ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନ୍ସଡ ଟେକ୍ନୋଲୋଜି

Coordinates: 18°25′27″N 73°45′30″E / 18.42417°N 73.75833°E / 18.42417; 73.75833
ଉଇକିପିଡ଼ିଆ‌ରୁ
ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସଂସ୍ଥାନ
ସ୍ଥାପିତ୧୯୫୨
କୁଳାଧିପତିନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ
କୁଳପତିଡ଼ା. ହିନା ଏ. ଗୋଖଲେ[୧]
ଡିନଡ଼ା. ପି. କେ. ଖାନ୍ନା (ବ୍ୟବହାରିକ ବିଜ୍ଞାନ)
ଡ଼ା. ଏ. କୁମାରସ୍ୱାମୀ (ପ୍ରଯୁକ୍ତିବିଦ୍ୟା)
ଅବସ୍ଥାନପୁନେ, ମହାରାଷ୍ଟ୍ର, ଭାରତ
18°25′27″N 73°45′30″E / 18.42417°N 73.75833°E / 18.42417; 73.75833
ୱେବସାଇଟwww.diat.ac.in

ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସଂସ୍ଥାନ (ଇଂରାଜୀ: Defence Institute of Advanced Technology) ଭାରତର ଏକ ଉନ୍ନତ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ଅଟେ । ଏହି ସଂସ୍ଥା ଭାରତ ସରକାରଙ୍କର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା, ରକ୍ଷା ମନ୍ତ୍ରଣାଳୟ ଅଧିନରେ ଅଛି । ଏହି ବିଶ୍ୱବିଦ୍ୟାଳୟ ଭାରତର ପୁନେ ଜିଲ୍ଲା ଏବଂ ମହାରାଷ୍ଟ୍ରର ଗିରିନଗରରେ ଖଡ଼କୱାସଲା ଡ୍ୟାମ ପାଖରେ ଅବସ୍ଥିତ ।

ବିଭାଗ[ସମ୍ପାଦନା]

ବିଶ୍ୱବିଦ୍ୟାଳୟଦ୍ୱାରା ୧୦ଟି ଶିକ୍ଷା ବିଭାଗ ଉପଲବ୍ଧ କରାଯାଇଛି :

  • ମହାକାଶ ବୈଷୟିକ ଶିକ୍ଷା
  • କମ୍ପ୍ୟୁଟର ବୈଷୟିକ ଶିକ୍ଷା
  • ଇଲେକଟ୍ରୋନିକସ୍‌ ବୈଷୟିକ ଶିକ୍ଷା
  • ପଦାର୍ଥଭିତ୍ତିକ ବୈଷୟିକ ଶିକ୍ଷା
  • ଯାନ୍ତ୍ରିକ ବୈଷୟିକ ଶିକ୍ଷା
  • ଜୀବବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ପ୍ରଯୁକ୍ତିବିଦ୍ୟା ପରିଚାଳନା
  • ବ୍ୟବହାରିକ ରାସାୟନିକ ବିଜ୍ଞାନ
  • ବ୍ୟବହାରିକ ଗଣିତ
  • ବ୍ୟବହାରିକ ପଦାର୍ଥ ବିଜ୍ଞାନ

ରହିବା ସୁବିଧା[ସମ୍ପାଦନା]

ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଏଣ୍ଟସ୍‌ ନାମକ ଛାତ୍ରାବାସ ଦେୟଯୁକ୍ତ ରହିବାର ସୁବିଧା ରହିଛି । ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୦ରୁ ଅଧିକ କୋଠରୀର ବ୍ୟବସ୍ଥା ଅଛି । ପ୍ରତ୍ୟେକ କୋଠରୀ ସହ ସଂଯୁକ୍ତ ଶୌଚାଳୟ ମଧ୍ୟ ଅଛି । ଗୋଟିଏ କୋଠରୀରେ ୪ ଜଣ ରହିବାର ସୁବିଧା ଅଛି, ଯେଉଁଠି ପ୍ରତି ଛାତ୍ରଙ୍କୁ ଦିନପିଛା ମାତ୍ର ୧୭୫ ଟଙ୍କା ଦେୟ ଦେବାକୁ ପଡିଥାଏ ।
୨୦୧୮ ମସିହା ମାର୍ଚ୍ଚ ମାସରୁ ସେତେବେଳର ଉପକୁଳାଧିପତି ସୁରେନ୍ଦ୍ର ପାଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଛାତ୍ରାବାସ ନିର୍ମାଣ ଆରମ୍ଭ କରିଛନ୍ତି

ଆଧାର[ସମ୍ପାଦନା]

ବାହ୍ୟ ଆଧାର[ସମ୍ପାଦନା]