Jump to content

ଡୁପିଟ୍ରେନ୍ସ କଣ୍ଟ୍ରାକଚର

ଉଇକିପିଡ଼ିଆ‌ରୁ
ଡୁପିଟ୍ରେନ୍ସ କଣ୍ଟ୍ରାକଚର (Dupuytren's contracture)
ଡୁପିଟ୍ରେନ୍ସ ଡିଜିଜ (Dupuytren's disease), ଭାଇକିଙ୍ଗ ଡିଜିଜ (Viking disease),[] କଣ୍ଟ୍ରାକଚର ଅଫ ପାମାର ଫାସା (contraction of palmar fascia), ପାମାର ଫାସା ଫାଇବ୍ରୋସିସ (palmar fascial fibromatosis), ପାମାର ଫିବ୍ରୋମାସ (palmar fibromas)[]
ଅନାମିକା ଆଙ୍ଗୁଠିରେ ଡୁପିଟ୍ରେନ୍ସ କଣ୍ଟ୍ରାକଚର ରୋଗ ।
ବିଭାଗରିଉମାଟୋଲୋଜି (Rheumatology)
ଲକ୍ଷଣଏକାଧିକ ଆଙ୍ଗୁଠି ଫ୍ଲେକ୍ସଡ ଅବସ୍ଥାରେ ବଙ୍କା ହୋଇଯାଏ ।[]
ଆକ୍ରାନ୍ତ ସମୟ୫୦ ବର୍ଷ ବୟସ ପରେ ପୁରୁଷଙ୍କର ଧୀରେ ଆରମ୍ଭ ହୁଏ ।[]
କାରଣଅଜ୍ଞାତ[]
ବିପଦ କାରକପାରବାରିକ ଇତିହାସ (Family history), ମଦ୍ୟାତ୍ୟୟ, ଧୂମ୍ରପାନ (smoking), ଥାଇରଏଡ ସମସ୍ୟା (thyroid problems), ଯକୃତ ରୋଗ (liver disease), ମଧୁମେହ, ଅପସ୍ମାର ବାତ[][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ ।[]
ଚିକିତ୍ସାକର୍ଟିକୋସ୍ଟିରଏଡ ଇଞ୍ଜେକସନ (Steroid injections), କ୍ଲୋସ୍ଟ୍ରିଡିଆଲ କୋଲାଜେନେଜ (clostridial collagenase) ଇଞ୍ଜେକସନ ଓ ଅପରେଶନ [][]
ପୁନଃପୌନିକ~୫% (US)[]
Patient UKଡୁପିଟ୍ରେନ୍ସ କଣ୍ଟ୍ରାକଚର (Dupuytren's contracture)

ଡୁପିଟ୍ରେନ୍ସ କଣ୍ଟ୍ରାକଚର (ଇଂରାଜୀ ଭାଷାରେ Dupuytren's contracture) ଏକ ରୋଗ ଯେଉଁଥିରେ ହାତର ଏକ ବା ଏକାଧିକ ହାତ ଆଙ୍ଗୁଠି ଫ୍ଲେକ୍ସନ ପୋଜିସନରେ (flexed position) ବଙ୍କା ହୋଇ ରହିଯାଏ ।[] ପାପୁଲିରେ ଏହା ଏକ ଛୋଟ ଶକ୍ତ ନୋଡ୍ୟୁଲ ଆକାରରେ ଆରମ୍ଭ ହୁଏ ।[] ସମୟକ୍ରମେ ଏହା ଅଧିକ ଖରାପ ହୋଇଯାଏ ଓ ଏହାକୁ ସିଧା କରିହୁଏନାହିଁ; ଏହା ଅଧିକ ଯନ୍ତ୍ରଣା ଦାୟକ ନହେଲେ ମଧ୍ୟ ସାମାନ୍ୟ କଷ୍ଟ ଦାୟକ ହୋଇପାରେ ଓ ଗଲୁ ହୋଇପାରେ ।[] ଏହି ରୋଗରେ ସାଧାରଣତଃ ପ୍ରଥମେ ଅନାମିକା ଆଙ୍ଗୁଠି ବଙ୍କା ହୁଏ ଓ ତା'ପରେ କାଣୀ ଓ ମଝି ଆଙ୍ଗୁଠି ବଙ୍କା ହୋଇଯାଏ ।[] ଆଙ୍ଗୁଠି ବଙ୍କା ହେବା ଫଳରେ କେତେକ ଦୈନନ୍ଦିନ କାମ ଯେପରିକି ଖାଦ୍ୟ ପ୍ରସ୍ତୁତି, ଲେଖିବା ଓ ଅନ୍ୟାନ୍ୟ କାମ ସୁଚାରୁ ରୂପେ କରିବା ବାଧାପ୍ରାପ୍ତ ହୁଏ ।[]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ପାରବାରିକ ଇତିହାସ (Family history), ମଦ୍ୟାତ୍ୟୟ, ଧୂମ୍ରପାନ (smoking), ଥାଇରଏଡ ସମସ୍ୟା (thyroid problems), ଯକୃତ ରୋଗ (liver disease), ମଧୁମେହ, ଅପସ୍ମାର ବାତ ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ଥାଏ ।[][] କୌଣସି ଅଜ୍ଞାତ କାରଣରୁ ପାମାର ଫାସାରେ (palmar fascia) ଅସାଧାରଣ ଭାବରେ ଅଧିକ କନେକ୍ଟିଭ ତନ୍ତୁ (connective tissue) ଜମାହୋଇଯାଏ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[]

ପ୍ରାରମ୍ଭିକ ଅବସ୍ଥାରେ ରୋଗ ହେଉଥିବା ସ୍ଥାନରେ କର୍ଟିକୋସ୍ଟିରଏଡ ଇଞ୍ଜେକସନ (Steroid injections) ଦିଆଯାଏ ଓ ଫିଜିଓଥେରାପି (physical therapy) କରିବାକୁ ଉତ୍ସାହିତ କରାଯାଏ ।[] ରୋଗ ବୃଦ୍ଧିପ୍ରାପ୍ତ ହେଲେ କ୍ଲୋସ୍ଟ୍ରିଡିଆଲ କୋଲାଜେନେଜ (clostridial collagenase) ଇଞ୍ଜେକସନ ବା ଅପରେଶନ କରିବାକୁ ଉପଦେଶ ଦିଆଯାଏ ।[][] ରାଡିଏସନ ଥେରାପି (radiation therapy) ଦିଆଯାଉଥିଲେ ମଧ୍ୟ ତାହାର ଉପକାରର ବିଶେଷ ପ୍ରମାଣ ମିଳିନାହିଁ ।[] ଚିକିତ୍ସା କରିବା ସତ୍ତ୍ୱେ ଏହା ଆଉଥରେ ହୋଇପାରେ ।[]

ପଚାଶ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷମାନଙ୍କୁ ସାଧାରଣତଃ ଏହି ରୋଗ ହୁଏ ।[] ଏସିଆ ଓ ଆଫ୍ରକାର ଲୋକଙ୍କ ଅପେକ୍ଷା ଗୋରା ଲୋକଙ୍କୁ ଏହି ରୋଗ ଅଧିକ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ୫% ଲୋକଙ୍କୁ ଓ ନର‌ୱେ ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ୩୦% ଲୋକଙ୍କୁ ଏ ରୋଗ ହୁଏ ।[] ସଂଯୁକ୍ତ ରାଷ୍ଟ୍ରରେ ୬୫ ବର୍ଷ ବୟସ ପରେ ପ୍ରାୟ ୨୦% ଲୋକ ଏହି ରୋଗର ଶିକାର ହୁଅନ୍ତି [] ସନ ୧୮୩୩ରେ ଗିଲମ ଡୁପିଟ୍ରେନ (Guillaume Dupuytren) ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି । []

  1. Fitzpatrick's dermatology in general medicine (6 ed.). New York, NY [u.a.]: McGraw-Hill. 2003. p. 989. ISBN 0-07-138076-0.
  2. 1 2 3 4 5 6 7 8 9 10 11 12 13 14 "Dupuytren contracture". Genetics Home Reference (in ଇଂରାଜୀ). September 2016. Archived from the original on 13 May 2017. Retrieved 3 June 2017.
  3. 1 2 3 4 5 6 7 8 9 10 "Dupuytren's Contracture". NORD (National Organization for Rare Disorders). 2005. Archived from the original on 10 September 2017. Retrieved 3 June 2017.
  4. 1 2 Brazzelli, M; Cruickshank, M; Tassie, E; McNamee, P; Robertson, C; Elders, A; Fraser, C; Hernandez, R; Lawrie, D; Ramsay, C (October 2015). "Collagenase clostridium histolyticum for the treatment of Dupuytren's contracture: systematic review and economic evaluation". Health technology assessment (Winchester, England). 19 (90): 1–202. PMID 26524616.
  5. Kadhum, M; Smock, E; Khan, A; Fleming, A (1 March 2017). "Radiotherapy in Dupuytren's disease: a systematic review of the evidence". The Journal of hand surgery, European volume: 1753193417695996. PMID 28490266. On balance, radiotherapy should be considered an unproven treatment for early Dupuytren's disease due to a scarce evidence base and unknown long-term adverse effects.
  6. 1 2 3 Hart, M. G.; Hooper, G. (2005). "Clinical associations of Dupuytren's disease". Postgraduate Medical Journal. 81 (957): 425–8. doi:10.1136/pgmj.2004.027425. PMC 1743313. PMID 15998816.
[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ