ଡେଜି ଶାହା
ଡେଜି ଶାହା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ନର୍ତ୍ତକୀ, ନୃତ୍ୟଶିକ୍ଷିକା |
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ଡେଜି ଶାହା (ଜନ୍ମ: ୨୫ ଅଗଷ୍ଟ ୧୯୮୪) ଜଣେ ଭାରତୀଯ କଥାଚିତ୍ର ଅଭିନେତ୍ରୀ, ମଡେଲ, ନର୍ତ୍ତକୀ ଏବଂ ନୃତ୍ୟ ଶିକ୍ଷିକା ।[୨][୧][୩] ସେ ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସହ ୧୦ବର୍ଷ ଧରି କାମ କରିଥିଲେ ।[୪] ୨୦୧୦ରେ ସେ ଏକ ମଲାୟଲମ୍ ଏବଂ ତାମିଲ ଦ୍ୱିଭାଷୀ କଥାଚିତ୍ର ବନ୍ଦେ ମାଆତରମରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୧ରେ କନ୍ନଡ଼ ଚଳଚ୍ଚିତ୍ର ବଡିଗାର୍ଡ଼ ଜରିଆରେ ମୁଖ୍ୟ ଭୂମିକାରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୫] ଏହାପରେ ସେ ୨୦୧୪ରେ ଅଭିନେତା ସଲମାନ ଖାଁଙ୍କ ସହ ଜୟ ହୋ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ୨୦୧୫ରେ ସେ ହେଟ୍ ଷ୍ଟୋରୀ- ୩ରେ ଅଭିନେତା ସର୍ମଣ ଜୋସୀ, ଜରୀନ ଖାନଙ୍କ ସହ ଅଭିନୟ କରିଥିଲେ ।[୬]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଡେଜି ୨୫ ଅଗଷ୍ଟ ୧୯୮୪ରେ ମହାରଷ୍ଟ୍ରର ଏକ ଗୁଜରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭] ସେ ଛୋଟବେଳୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ନୃତ୍ୟ ଶିକ୍ଷା କରିଥିଲେ ।
ସେ ମୁମ୍ବାଇର ଖଲ୍ସା କଲେଜରେ ପଢ଼ୁଥିଲେ ।[୮] ଡେଜି ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଏମ୍.ଏସ୍ ଡୋମ୍ବିଲୀ ପ୍ରତିଯୋଗିତାରେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ ।[୭]
୨୦୦୩ ମସିହାରେ ଡେଜି ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସହ ଜମିନ୍ ଏବଂ ଖାକି ଭଳି ହିନ୍ଦୀ କଥାଚିତ୍ରରେ ନୃତ୍ୟ ଶିକ୍ଷା ଦେଇଥିଲେ ।[୯]
ଅଭିନୟ ଜୀବନ
[ସମ୍ପାଦନା]ଡେଜି ଚଳଚ୍ଚିତ୍ରରେ ନୃତ୍ୟ ଶିକ୍ଷା ଦେବା ପରେ ମଡେଲିଂରେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାରର ପେପର ବିଜ୍ଞାପନ ଏବଂ ଫଟୋ ସୁଟ୍ରେ ସେ ଯୋଗଦେଇଥିଲେ ।[୧୦]
କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ହର୍ଷ ଡେଜିଙ୍କୁ ଚଳଚ୍ଚିତ୍ର ପାଇଁ ପ୍ରସ୍ତାବ ଦେଇଥିଲେ ।[୧୦] ୨୦୧୧ରେ ମୁକ୍ତିଲାଭ କରିଥିବା କନ୍ନଡ଼ ଚଳଚ୍ଚିତ୍ର ବଡିଗାର୍ଡ଼ରେ ସେ ମୁଖ୍ୟ ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ଏହାପରେ ସେ ଦୁଇଟି ଚଳଚ୍ଚିତ୍ରର ଆଇଟମ ଗୀତରେ ନୃତ୍ୟ କରିଥିଲେ । କନ୍ନଡ଼ ଚଳଚ୍ଚିତ୍ର ବଚ୍ଚନ୍ ଏବଂ ହିନ୍ଦୀ ଚଳଚ୍ଚିତ୍ର ବ୍ଲଡି ଇସ୍କରେ ସେ ଆଇଟମ୍ ନୃତ୍ୟ କରିଥିଲେ ।[୧୧] ହିନ୍ଦୀ କଥାଚିତ୍ର ଅଭିନେତା ଶନି ଦେଓଲ ଏବଂ ତବୁଙ୍କ ଅଭିନୀତ ଚଳଚ୍ଚିତ୍ର ଖୁଦା କସମରେ ସେ ମଧ୍ୟ ଏକ ଆଇଟମ ନୃତ୍ୟ କରିଥିଲେ ।
ଏହାପରେ ୨୦୧୪ରେ ଅଭିନେତା ସଲମାନ ଖାଁଙ୍କ ସହ ଡେଜି ହିନ୍ଦୀ କଥାଚିତ୍ର ଜଗତରେ ଜୟ ହୋ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ପରେ ୨୦୧୫ରେ ସେ ହେଟ୍ ଷ୍ଟୋରୀ-୩ରେ ମଧ୍ୟ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୩: ତେରେନାମ୍ (ହିନ୍ଦୀ)
- ୨୦୦୪: ମସ୍ତି (ହିନ୍ଦୀ)
- ୨୦୦୬: ହମ୍କୋ ଦିୱାନା କର୍ଗୟେ (ହିନ୍ଦୀ)
- ୨୦୦୭: ପୋରୀ (ତାମିଲ)
- ୨୦୧୦: ଡିପାର୍ଟମେଣ୍ଟ (ହିନ୍ଦୀ)
- ୨୦୧୦: ବନ୍ଦେ ମାଆତରମ୍ (ତାମିଲ/ମାଲାୟଲମ୍)
- ୨୦୧୦: ଖୁଦା କସମ୍ (ହିନ୍ଦୀ)
- ୨୦୧୧: ବଡି ଗାର୍ଡ଼ (କନ୍ନଡ଼)
- ୨୦୧୧: ଭଦ୍ରା (କନ୍ନଡ଼)
- ୨୦୧୩: ଗଜେନ୍ଦ୍ର (କନ୍ନଡ଼)
- ୨୦୧୩: ବ୍ଲଡି ଇସ୍କ (ହିନ୍ଦୀ)
- ୨୦୧୩: ବଚ୍ଚନ (କନ୍ନଡ଼)
- ୨୦୧୪: ଜୟ ହୋ (ହିନ୍ଦୀ)
- ୨୦୧୪: ସ୍ପାର୍କ (ହିନ୍ଦୀ)
- ୨୦୧୪: ଆକ୍ରମଣ (କନ୍ନଡ଼)
- ୨୦୧୫: ହେଟ୍ ଷ୍ଟୋରୀ-୩ (ହିନ୍ଦୀ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Daisy Shah Biography, Daisy Shah – Biography at Oneindia Archived 2014-07-28 at the Wayback Machine.. Entertainment.oneindia.in. Retrieved on 19 May 2017.
- ↑ Dancer, model, 'Jai Ho' heroine: Who is Daisy Shah? – IBNLive Archived 2014-10-25 at the Wayback Machine.. Ibnlive.in.com. Retrieved on 19 May 2017.
- ↑ ୩.୦ ୩.୧ Will Salman Khan's 'Jai Ho' girl Daisy Shah make it big in Bollywood? – Entertainment – DNA
- ↑ Daisy Shah Biography Archived 2014-06-23 at the Wayback Machine.. TopCelebs. Retrieved on 19 May 2017.
- ↑ "Daisy Shah Biograpshy". spellceleb.com. Archived from the original on 2018-06-17. Retrieved 2017-05-19.
- ↑ "Watch Zareen Khan & Daisy Shah in Hot ever before-'Hate Story 3' Official Trailer". Retrieved ଜରୀନ ଖାନ.
{{cite news}}
: Check date values in:|accessdate=
(help) - ↑ ୭.୦ ୭.୧ Gupta, Priya (4 January 2014). "Salman sir's nature is just like my father's: Daisy Shah". The Times of India. Retrieved 19 May 2017.
- ↑ Britto, Anita (19 January 2014). "I am working with my first crush: Daisy Shah". Mid Day. Retrieved 19 May 2017.
- ↑ Bigg Boss contestant Sana to star opposite Salman Khan?. Hindustan Times. 16 March 2013
- ↑ ୧୦.୦ ୧୦.୧ I am beginning to get better: Daisy Shah Archived 2014-12-25 at the Wayback Machine.. Newindianexpress.com (4 April 2013). Retrieved on 19 May 2017.
- ↑ Bari, Nishat and Rege, Prachi (13 July 2012) Daisy Shah to do an item number in Bloody Ishq : EYECATCHERS. Indiatoday.intoday.in. Retrieved on 19 May 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଡେଜି ଶାହା