍କର ଶିକ୍ଷା ଷ୍ଟ୍ରାର୍ଟଫୋଡ଼ ସହରର ଏକ ସ୍କୁଲରେ ହୋଇଥିଲା । ୧୮ ବର୍ଷ ବୟସରେ ତାଙ୍କ ବିବାହ ୨୬ ବର୍ଷ ବୟସ୍କା ଆନ୍ନା ହାଥାୱେଙ୍କ ସହ ହୋଇଥିଲା । ତାଙ୍କର ଏକ କନ୍ୟା ଓ ଦୁଇଗୋଟି ଜାଆଁଳା ପୁତ୍ର ଜନ୍ମ ହୋଇଥିଲେ । ଏହାପରର ଜୀବନ ଲଣ୍ଡନରେ ଥିଏଟରରେ ତାଙ୍କ ଆବିର୍ଭାବ ପର୍ଯ୍ୟନ୍ତ ରହସ୍ୟାବୃତ୍ତ । ଅନେକ ଗୁଡ଼ିଏ କିମ୍ବଦନ୍ତୀ କେବଳ ତାଙ୍କର ଲଣ୍ଡନ ଯିବାର କାରଣ ଅନୁମାନ କରିଥାଏ ।
ବୃତ୍ତି ଓ କର୍ମମୟ ଜୀବନ[ସମ୍ପାଦନା]
ଅନ୍ତିମ ଜୀବନ[ସମ୍ପାଦନା]
ନାଟକ[ସମ୍ପାଦନା]
କବିତା[ସମ୍ପାଦନା]
ବିବାଦ[ସମ୍ପାଦନା]
ଆହୁରି ଦେଖନ୍ତୁ[ସମ୍ପାଦନା]
ଟୀକା[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
ୱିଲିଅମ ସେକ୍ସପିଅର ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
![]() |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
![]() |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
![]() |
ଉଇକିକଥାରୁ ଢଗଢମାଳି ଓ କଥାମାନ |
![]() |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
![]() |
ଉଇକିପୋଥିରେ ପଢ଼ାବହିମାନ |
- Internet Shakespeare Editions
- Folger Digital Texts
- Open Source Shakespeare complete works, with search engine and concordance
- First Four Folios at Miami University Library, digital collection
- The Shakespeare Quartos Archive
- Shakespeare's Words the online version of the best-selling glossary and language companion
- Shakespeare's Will from The National Archives
- Works by or about ୱିଲିଅମ ସେକ୍ସପିଅର in libraries (WorldCat catalog)
- ୱିଲିଅମ ସେକ୍ସପିଅର at Curlie
- ୱିଲିଅମ ସେକ୍ସପିଅର (ଇଣ୍ଟରନେଟ ମୁଭି ଡାଟାବେସରେ)
- William Shakespeare at Project Gutenberg