Jump to content

ଡେକ୍ସଟ୍ରାନ ୭୦

ଉଇକିପିଡ଼ିଆ‌ରୁ
ଡେକ୍ସଟ୍ରାନ ୭୦
Clinical data
Trade namesRescueFlow, others
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    intravenous
    ATC code
    Legal status
    Legal status
    Identifiers
    CAS Number
    DrugBank
    Chemical and physical data
    Molar mass70,000 kDa

    ଡେକ୍ସଟ୍ରାନ ୭୦ (ଇଂରାଜୀ ଭାଷାରେDextran 70) ଏକ ପ୍ରକାର ତରଳ ପଦାର୍ଥ ଯାହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ (injection into a vein) ଦିଆଯାଏ । [] ରକ୍ତସ୍ରାବ (bleeding) ଓ ଦଗ୍ଧ ଆଘାତ ଜନିତ ରକ୍ତ ସଞ୍ଚାଳନ ସକ୍ (shock) ହେଲେ ଓ ତୁରନ୍ତ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ସମ୍ଭବ ନହେଲେ ଏହି ଡେକ୍ସଟ୍ରାନ ୭୦ ଦିଆଯାଏ । ଏହା ଅମ୍ଳଜାନ ବାହକ ନୁହେଁ । []

    ଡେକ୍ସଟ୍ରାନ ୭୦ର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର ଓ ଗଣ୍ଠି ଯନ୍ତ୍ରଣା ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଓ ଧୀର ରକ୍ତ ଜମାଟ (blood clotting) ପ୍ରକ୍ରିୟା ହୋଇଯାଇପାରେ ।[] ବୃକ୍‌କ ଫେଲ (kidney failure), ଉଲ୍ଲେଖନୀୟ ହୃଦ୍‌ପାତ, ହୃଦ୍‌ପାତ ଓ ରକ୍ତ ଜମାଟ ସମସ୍ୟା (clotting disorder) ଥିଲେ ଏହା ଦିଆଯାଏନାହିଁ ।[] ଗର୍ଭାବସ୍ଥାରେ ମଧ୍ୟ ଏହା ଦିଆଯାଏନାହିଁ ।[] ଡେକ୍ସଟ୍ରାନ ୭୦ଦ୍ୱାରା ରକ୍ତନଳୀ ବାହାର ସ୍ଥାନରେ (extravascular space) ଥିବା ତରଳ ପଦାର୍ଥ ରକ୍ତନଳୀ (blood vessels) ଭିତରକୁ ଆସିଯାଏ । []

    ସନ ୧୯୪୭ରୁ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡେକ୍ସଟ୍ରାନ ୭୦ ସ୍ୱୀକୃତ ହୋଇଛି ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦୦ମି:ଲି: ବୋତଲର ହୋଲସେଲ ମୂଲ୍ୟ ପ୍ରାୟ ୪.୧୦ରୁ ୫.୨୫ ଆମେରିକୀୟ ଡଲାର ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୫୭ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[] ଏହା ସୋଡ଼ିଅମ କ୍ଲୋରାଇଡ ସଲ୍ୟୁସନ (sodium chloride solution) ବା ଗ୍ଲୁକୋଜ ସଲ୍ୟୁସନ (glucose solution) ସାଥିରେ ଆସେ ।[]

    1. 1 2 WHO Model Formulary 2008 (PDF). World Health Organization. 2009. p. X. ISBN 9789241547659. Retrieved 8 December 2016.
    2. 1 2 3 4 5 "Dextran 70". The American Society of Health-System Pharmacists. Retrieved 8 December 2016.
    3. 1 2 British national formulary : BNF 69 (69 ed.). British Medical Association. 2015. p. 686. ISBN 9780857111562.
    4. BeMiller, James N.; Whistler, Roy L. (2012). Industrial Gums: Polysaccharides and Their Derivatives (in ଇଂରାଜୀ) (3 ed.). Academic Press. p. 411. ISBN 9780080926544.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Dextran 70 6% in Sod. chloride 0.9%". International Drug Price Indicator Guide. Archived from the original on 23 September 2017. Retrieved 8 December 2016.
    7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 167. ISBN 9781284057560.